Christian Songs Booth

samarpibi jishupade jaha achi

ସମର୍ପିବି ଯୀଶୁ ପାଦେ ଯାହା ଅଛି ମୋହର
କରିବି ମୁଁ ପ୍ରେମ ତାଙ୍କୁ ଶକ୍ତି ଦେଇ ମୋହର (ଘୋଷା)

ସବୁ ମୁଁ ଦେବି ସମର୍ପି ଦେବି
ପ୍ରିୟ ଯୀଶୁ ପାଦେ ତୁମ ସମର୍ପି ଦେବି … I୧I

ସବୁ ଦେବି ଯୀଶୁ ପାଦେ ନତ ହେବି ଚରଣେ
ଲୋଡ଼ା ନାହିଁ ପୃଥିବୀରେ ସୁଖ ଯେତେ ଜୀବନେ |୨|

ସବୁ ଦେବି ତୁମ ପାଦେ କର ଯୀଶୁ ତୁମର
ତବ ପୁଣ୍ୟ ଜ୍ଞାନ ଦାନେ ହୁଅ ତୁମେ ମୋହର… |୩|

ସବୁ ଦେବି ଯୀଶୁ ପାଦେ ଦେବି ମୋର ସର୍ବସ୍
ରଖି ପ୍ରାଣ ପ୍ରେମେ ତୁମ ଢ଼ାଳି ଦେଇ ସର୍ବସ୍ I୪|

ସବୁ ଦେବି ଯୀଶୁ ପାଦେ ଘେନି ପୁଣ୍ୟ ଆଲୋକ
ପରିତ୍ରାଣ ଆନନ୍ଦରେ ଗାଇବି ଜୟ ଗୀତ |୫|

ସୂଚୀମାଳାକୁ ଫେରନ୍ତୁ

Comments

Leave a Reply

Your email address will not be published. Required fields are marked *