Christian Songs Booth

biswa bandania jisu he

ବିଶ୍ୱ ବନ୍ଦନୀୟ ଯୀଶୁ ହେ, ଗାନର ଛନ୍ଦ ଚରଣ ବନ୍ଦୀ
ଅନ୍ତର ପ୍ରଣତି ଜଣାଏଁ (ଘୋଷା)


ଅନ୍ଧ ଥିଲି, ଦେଲ ଖୋଲି ଚକ୍ଷୁ ମୋ ତୁମେ
ପୋଛି ଲୁହ ଭସାଇଲ ସୁଖ ସଲିଳେ
ପ୍ରତିଦାନେ କି ଦେବି ମୁଁ ତୁମେ ହେ
ଅନ୍ତର ପ୍ରଣତି ଜଣାଏଁ … I୧I


ପ୍ରାଣ ଦିଆ ପ୍ରେମ ଭୁଲି ଭ୍ରମୁଥୁଲି ଦୂରେ
ବେଦନାର ଆଲିଙ୍ଗନେ ଟାଣିଲ ଖ ର
ପ୍ରତିଦାନ କି ଦେବି ମୁଁ ତୁମେ ହେ
ଅନ୍ତର ପ୍ରଣତି ଜଣାଏ … |9|


ଭକତିର ପ୍ରାଣ ତୁମେ ଗୋ ଭକତର ଧନ
ମୋର ହୃଦ ଚନ୍ଦନ ଗୋ ଈଶ୍ୱର ନନ୍ଦନ
ଧନ୍ୟ ଧନ୍ୟ ହେଲ ମୋର ପିତା ପ୍ରଭୁ ତୁମେ
ଅନ୍ତର ପ୍ରଣତି ଜଣାଏଁ |୩|

ସୂଚୀମାଳାକୁ ଫେରନ୍ତୁ

Comments

Leave a Reply

Your email address will not be published. Required fields are marked *