Christian Songs Booth

Category: Prathana Meeting

  • he raja mohoro parameswara

    ହେ… ରାଜା ମୋହର, ପରମେଶ୍ବର
    ଶୁଣ ମୋ କ୍ରନ୍ଦନ ସ୍ବର ପ୍ରାତଃ କାଳେ ପ୍ରାର୍ଥନା ମୋର (ଘୋଷା)

    ଭୟ ଭକ୍ତିରେ ଆସିଛି ତୁମ ମନ୍ଦିରେ ମସ୍ତକ ମୋ ନତ କରି
    ମହନୀୟ ପ୍ରେମେ ତୁମ ଭରସା ରଖି ଜଣାଉଛି ଦୁଃଖ ଗୁହାରୀ
    ନ୍ୟାୟ ପଥେ ତୁମେ କର ଚାଳନା ପଥ ମୋର କର ସୁଗମ ( ପ୍ରଭୁ)
    ଶୁଣ ବାରେ ଏ ନିବେଦନ || ୧ ||

    କରିବାକୁ ରକ୍ଷା ମୋର ଏହି ଜୀବନ ବାରେ ହୁଅ ।
    ଅ ବିରାଜମାନ
    ବିଳାପେ ମୁଁ କ୍ଲାନ୍ତ, ମୋ ଚକ୍ଷୁ କ୍ଷୀଣ ଶରୀର ମୋ ଜୀର୍ଣ୍ଣ ଶୀର୍ଣ୍ଣ
    ପ୍ରତି ରାତ୍ରିରେ ମୁଁ ଶଯ୍ୟା ଭିଜାଏ ଲୋତକ ଝରାଇ ଝରାଇ ( ପ୍ରଭୁ)
    ଶୁଣ ବାରେ ମୋ ଦୁଃଖ ଗୁହାରି || ୨ ||

    ସୂଚୀମାଳାକୁ ଫେରନ୍ତୁ

  • he prabhu asi mo dhyane

    ହେ ପ୍ରଭୁ ଆସି ମୋ ଧାନେ..ହୋ..ବିରାଜ ମୋ ହୃଦୟେ ତୁମେ
    କେତେ ଆଶା ନେଇ ନୟନେ… ହୋ..ଚାହିଅଛି ତବ ଦର୍ଶନେ (ଘୋଷା)

    ହୋଇଛି ରୁଦ୍ଧ ଯେ ନୟନ ମୋର ପାପ ପ୍ରଲୋଭନେ
    ଦେଖିବି ଭାବୁଛି ପାରେନା ଦେଖି ଅନ୍ଧ ମୁଁ ଯେ ମନେ
    ଦିଅ ଦେଖା ମୋର ଅନ୍ଧ ନୟନେ ନିଅ ତୁମରି ସନ୍ଧାନେ
    ଆହେ ପ୍ରେମମୟ ତୁମ ପ୍ରେମରେ ଦିଅ ଦର୍ଶନ ଏ ଜୀବନେ ହେ || ୧ ||

    ଅନାଦି ଅନନ୍ତ ଅସୀମ ତୁମେ ସର୍ବବ୍ୟାପି ତୁମେ
    ସବୁଠି ରହିଛି ତୁମରି ଶୋଭା ଅନୁଭବୀ ହିଁ ଜାଣେ
    ଦିଅ ଅନୁଭବ ଶକ୍ତି ଜୀବନେ ରହି ମୋ ମନ ଗଗନେ
    ହୋଇ ସହଭାଗୀ ତବ ଦର୍ଶନେ ଧନ୍ୟ ହୋଇବି ଏହି ଜୀବନେ ହୋ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • he sadaprabhu mu tumbhara sarana

    ହେ ସଦାପ୍ରଭୁ ମୁଁ ତୁମ୍ଭର ଶରଣ ନେଉଛି
    ମୋତେ କେବେ ଲଜିତ ହେବାକୁ ଦିଅ ନାହିଁ (ଘୋଷା)

    ତୁମ୍ଭ ଧର୍ମ ଗୁଣରେ ମୋତେ, ଉଦ୍ଧାର କରି
    ମୋତେ ରକ୍ଷା କର
    ମୋ ପ୍ରତି ଆପଣା କର୍ଣ୍ଣ ଡେରି ମୋତେ ତ୍ରାଣ କର ||୧||

    କାରଣ ହେ ପ୍ରଭୁ ସଦାପ୍ରଭୁ
    ତୁମ୍ଭେ ହିଁ ଅଟ ମୋହରି ଭରସା
    ମୋ ବାଲ୍ୟ କାଳରୁ ତୁମେ ମୋର ବିଶ୍ବାସ ଭୂମି || ୨ ||

    ସୂଚୀମାଳାକୁ ଫେରନ୍ତୁ

  • he dharmikagana sadacharigana

    ହେ ଧାର୍ମିକଗଣ ସଦାଚାରୀଗଣ
    ପ୍ରଭୁଙ୍କର ମହାନାମେ ପ୍ରଶଂସା କର (ଘୋଷା)

    ନୂତନ ସଙ୍ଗୀତ ଗାଅ ତାଙ୍କ ଉଦ୍ଦେଶ୍ୟରେ
    ଆନନ୍ଦ ବଜାଇ ବାଦ୍ୟ ମଧୁର ତାନରେ
    ପ୍ରଭୁଙ୍କର ବାକ୍ୟ ସଦା ଯଥାର୍ଥ ଓ ସତ୍ୟ
    ବିଶ୍ଵସ୍ତତାରେ ତାହାଙ୍କ କାର୍ଯ୍ୟ ସାତ
    ବିଶ୍ୱ ସମୁଦାୟ ଆହେ ବିଶ୍ୱବାସୀ ପ୍ରଭୁଙ୍କୁ ଭୟ ଆଉ ଭକତି କର || ୧ ||

    ପ୍ରଭୁଙ୍କ ପରିକଳ୍ପନା ଚିର କାଳସ୍ଥାୟୀ
    ତାହାଙ୍କ ସଂକଳ୍ପ ସବୁ ଅଟେ ଚିରସ୍ଥାୟୀ
    ଧନ୍ୟ ସେ ଜାତି ଯା’ର ପ୍ରଭୁ ଯେ ଈଶ୍ବର
    ଧନ୍ୟ ମନୋନୀତ ସବୁ ଲୋକେ ଯେ ତାଙ୍କର ।
    ସହାୟ ସିଏ ଆମ ଢାଲ ସିଏ ନିରନ୍ତର ଥାଏ ଦୟା ପ୍ରେମ ତାଙ୍କର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • he iswara parameswara

    ହେ ଈଶ୍ଵର, ପରମେଶ୍ଵର
    ଖୋଜୁଛି ତୁମକୁ ମୋ ଅନ୍ତର
    ଏହି କ୍ଲାନ୍ତିକର ସ୍ଥାନରେ, ଜଳଶୁନ୍ୟ ଶୁଷ୍କ ପ୍ରାନ୍ତରେ
    ତୁମ ପାଇଁ ତୃଷିତ ମୋ ପ୍ରାଣ, ଆକାଂକ୍ଷିତ ଅଟେ ମୋ ଶରୀର (ଘୋଷା)

    ପବିତ୍ର ଧାମରେ ମୁଁ ଦେଖୁଛି ପରାକ୍ରମ ଗୌରବ ତୁମ୍ଭର
    ଜୀବନ ଅପେକ୍ଷା ଯେ ଉତ୍ତମ ସ୍ନେହପୂର୍ଣ୍ଣ କରୁଣା ତୁମ୍ଭର
    ସାରା ଜୀବନ ସ୍ତୁତି କରିବି…ତୁମ୍ଭ ନାମେ ହସ୍ତ ମୁଁ ତୋଳିବି
    ସାରା ଜୀବନ ସ୍ତୁତି କରିବି… ପରିତୃପ୍ତ ହେବ ପ୍ରାଣ ମୋର || ୧ ||

    ଶଯ୍ୟାରେ ଥାଇ ତୁମ୍ଭକୁ ସ୍ମରେ ଧାୟ ତୁମ୍ଭକୁ ପ୍ରତି ପ୍ରହରେ
    ଯେହେତୁ ତୁମେ ମୋର ସହାୟ ଗାନ କରିବି ପକ୍ଷ ଛାୟାରେ
    ତୁମ ସାନ୍ତି ମୋ ପ୍ରାଣ ରହେ ଦକ୍ଷିଣ ହସ୍ତ ଯେ ତୋଳି ଧରେ
    ତୁମ ସାନ୍ତି ମୋ ପ୍ରାଣ ରହେ ପ୍ରଶଂସା କରିବ ମୋ ଅଧର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • halleluyah halleluyah gaiba

    ହାଲିଲୁୟା ହାଲିଲୁୟା ଗାଇବା ଆସ ଆନନ୍ଦରେ
    ସଦାପ୍ରଭୁ ପରମେଶ୍ୱର ସେବିବା ସତ୍ୟ ଆତ୍ମାରେ (ଘୋଷା)

    ଯିହୋବା-ଯିରି, ତାହାଙ୍କ ନାମ,ଯୋଗାନ୍ତି ସକଳ ପ୍ରୟୋଜନ
    ଯିହୋବା-ନିଶି, ପାପ ବିନାଶି, ଜୟଦାତା ଜୀବନ ସମରେ || ୧ ||

    ଶାନ୍ତିଦାତା ଶାଲେମ ରାଜନ ତାଙ୍କ ରାଜ୍ୟ ଅଟେ ଚିରନ୍ତନ
    ତାଙ୍କ ପରଜା ଆମେ ସରବେ, ଭୋଗିବୁ ସୁଖ ସରଗରେ || ୨ ||

    ନିକଟବର୍ତ୍ତୀ ଯିହୋବା-ଶାମା, କେ ପାରେ ବଣ୍ଟି ତାଙ୍କ ମହିମା
    ଯିହୋବା-ରାଫା ଆରୋଗ୍ୟକାରୀ, ଚିରସାଥୀ ଦୁଃଖ ସୁଖରେ || ୩ ||

    ପାଳକ ଆମ ଯିହୋବା-ରୋହୀ, ମୁକତିଦାତା ସେ ମୃତ୍ୟୁଞ୍ଜୟୀ
    କର ଭଜନ ହେ ଭକ୍ତଗଣ ମଧୁମୟ ଯୀଶୁ ନାମରେ || ୪ ||

    ସୂଚୀମାଳାକୁ ଫେରନ୍ତୁ

  • harini jemiti jaladhara pain

    ହରିଣୀ ଯେମିତି ଜଳଧାରା ପାଇଁ ହୁଏ ଆକୁଳ
    ପ୍ରଭୁ ସେମିତି ମୋ ପ୍ରାଣ ତୁମ ପାଇଁ ବ୍ୟାକୁଳ… (ଘୋଷା)

    ଲୁହ ମୁଁ ପିଇଛି ଆକୁଳେ କାନ୍ଦିଛି, କେତେ ଦିନ ରାତି
    ବାରବାର ଯେବେ ଲୋକେ ପଚାରନ୍ତି, ତୋ’ ପ୍ରଭୁ କାହାନ୍ତି ?
    ମନ କାହିଁକିରେ ବିଚଳିତ, ହେଉ କିମ୍ପା ଏତେ ଶୋକାନ୍ଦିତ
    ରଖିଥା ଭରସା ସେ ତୋର ସହାୟ, ସେ ତୋ ଈଶ୍ଵର || ୧ ||

    ଢ଼ାଳିଦେବେ ତାଙ୍କ ପ୍ରେମ ଅନୁଗ୍ରହ ସିଏ ଦିବସରେ
    ରାତିରେ ଗାଇବି ପ୍ରାର୍ଥନା ତୋଳିବି ତାଙ୍କ ଉଦ୍ଦେଶ୍ୟରେ
    ମନ କାହିଁକିରେ ବିଚଳିତ, ହେଉ କିମ୍ପା ଏତେ ଶୋକାନ୍ବିତ
    ରଖିଥା ଭରସା ସେ ତୋର ସହାୟ, ସେ ତୋ’ ଈଶ୍ଵର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • sarba mangalamaya sarba karuna maya

    ସର୍ବ ମଙ୍ଗଳମୟ, ସର୍ବ କରୁଣାମୟ,
    ସର୍ବ ଅନ୍ତର୍ଯ୍ୟାମୀ ପିତା ସର୍ବ ଶକ୍ତିମାନ ପିତା, ଆହେ ଶାନ୍ତିଦାତା…..
    ବନ୍ଦନା ଘେନ ଆମର ହେ ପ୍ରଭୁ ( ୨ ଥର)
    ଗୌରବମୟ ପିତା ଆହେ ଶାନ୍ତିଦାତା
    ପୂଜା ସ୍ତୁତି କରୁ ତୁମର (ଘୋଷା)

    ତୁମେ କ’ ତୁମେ ‘କ୍ଷ’ ତୁମେ ଆଦି ଅନ୍ତ
    ତୁମେ ପଥ, ତୁମେ ସତ୍ୟ, ତୁମେ ହିଁ ଜୀବନ୍ତ ( ୨ ଥର)
    ତୁମ ବାକ୍ୟ ସୃଷ୍ଟି ହେଲା ଏ ଚାରୁ ମରତ
    ତୁମରି ଏ କାରୁକାର୍ଯ୍ୟ ଅଟେ କି ବିଚିତ୍ର
    ଧନ୍ୟ…ଧନ୍ୟ…ପିତା ଈଶ୍ଵର || ୧ ||

    ସୀମାହୀନ ଆକାଶକୁ କରି ନିରୂପିତ
    ସୂର୍ଯ୍ୟ ଚନ୍ଦ୍ର ତାରା ତହିଁ କରିଲ ସ୍ଥାପିତ
    ଗିରିବନ, ପରବତ, ବାରିଧି ସମସ୍ତ
    ବିଭବରେ କରିଦେଲ ଜଗତେ ମଣ୍ଡିତ
    ଧନ୍ୟ…ଧନ୍ୟ… ପିତା ଈଶ୍ଵର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • swarga jayadhoni mahananda maya

    ସ୍ଵର୍ଗ ଜୟଧ୍ବନି ମହାନନ୍ଦମୟ ପାପୀଙ୍କ ମନ ଫେରଣରେ,
    ଦେଖ ପଥ ମଧେ ପିତା ଦୟାମୟ ନେଉଛନ୍ତି ପ୍ରେମାଲିଙ୍ଗନେ || ୧ ||

    ଗୌରବ ଗୌରବ ଧ୍ବନି ସ୍ବର୍ଗରେ
    ଗୌରବ ଗୌରବ ବୀଣା ଝଙ୍କାରେ
    ମୁକ୍ତି ପ୍ରାପ୍ତ ସାଧୁ ଓ ଦୂତଗଣ
    ମହାନନ୍ଦ କରନ୍ତି ଗାନ (ଘୋଷା)

    ସ୍ଵର୍ଗ ଜୟ ଧ୍ବନି ଆନନ୍ଦ ମନେ, ବିପଥଗାମୀଙ୍କ ମିଳନେ
    ଗୋଟିଏ ପ୍ରାଣୀ ଜୀବନ ପାଇଲେ, ନୂତନ ଜନମ ଗ୍ରହଣେ || ୨ ||

    ସ୍ଵର୍ଗ ଜୟ ଧ୍ବନି କି ଆୟୋଜନ, ବିଜୟ ଗୀତି ଓ କୀର୍ତ୍ତନ
    ମହାମୂଲ୍ୟ ପ୍ରାଣ ଜିଇଁଲା ଆହା, ଆଜି ଆସ କହିବା ତାହା || ୩ ||

    ସୂଚୀମାଳାକୁ ଫେରନ୍ତୁ

  • stuti kara prasansa kara

    ସ୍ତୁତି କର, ପ୍ରଶଂସା କର, ସଦାପ୍ରଭୁଙ୍କର…
    ଈଶ୍ବରଙ୍କ ପବିତ୍ର ଧାମେ, ତାହାଙ୍କ ପ୍ରଶଂସା କର
    ପରାକ୍ରମ ଭରା ଗଗନ ମଣ୍ଡଳେ, ତାହାଙ୍କ ପ୍ରଶଂସା କର
    ସ୍ତୁତି କର, ପ୍ରଶଂସା କର, ସଦାପ୍ରଭୁଙ୍କର (ଘୋଷା)

    ତୁରୀ ନାଦରେ ବୀଣାର ତାନରେ ସ୍ତୁତି କର ମହା ଆନନ୍ଦରେ
    ନେବଲ ଝଙ୍କାରେ ଖଞ୍ଜଣୀର ତାଳେ
    ନାଚି ନାଚି ତାଙ୍କ ସ୍ତୁତି କର
    ଦାରା ବାଦ୍ୟ ସହ ବଂଶୀ ଧ୍ବନିରେ ତାହାଙ୍କ ପ୍ରଶଂସା କର || ୧ ||

    ଅତୁଳନୀୟ ମହିମା ତାଙ୍କର କରତାଳ ସହ ସ୍ତୁତି କର
    ତାହାଙ୍କର କାର୍ଯ୍ୟ ବିକ୍ରମରେ ପୂର୍ଣ୍ଣ
    ସେଥିପାଇଁ ତାଙ୍କ ସ୍ତୁତି କର
    ପ୍ରାଣବାୟୁଧାରୀ ଆହେ ସର୍ବପ୍ରାଣୀ ତାହାଙ୍କ ପ୍ରଶଂସା କର || ୨ ||

    ସୂଚୀମାଳାକୁ ଫେରନ୍ତୁ