Christian Songs Booth

jaya halleluyah jaya jaya

ଜୟ ହାଲିଲୁୟା ଜୟ ଜୟ ବୋଲ ହେ
ଯୀଶୁ ନାମ ଗାଇ ଚାଲ ଧରି ମୁକ୍ତିର ମଶାଲ (ଆଜି) (ଘୋଷା)

ସର୍ବ ଶକ୍ତିମାନ ମହା ବିକ୍ରମୀ ରାଜା
ଗୌରବ ପ୍ରତାପେ ହେଉ ଅଛନ୍ତି ସଜା ।
ମହିମା ପ୍ରକାଶ ହେବ କିଛି ସମୟ
ଦୟା ସହିଷ୍ଣୁ ନଥିବ ତାଙ୍କ ବଦନେ |୧|

ସୂର୍ଗୀୟ ତେଜେ କରିବେ ସେ ଆଗମନ
ସଙ୍ଗେ ଦିବ୍ୟ ଦୃତ ଆଉ କିରୁବଗଣ
ତୁରୀ ନାଦେ କମ୍ପାଇବେ ଏହି ମେଦିନୀ
ସାକ୍ଷାତ କରିବେ ମନୋନୀତ ସେ କ୍ଷଣି |୨|

ଯଦି ମଳିନ ହୋଇଛି ବସ୍ତ୍ର ତୁମର
ଯୁବା ମେଷ ରକ୍ତେ ଧୋଇ ହୁଅ ସତ୍ଵର
ପ୍ରସ୍ତୁତ ହେବା ସୁଯୋଗ ନଥିବ ତେବେ
ଆସ ଆଜି କୁଶୀୟ ଝରଣା ନିକଟେ |୩|

ସ୍ଵର୍ଗୀୟ ତେଜ ହୋଇବ ଦେହ ଆମର
ଧନ୍ୟବାଦ ସ୍ତୁତି ଗାଇବା ନିରନ୍ତର
ମର ଶରୀରରଲୀନ ହେବ ସେ ଦିନ
ଆତ୍ମିକ ଶରୀରେ ପ୍ରବେଶିବା ସିୟୋନ I୪I

ସୂଚୀମାଳାକୁ ଫେରନ୍ତୁ

Comments

Leave a Reply

Your email address will not be published. Required fields are marked *