Christian Songs Booth

Category: Odia

Odia Christian Song Lyrics

  • nische mu jaanoyee ey bakyo sidhaanto

    ନିଶ୍ଚେ ମୁଁ ଜାଣଇ, ଏ ବାକ୍ୟ ସିଦ୍ଧାନ୍ତ ମୋ ତ୍ରାଣକର୍ତ୍ତା ଯେ ଜୀବିତ । ଘୋଷା ।

    ଏ ଅଟେ ନିଶ୍ଚିତ ଅଟନ୍ତି ଜୀବିତ ଥରେ ଯେ ହୋଇଥିଲେ ହତ    । ୧ ।

    ଅନନ୍ତ କାଳରେ ତ୍ରାଣ କରିବାରେ ଏଣୁ ସେହି ନିତ୍ୟ ଜୀବିତ      । ୨ ।

    କରିବାକୁ ନିବେଦନ ମୋ କାରଣ ପିତା ଦକ୍ଷିଣେ ଉପବିଷ୍ଟ        । ୩ ।

    ସେ ଯୁଗ ଶେଷରେ ଏହି ପୃଥିବୀରେ ଗୌରବେ ହେବେ ପ୍ରକାଶିତ           । ୪ ।

    ମୋ ନିଜ ନୟନ କରିବ ଦର୍ଶନ ମୋ ଦେହ ହେଲେ କ୍ଷୟ ମୃତ    । ୫ ।

     କାଲି ଆଉ ଆଜି ସଦା ଏହିପରି ସେ ସମଭାବରେ ଜୀବିତ       । ୬ ।

  • jishu nityo jibito mano hue ki hrusto chito

    ଯୀଶୁ ନିତ୍ୟ ଜୀବିତମାନ ହୁଏ କି ହୃଷ୍ଟ ଚିତ୍ତ !

    ଯୀଶୁ ସମଭାବେ’ଛନ୍ତି ନିତ୍ୟ ଜୀବିତ । ଘୋଷା ।

    ପାପ ଅପାର ମୋର ପାରିବ କି କରି ଭୟ ଜନ୍ମାଇ ଘୋର ?

    ଖ୍ରୀଷ୍ଟ ବହୁମୂଲ୍ୟ ରକ୍ତ ସଦା ଅଟେ ଶକ୍ତିମନ୍ତ,

    ତହିଁ ହେବ ମୋର ସର୍ବ ପାପ ମାର୍ଜିତ । ୧ ।

    ଦୁଃଖ ପରୀକ୍ଷା କ୍ଳେଶ ପାରିବେ କି କରି ମିଶି କ୍ଷତି ମୋ ଲେଶ ?

    ନାହିଁ, ଏ ତ ଅସମ୍ଭବ, ଖ୍ରୀଷ୍ଟ ସଦା ମୋ ଆଲମ୍ବ,

    ତାଙ୍କ ବଳ ନୁହେଁ କେବେ ଊଣା କିଞ୍ôଚତ । ୨ । 

     

    ବନ୍ଧୁ ବାନ୍ଧବ ମିତ୍ର ଅଟନ୍ତି ସେହି ସମସ୍ତେ ସିନା ଅନିତ୍ୟ,

    ଖ୍ରୀଷ୍ଟ ମୋ ପରମ ମିତ୍ର, ତ୍ରିକାଳେ ସମାନ ମତ 

    ବିକୃତ ନୁହନ୍ତି ହେଲେ ପୃଥିବୀ ଲୁପ୍ତ । ୩ ।

    ତେବେ ଡରିବି ମୁହିଁ ଜୀବନ ଅଥବା ମରଣକୁ କିପାଇଁ ?

    ସକଳ ବିଷୟ ମୋର ସମର୍ପି ହସ୍ତେ ତାଙ୍କର,

    ରଖିଥିବି ନିତ୍ୟ ଭକ୍ତି ବିଶ୍ୱାସ ଚିତ୍ତ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • probhu hoi punoruthito

    ପ୍ରଭୁ ହୋଇ ପୁନରୁତ୍ଥିତ, ଶିଷ୍ୟଙ୍କୁ ଫେଡ଼ିଲେ ଶାସ୍ତ୍ରର ଅର୍ଥ,

    ଘେନିଣ ସହିତ ବେଥନି ପର୍ଯ୍ୟନ୍ତ ଆଶୀର୍ବାଦ କଲେ ତୋଳିଣ ହସ୍ତ । ଘୋଷା । 

     

    କରୁ କରୁ ସେ ଆଶୀର୍ବାଦ ଅଦୃଶ୍ୟରେ ହେଲେ ବିଭେଦ,

    ଗୌରବ ସହିତ ଈଶ୍ୱରଙ୍କ ସୁତ ଯାଇ ସ୍ୱର୍ଗପୁରେ ହେଲେ ଗୃହୀତ । ୧ ।

    ଆସି ଦୁଇ ଦୂତ ସେକ୍ଷଣି ଉଚ୍ଚେ ପ୍ରକାଶିଲେ ଏ ବାଣୀ,

    ଆହେ ଗାଲିଲୀୟ ନିବାସୀ ସମସ୍ତେ, କିମର୍ଥେ ଅନାଇ ହୁଅ ଚକିତ । ୨ । 

     

    ଏହି ପ୍ରଭୁ ଯୀଶୁ ଏପରି ଆଉ ଥରେ ଆସିବେ ଫେରି,

    ହୋଇ ମେଘାରୂଢ଼ ଐଶ୍ୱର୍ଯ୍ୟ ସହିତ ସଙ୍ଗେ ଘେନିଣ କୋଟି କୋଟି ଦୂତ । ୩ । 

     

    ଫେରିଗଲେ ଶିଷ୍ୟସମୂହ, ପ୍ରଭୁ ହେଲେ ତାଙ୍କ ସହାୟ,

    ହୋଇ ଆହ୍ଲାଦିତ ପ୍ରେମେ ପୁଲକିତ ଧନ୍ୟବାଦ କଲେ ମିଶି ଏକତ୍ର । ୪ । 

     

    ସବୁ ଯୁଗେ ପ୍ରଭୁ ଏପରି ଆଶିଷ କଲେ ଶିଷ୍ୟୋପରି,

    କହେଦୀନ ଦାସ, ତବ ପାଦେ ଆଶ, ଦାନ କର ମୋତେ ଅକ୍ଷୟ ବିତ୍ତ । ୫ ।

  • he naari kimpaa karucho rodono

    ହେ ନାରୀ, କିପାଁ କରୁଛ ରୋଦନ ହୋଇଣ ଅତ୍ୟନ୍ତ ବିଷର୍ଣ୍ଣମନ ?

    ନାହାନ୍ତି ଯୀଶୁ ନାହାନ୍ତି ଏଠାରେ, ଉଠିଛନ୍ତି ନିଜ ବାକ୍ୟାନୁସାରେ;

    କର ହେ ଦର୍ଶନ, ପ୍ରଭୁଙ୍କ କବର ଶୟନ ସ୍ଥାନ । ୧ । 

     

    ହେ ନାରୀ, କିପାଁ କରୁଛ ରୋଦନ ? ଏଡ଼େ ଶୀଘ୍ର କି ହେଲ ବିସ୍ମରଣ ?

    ଯା’ଙ୍କ ମହା ବଳିଷ୍ଠ ପରାକ୍ରମେ ଲାଜାର ଉଠିଥିଲା ଚାରିଦିନେ

    ଏଡ଼େ ପରାକ୍ରମେ ଉଠି କି ନ ପାରିବେ ସେ ତ୍ରିଦିନେ ?

    ଆଜ୍ଞାରେ ଯେ ଯାଇରସ କନ୍ୟାକୁ ଜ୍ୟାଇଥିଲେ ବିଧବାର ପୁତ୍ରକୁ,

    ଘୋର ତୋଫାନ ସାଗର କଲ୍ଲୋଳ ଆଜ୍ଞାମାତ୍ର ଦେଇ ଯେ କଲେ ସ୍ଥିର,

    ସେ ପ୍ରଭୁ କି ପୁଣି ମୃତ୍ୟୁ ଲହଡ଼ି ନ ପାରିବେ ଜିଣି ?

    ହେ ନାରୀ, କିପାଁ କରୁଛ ରୋଦନ ? ହୁଅ ହେ ହୃଷ୍ଟ ଉଲ୍ଲସିତ ମନ;

    ଦେଖ, ଯୀଶୁ ତୁମ୍ଭ ତ୍ରାଣରାଜନ, ଜୟ କଲେ ମୃତ୍ୟୁ ପାପାତ୍ମାଗଣ;

    ଯାଅ ହେ ବହନେ, ସମ୍ବାଦ ଦିଅ ତାଙ୍କ ଭ୍ରାତୃଗଣେ । ୪ । 

     

    ହେ ନାରୀ; କିପାଁ କରୁଛ ରୋଦନ ? ହୃଷ୍ଟ ଚିତ୍ତେ ବେଗେ କର ଗମନ;

    ତୁମ୍ଭ ତ୍ରାଣକର୍ତ୍ତା ଯୀଶୁ ରାଜନ କରିଅଛନ୍ତି ସେ ପୁନରୁତ୍ଥାନ,

    କର ହେ ଗମନ ଗାଲିଲୀ ଦେଶେ ପାଇବ ଦର୍ଶନ । ୫ ।

    ମାରିଆ ମୁଖ ଫେରାନ୍ତେ ବହନ ଯୀଶୁଙ୍କୁ ତତ୍‌କ୍ଷଣେ କଲେ ଦର୍ଶନ

    ବୋଇଲେ ଯୀଶୁ, ଆଗୋ ମରିୟମ, କିପାଇଁ କରୁଛ ଏତେ ରୋଦନ ?

    ଗାଅ ଜୟଗୀତ, ଆମ୍ଭେ ହୋଇଅଛୁ ପୁନର୍ଜୀବିତ। 

     

    ମାରିଆ ଯୀଶୁଙ୍କ ଦର୍ଶନ ପାଇ ଆନନ୍ଦ ମନେ ବେଗେ ଗଲେ ଧାଇଁ,

    ବୋଇଲେ, ଶୁଣ ଆହେ ଶିଷ୍ୟଗଣ, ପ୍ରଭୁ ଦେଇଛନ୍ତି ମୋତେ ଦର୍ଶନ;

    କର ହେ ପ୍ରସ୍ଥାନ, ଗାଲିଲୀଠାରେ ପାଇବ ଦର୍ଶନ । ୭ ।