Christian Songs Booth

Category: Odia

Odia Christian Song Lyrics

  • dhanyabada gouraba kara sadaprabhunkara

    ଧନ୍ୟବାଦ ଗଉରବ
    କର ସଦାପ୍ରଭୁଙ୍କର
    ଜୟ ଜୟ କାରେ ଉଚ୍ଚ କରତାଳେ
    ତାହାଙ୍କର ସ୍ତୁତି ବାଦ କର (ଘୋଷା)

    କ୍ଷମା କରିବାରେ କେତେ ଯେ କୋମଳ
    ତାହାଙ୍କର ଧନ୍ୟବାଦ କର
    ଦଣ୍ଡ ଦେବା ପାଇଁ ସେ ତ ଭୟଙ୍କର
    ତାହାଙ୍କର ଧନ୍ୟବାଦ କର
    ଯାହାଙ୍କର ବାକ୍ୟ ତ୍ରାଣ କରିପାରେ ( ୨ ଥର)
    ତାହାଙ୍କର ଧନ୍ୟବାଦ କର || ୧ ||

    ଅନନ୍ତ ପ୍ରେମ ସ୍ଵରୂପ ଯେ ହେଲେ
    ତାହାଙ୍କର ଧନ୍ୟବାଦ କର
    ନିଜେ ବଳି ହୋଇ ଜୀବନ ଯାଚିଲେ
    ତାହାଙ୍କର ଧନ୍ୟବାଦ କର
    ଦୟା ଦଣ୍ଡ ଯା’ର ହସ୍ତର ଭୂଷଣ ( ୨ ଥର)
    ତାହାଙ୍କର ଧନ୍ୟବାଦ କର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • dhanya hela ehi jibana

    ଧନ୍ୟ ହେଲା ଏହି ଜୀବନ…. ହୋ….
    ଯୀଶୁ ନାମ ଗାଇ ଗାଇ କି….
    ମୋହ ମାୟା ଭରା ଏ ପଥେ
    ଯୀଶୁ ନାମ ସାଥେ ପାଇ କି (ଘୋଷା)

    ଆସିଲେ ଝଡ଼ କି ବତାସ
    ହେବି ନାହିଁ ମୁଁ ଯେ ନିରାଶ
    ଅଭେଦ ପ୍ରାଚୀର ସେ ନାମ
    ଭୟ ମୋର ଆଉ କାହିଁକି ||୧||

    ଯେ ଦିନ ସରିବ ଏ ବାଟ
    ଯୀଶୁଙ୍କ ସାଥେ ହେବ ଭେଟ
    ଲଭିବି ଅମର ଜୀବନ
    କେଡ଼େ ଭାଗ୍ୟ ସତେ ହେବ କି ?_|| ୨ ||

    ସୂଚୀମାଳାକୁ ଫେରନ୍ତୁ

  • diya dayamaya sisura sarala mana

    ଦିଅ ଦୟାମୟ ଶିଶୁର ସରଳ ମନ…..
    କୋମଳ, ସୁନ୍ଦର, ନିର୍ମଳ ଏକ ମନ (ଘୋଷା)

    ଭରିଦିଅ ମନେ ସ୍ବର୍ଗୀୟ ତୁମ ପ୍ରେମ
    ନ ଥିବ ସେଥିରେ
    ସେ ପ୍ରେମ ସହିବ ନିନ୍ଦା, ଆଘାତ
    ସୁରି ତୁମ ମହା ପ୍ରେମ || ୧ ||

    ଦିଅ ହେ ବିଶ୍ବାସ
    ଧୈର୍ଯ୍ୟ ଅପରିସୀମ
    ନବ ଆଶା ଭରି
    ଜଗାଅ ସୁପ୍ତପ୍ରାଣ
    ଜୀବନ ସଂଗ୍ରାମେ ତୁମ ପାଇଁ ପ୍ରଭୁ
    କରିବାକୁ ପ୍ରାଣ ପଣ ||୨ ||

    ସୂଚୀମାଳାକୁ ଫେରନ୍ତୁ

  • dekha kiye krusha uthayi neuchi

    ଦେଖ କିଏ କୃଶ ଉଠାଇ ଯାଉଛନ୍ତି ଗଲଗଥା ନେଇ
    ସବୁ ପାପୀର ବୋଝ ଉଠାଇ ଯାଉଛନ୍ତି ଗଗଥା ନେଇ
    ହୋ… ହୋ… ହୋ…
    ମୁଣ୍ଡରେ ମୁକୁଟ କଣ୍ଟାର, ମାଡ଼ ପଡ଼େ କୋରଡ଼ାର
    ଆଘାତରେ ସେ ଭରପୂର ( ୨ ଥର)
    ସେ ଦୁଃଖ ଗୁରୁତର…ହୋ || ୧ ||

    ମୋତେ ସେ ଦେବାକୁ ଜୀବନ ସହିଲେ ସେ ଦୁଃଖ କଷଣ
    କୃଶ ଉପରେ ପ୍ରାଣ ଦେଇ (୨ ଥର)
    ସେ ଗଲେ ବଳି ହୋଇ… ହୋ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • dipa jale pradipa jale

    ଦୀପ ଜଳେ ପ୍ରଦୀପ ଜଳେ
    ମନ ଆକାଶ ତଳେ, ଯୀଶୁ ଯେବେ ବିରାଜିଲେ
    ମୋର ଅନ୍ତର ଗୁହାଳେ (ଘୋଷା)

    ଉଁଇଲା ଅଦେଖା ତାରା……. ଆହା ଅହା
    ପ୍ରକାଶି ଆଲୋକ ଧାରା… ହାଲ୍ଡଲୁୟା
    ଚାଲିଲେ ପଣ୍ଡିତଗଣ……. ଆହା ଆହା
    ସାକ୍ଷାତେ ଯୀଶୁ ମହାନ……. ହାଲୁୟା
    ସୁନା, କିନ୍ଦୁରୁ ଓ ଗନ୍ଧରସ ଲଭିବାକୁ ମହାଶିଷ
    ସମରପି ଦେଲେ ସେ ଯୁଗଳେ
    ଦେହ ଆମ୍ବା ହୃଦ ବଳେ
    ଆଶିଷ ମିଳେ ଆଶିଷ ମିଳେ, ଯୀଶୁଙ୍କ ପାଦ ତଳେ
    ଆସ ଯିବା ସେହି ମେଳେ, ପାଇବାକୁ ବିନାମୂଲ୍ୟ || ୧ ||

    ସେ ଦିନ ଶାନ୍ତ ନିଶୀଥେ……. ଆହା ଆହା
    ଗାଇଲେ ଆକାଶ ପଥେ……. ହାଲୁୟା
    ସ୍ଵର୍ଗୀୟ ବାହିନୀମାନେ……. ଆହା ଆହା
    କହିଲେ ଆନନ୍ଦମନେ……. ହାଲ୍ଡଲୁୟା
    ଜୟ ଜୟ ହେଉ ହେ ଈଶ୍ଵର, ଯୋଗ୍ୟ ତୁମେ ସବୁ ମହିମାର
    ଶାନ୍ତି ଶାନ୍ତି ହେଉ ଏ ପୃଥୀରେ
    ସନ୍ତୋଷପାତ୍ର ମନୁଷ୍ୟଠାରେ
    ଶାନ୍ତି ମିଳେ ମୁକ୍ତି ମିଳେ ଯୀଶୁଙ୍କ କୁଶ ତଳେ
    ଯୀଶୁ ନିଜ ମୃତ୍ୟୁ ବଳେ ମହା ପରିତ୍ରାଣ ସାଲେ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • duniya sara mu tumaku khojili

    ଦୁନିଆ ସାରା ମୁଁ ତୁମକୁ ଖୋଜିଲି
    ଆଖିର ଲୁହରେ ତୁମକୁ ପାଇଲି
    ତୁମେ ହି ପରମ ଅନନ୍ତ ଅସୀମ
    ଏହି କଥା ଶେଷେ ଜାଣିଲି (ଘୋଷା)

    ଜୀବନରେ ଯାହା କିଛି ପାପ କରିଥିଲି
    ତୁମରି ଆଗରେ ମୋର ହୃଦୟ ଖୋଲିଲି
    ତୁମେ ହି ମହାନ ଘେନ ମନ ପ୍ରାଣ
    ତୁମରି ଆଶ୍ରୟ ମୁଁ ନେଲି ||୧||

    ମୋ ଆଖିର ଯେତେ ଲୁହ ଝରି ଯାଉ ଆଜି
    ଅନ୍ତରେ ମୁଁ ତୁମକୁ ଯେ ପାଇଅଛି ଖୋଜି
    ନିରାଶର ଆଶା ତୁମେ ହିଁ ଭରସା
    ତୁମେ ଶାନ୍ତି ମୁକ୍ତି ବୁଝିଲି || ୨ ||

    ସୂଚୀମାଳାକୁ ଫେରନ୍ତୁ

  • drudha biswasa rahichi moro

    ଦୃଢ଼ ବିଶ୍ୱାସ ରହିଛି ମୋର ତୁମ୍ଭଠାରେ
    ସ୍ଥିର ଜଳ ପାଶେ ନିଅ ମୋତେ ପ୍ରଭୁ
    ରୁହ ତୁମେ ମୋ ସାଥିରେ (ଘୋଷା)

    ଜୀବନର ପାପ ବୋଝ ତୁମେ ବହି ନିଆ
    ଆଖୁ ଲୁହ ପୋଛି ଦେଇ ଓଠେ ହସ ଦିଅ ( ୨ ଥର)
    ଏପରି ପାଳକ ଏପରି ଚାଳକ
    କିଏ ଅଛି ଜଗତରେ || ୧ ||

    ରହିଛି ମୁଁ ରହିଥିବା ପ୍ରଭୁ ତୁମ ଠାରେ
    ଆସୁ ଯେତେ ପ୍ରଲୋଭନ ଝଡ଼ ଜୀବନରେ ( ୨ ଥର)
    ମୁଁ ଜାଣେ ଶେଷରେ ଅନନ୍ତ ଜୀବନ
    ଦେବ ମୋତେ ସରଗରେ ||୨||

    ସୂଚୀମାଳାକୁ ଫେରନ୍ତୁ

  • dhanya dhanya jishu tume

    ଧନ୍ୟ ଧନ୍ୟ ଯୀଶୁ ନାମ ଧନ୍ୟ ଧନ୍ୟ
    ଧନ୍ୟ ଧନ୍ୟ ପ୍ରିୟ ନାମ ଧନ୍ୟ ଧନ୍ୟ
    ଯୀଶୁ ପଥ, ଯୀଶୁ ସତ୍ୟ, ଅନନ୍ତ ଜୀବନ
    ଯୀଶୁ ଶାନ୍ତି, ଯୀଶୁ ମୁକ୍ତି, ପତିତପାବନ (ଘୋଷା)

    ମଧୁର ମନୋରମ, ସେ ଯୀଶୁନାମ
    ସରଗୁ ହୋଇଛି ସେ ନାମ ପ୍ରଦାନ
    ସେ ପ୍ରେମମୟ…. ସେ ଦୟାମୟ || ୧ ||

    ଆକାଶ ତଳେ ଯେତେ ଅଛନ୍ତି ଜନ
    ଦିଆଯାଇନି କାହାକୁ ସେହି ନାମ
    ସେ ସ୍ନେହମୟ…. ସେ କୃପାମୟ ||୨ ||

    ପାପୀ ତାପୀ ଜନର ସେ ପରିତ୍ରାଣ
    ଦୀନ, ଦୁଃଖୀ, ରଙ୍କିଙ୍କ ଅମୂଲ୍ୟ ଧନ
    ସେ ଧର୍ମମୟ… ସେ ସୁଧାମୟ ||୩||

    ସୂଚୀମାଳାକୁ ଫେରନ୍ତୁ

  • dhanya jihobanka nama

    ଧନ୍ୟ ଯିହୋବାଙ୍କ ନାମରେ ( ୨ ଥର)
    ସେହି ଅନାଦି ସେହି ଅନନ୍ତ
    ସେହି ଅମର ସେହି ଅଟନ୍ତି ନିତ୍ୟ ଜୀବିତ
    ଖୋଲିଦେଇ ଗଲେ ମୁକତିର ପଥ
    ଯୀଶୁଙ୍କୁ ଦେଇ ବଳିଦାନରେ (ଘୋଷା)

    ଆମ ପାପଭାର କ୍ରଶେ ବହିନେଲେ
    ଜଗତର ପାଇଁ ପରିତ୍ରାଣ ଦେଲେ
    ଭରିଦେଇ ଶାନ୍ତି ଆମ ଜୀବନରେ
    କର ତାଙ୍କ ଜୟ ଗାନରେ ||୧||

    ଆସ ଯିବା ଆମେ ପାପୀ ତାପୀ ଯେତେ
    ଢ଼ାଳିଦେବା ଆମ କଳୁଷ ଶ୍ରୀପାଦେ
    ଧୋଇ ଦେଇ ନେବେ ଆବୋରି ପ୍ରେମରେ
    ହେବା ତାଙ୍କ ସନ୍ତାନରେ ||୨||

    ସୂଚୀମାଳାକୁ ଫେରନ୍ତୁ

  • bhanga hrudaye kalankita ehi

    ଭଙ୍ଗା ହୃଦୟେ କଳଙ୍କିତ ଏହି
    ଶୁନ୍ୟ ଜୀବନ ମୋର
    ତୁମ ଉପ ଯୋଗି ପାତ୍ର କରିପ୍ରଭୁ
    କର ମୋତେ ବ୍ୟବହାର …(ଘୋଷା)

    ମାଟିଠାରୁ ହିନ ଏଇ ମୋ ଜୀବନ
    ଭରା ତହଁ କଳୁଷତା
    ତୁମ ବାକ୍ୟ ଲାଗି ଓଠେ ମୋର ଖାଲି
    ଭରିଅଛି ନିରବତା
    ତୁମରି ଇଛାରେ ରୂପଦିଅ ତାରେ
    ଭରିଦିଅ ତୁମ ସୁର … |୧|

    ସାକ୍ଷୀ ତୁମ କର, ସାଥୀ ମୋର ହୁଅ
    ତୁମ ଚଲା ପଥେ ନିଅ
    ଧନ ସନମାନ ସବୁ ତୁମେ ନିଅ
    ଅଭିମାନ ପୋଛିଦିଅ
    କୃଶର ପ୍ରହାରେ ଭାଙ୍ଗି ମାୟା ମୋହ
    ତୁମପରି ମୋତେ କର … |୨|

    ସୂଚୀମାଳାକୁ ଫେରନ୍ତୁ