Christian Songs Booth

Category: Prathana Meeting

  • prabhunka name mu kare prathana

    ପ୍ରଭୁଙ୍କ ନାମେ ମୁଁ କରେ ପ୍ରାର୍ଥନା
    ନୁହେଁ ମେରି ନୁହେଁ ହାନ୍ନା ପ୍ରଭୁ
    ମୁଁ ପାପୀ କର କରୁଣା (ଘୋଷା)

    ଜୀବନରେ ଆସେ ଯେତେ ଦୁଃଖ ପାରୁ ନାହିଁ ପ୍ରଭୁ ସହି
    କଳଙ୍କ ମୋ ପୋଛିଦେଇ ସବୁ ସେ ନାମ ପ୍ରଭୁ ତୁମରି
    ସେହି ଆଶା ନେଇ କରେ ପ୍ରାର୍ଥନା-ନୁହେଁ ମେରି ନୁହେଁ ହାନ୍ନା ||୧||

    ପାପିନୀଟି ଅନୁତାପ ହୃଦେ ଆସି ତୁମ ପାଦତଳେ
    ଅଶ୍ର ଢାଳି ପାଦେ ତୈଳ ଦେଇ ପାପ କ୍ଷମା ପାଇଥିଲେ
    ସେହି ଆଶା ନେଇ କରେ ପ୍ରାର୍ଥନା–ନୁହେଁ ମେରି ନୁହେଁ ହାନ୍ନା ||୨||

    ସୂଚୀମାଳାକୁ ଫେରନ୍ତୁ

  • prema nirjhara daya sagara

    ପ୍ରେମ ନିର୍ଝର ଦୟା ସାଗର
    ବିନୟ ଆମରି ଘେନ… ପବିତ୍ର କର ଆମ ଅନ୍ତର ( ୨ ଥର)
    ଦିଅ ବାରେ ଦରଶନ (ଘୋଷା)

    ହୃଦେ ପ୍ରବେଶି ଶୋଧନ କର ଆମରି ଜୀବନ
    ହେଉ ତା’ ତୁମ୍ଭ ରାଜ୍ୟ ସମ ସ୍ଵର୍ଗୀୟ ଆସନ
    ଦିଅ ବରଷାଇ ଶାନ୍ତିର ନୀର ହେ ପ୍ରଭୁ ତୁମେ କର ଆଗମନ || ୧ ||

    ମାଗୁନୁ ପ୍ରଭୁ ଏ ଜଗତର ଧନ ଜନ ମାନ
    ଗଢ଼ି ତୁମରି ଅନୁରୂପେ ଆମରି ଜୀବନ
    ଦିଅ ବରଷାଇ ଅମୃତ ନୀର ହେ ପ୍ରଭୁ ତୁମେ କର ଆଗମନ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • prathana suna amo prabhu

    ପ୍ରାର୍ଥନା ଶୁଣ ଆମ ପ୍ରଭୁ ପ୍ରାର୍ଥନା ଶୁଣ ଆମ
    ଯିହୋବା ସଦାପ୍ରଭୁ, ପବିତ୍ର ତୁମ ନାମ ପବିତ୍ର ତୁମ ନାମ (ଘୋଷା)

    ଆମ୍ଭ ନିକଟରେ ପ୍ରାର୍ଥନା କର, ଅଜ୍ଞାତ, ମହତ ଦୁଷ୍କର ତୁମ୍ଭର
    ପ୍ରତିଜ୍ଞା ତୁମ୍ଭର ଅଟଳ ଅନନ୍ତ,
    ତୁମ୍ଭ ମୁଖ ବାକ୍ୟ ଅଗ୍ନି ପରୀକ୍ଷିତ
    ଏହି ଥରକରେ ତୁମରି ନାମରେ, ପ୍ରାର୍ଥନା ଶୁଣ ଆମ ||୧||

    ପ୍ରାର୍ଥନା ବିନତି ଧନ୍ୟବାଦ ଆମ ଅନ୍ତରର ବୋଝ ସବୁ ନିବେଦନ
    ତୁମରି ନିକଟେ କରୁଛୁ ଜଣାଣ
    ଶାନ୍ତି ଯେ ତୁମରି ବୋଧର ଅଗମ୍ୟ
    ଏହି ଥରକରେ ତୁମରି ଇଛାରେ ପ୍ରାର୍ଥନା ଶୁଣ ଆମ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • prabhunka udyane chara

    ପ୍ରଭୁଙ୍କ ଉଦ୍ୟାନେ ଚାରା, ଫୁଲ ହୋଇ
    ସଦା ଆମେ ରହିଥିବୁ….
    ଯୀଶୁଙ୍କ ଚରଣେ ମନ ଦୀପ ଜାଳି
    ସ୍ତୁତି ପ୍ରଶଂସା କରୁଥିବୁ… (ଘୋଷା)

    ମନୋହର ଚାରା ଗହନେ ହୋଇ ଟିକି ଚାରା
    ପବିତ୍ର ଭୂଇଁ, ଜଳ, ସାରେ ହୋଇବୁ ଶ୍ୟାମଳା
    ଆତ୍ମାଙ୍କର ଫଳ ଫଳି ସଦାକାଳ ମାଳୀ ମନ ହରଷିବୁ || ୧ ||

    ଶାରୋଣ ଗୋଲାପ” ଗହନେ ହୋଇବୁ ଗୋଲାପ
    ନାନା ଜାତି ରଙ୍ଗରେ ଫୁଟି ଦେବୁରେ ମହକ
    ଫୁଲହାର ହୋଇ ପ୍ରଭୁ ଗଳେ ରହି ତାଙ୍କ ମନକୁ ତୋଷିବୁ || ୨ ||

    ଅଲିଭା ଦୀପର ଗହନେ ହୋଇ ଟିକି ଦୀପ
    ଆତ୍ମାଙ୍କ ତଇଳ ସାହାରେ ହେବୁ ଆଲୋକିତ
    ଦ୍ବିତୀୟାଗମନେ ସେହି ଦୀପ ଧରି ପ୍ରିୟ ବରଙ୍କୁ ଭେଟିବୁ ||୩||

    ସୂଚୀମାଳାକୁ ଫେରନ୍ତୁ

  • prabhunka jibanta bakya

    ପ୍ରଭୁଙ୍କ ଜୀବନ୍ତ ବାକ୍ୟ, ପ୍ରଭୁଙ୍କ ଜୀବନ୍ତ ବାକ୍ୟ
    କାର୍ଯ୍ୟସାଧକ ପ୍ରତି ଜୀବନର ( ୨ ଥର)
    ଅମର ତାହାର ସାକ୍ଷ୍ୟ (ଘୋଷା)

    ବୁଣାଳୀ ଯେ ଆମେ ସବୁ ଜଗତ ଆମରି କ୍ଷେତ୍ର
    ବୁଣିଯିବା ବାକ୍ୟ ବୀଜ ରଖି ପ୍ରେମ ଯୋଗ ସୂତ୍ର
    ହସି ହସି ପୁଣି କାଟିବା ଫସଲ ( ୨ ଥର)
    ଏଇ ହେବ ଆମ ଲକ୍ଷ୍ୟ ||୧||

    ଜାଗ୍ରତ ପ୍ରହରୀସମ ହେବା ଆମେ ଆଗୁଆନ
    ଦୁର୍ବଳେ ଭରିଦେବା ଶକତିର ସନ୍ଧାନ
    କ୍ଷୁତ ପରାଣେ ଯୋଗାଇବା ଆମେ ( ୨ ଥର)
    ଅମୃତ ସେହି ବାକ୍ୟ ||୨||

    ସୂଚୀମାଳାକୁ ଫେରନ୍ତୁ

  • au ki subhiba bhanga bina tare

    ପ୍ରଭୁ………ପ୍ରଭୁ. ……..ପ୍ରଭୁ……….ପ୍ରଭୁ
    ଆଉକି ଶୁଭିବ ଭଙ୍ଗା ବୀଣା ତାରେ ଆଦ୍ୟ ପ୍ରେମର ଝଙ୍କାର ?
    ଫେରିକି ଆସିବ ଜୀବନେ ଯୀଶୁ ହେ ସାତ ରଙ୍ଗ ସାତ ସ୍ଵର
    ଆଦ୍ୟ ପ୍ରେମର ଝଙ୍କାର (ଘୋଷା)

    ଭୁଲିଗଲି ସବୁ………ପ୍ରଭୁ…….
    ପୁରୁଣା ସ୍ମୃତିକି ପ୍ରାର୍ଥନାରେ ଥିଲି କହି
    ଯେତେ ଦୁଃଖ ଝଡ଼ ଆସିଲେ ଯୀଶୁ ହେ
    ସବୁକୁ ଦେଲି ଏଡ଼ାଇ
    ତୁମେ ମୋ ଶାରୋଣ ଗୋଲାପ ସୁରଭି ( ୨ ଥର)
    ଅଟ ଆଶିଷର ବାରି
    ଆଉକି ଝରିବ ମୋ ଆଖି ପତାରେ ( ୨ ଥର)
    ଅନୁତାପର ସେ ନୀର ଆଦ୍ୟ ପ୍ରେମର ଝଙ୍କାର || ୧ ||

    ନ ଚାହିଁବି ବୋଲି…ପ୍ରଭୁ…..
    ଆଖି ବୁଜି ଦେଲେ ହୃଦୟ ଭିତରେ ଦିଶ
    ନ ଶୁଣିବି ବୋଲି କାନ ରୁଦ୍ଧି ଦେଲେ
    ଚେତନାରେ ନିତି ଆସ
    ତୁମରି ସାନ୍ନିଧ୍ୟ-ଭରସା ପବନ ( ୨ ଥର)
    ଲାଗେ ମୋତେ ନିତି ନୂଆଁ
    ଆଉ କି ବହିବ ଏ ମରୁ ଅନ୍ତରେ ( ୨ ଥର)
    କାଲବରୀର ରୁଧୁର, ଆଦ୍ୟ ପ୍ରେମର ଝଙ୍କାର
    ଅନୁତାପର ସେ ନୀର, କାଲବରୀର ରୁର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • pratidhwoni hue aaji nahanti

    ପ୍ରତିଧ୍ବନୀ ହୁଏ ଆଜି ନାହାନ୍ତି ଏଠାରେ
    ମୂକ ସମାଧୁ କହେ ମୋ ପ୍ରଭୁ ମୃତ୍ୟୁଞ୍ଜୟୀରେ
    ମୃତ୍ୟୁ କାହିଁ ତୋର ନାହୁଡ଼,
    କାହିଁ ତୋର ଜୟ କାହିଁ ତୋର ଜୟ ((ଘୋଷା)

    ଶତାବ୍ଦୀ ଶତାବ୍ଦୀ ଧରି ମୃତ୍ୟୁ ଥିଲା ଅଧୁକାରୀ
    ବିକିରିତ ନୋହିଲା ଜୀବାଲୋକ ସଂଚାରୀ
    ଜୀବନର ଜ୍ୟୋତି ସମାଧୁର କତି, ଜଳିଲା ହୋଇ ସାଇତି ||୧||

    ମୃତ୍ୟୁର ଅନ୍ଧକାରୀ ଶୟତାନ ଗଲା ହାରୀ
    ଉଠିଲେ ଯୀଶୁ ବଳିୟାନ ସମାଧୁକୁ ଚିରି
    ମରଣର ଭୀତି କରି କୁଶେ ଇତି, ଆଣିଲେ ଶାନ୍ତି ମୁକତି || ୨ ||

    ସୂଚୀମାଳାକୁ ଫେରନ୍ତୁ

  • prabhu mu kemiti paibi tumaku

    ପ୍ରଭୁ ମୁଁ କେମିତି ପାଇବି ତୁମକୁ
    ପାପ ଦେଷ, ହିଂସା, ଅହମିକା ସବୁ ବୋଝ ତୁମେ ନିଅ (ଘୋଷା)

    ଅନ୍ଧ ମୁଁ ଥିଲି ଜାଣି ତ ନ ଥିଲି
    ଏ ଭବ ସାଗରେ ଭାସି ଯାଉଥିଲି
    ଦିଗହରା ହୋଇ ପଥ ନ ପାଇଲି
    ତୁମରି ପଥ ଦେଖାଅ ||୧||

    ଜୀବନ ମୋର ଦୁଃଖରେ ଭରା
    ସାହା ନାହିଁ କେହି ଲାଗେ ଦିଶାହରା
    ତୁମକୁ ମୁଁ ଛାଡ଼ି ଯିବି କେଉଁଠାକୁ
    କିଏ ଆଉ ମୋର ସାହା || ୨ ||

    ସୂଚୀମାଳାକୁ ଫେରନ୍ତୁ

  • papi marijare krusa pare

    ପାପୀ ମରିଯାରେ କୁଶପରେ
    ମୁହିଁ ମୁହିଁ ବୋଲି ବଜା ନାହିଁ ଆଉ ( ୨ ଥର)
    ଫମ୍ପା ଢୋଲ ତୁ ବୃଥାରେ (ଘୋଷା)

    ଅସଂଖ୍ୟ ପରଜା କଲେ ଯାର ପୂଜା
    କାହିଁ ସେ ପ୍ରତାପୀ ଫାରୋ ମହାରାଜା
    ସମୁଦ୍ରରେ ତା’ର ଗରବ ଭାଙ୍ଗିଲା
    ମଢ଼ା ଭାସିଲା ପାଣିରେ; ହେଲା ବିଭୁଙ୍କର ନିର୍ଦ୍ଦେଶରେ || ୧ ||

    ଧନରେ ଧନୀର ଫାଟିଲା ଭଣ୍ଡାର
    ଲାଜାରକୁ କଲା କେତେ ହତାଦର
    ସମ୍ପତ୍ତି ବାଡ଼ି ତା’ ମର୍ତ୍ତ୍ୟରେ ରହିଲା
    ନ ନେଲା ତାକୁ ସ୍ୱର୍ଗରେ, ଅବ୍ରାହମ କୋଳେ ଲାଜାରରେ || ୨ ||

    ରାଜା ଶଲୋମନ ଅତି ଜ୍ଞାନବାନ
    ଧନ ଜନ ମାନେ ଥିଲା ପରିପୂର୍ଣ୍ଣ
    ଭୋଗି ତା’ ସଂସାର ହୋଇଲା ଅସାର
    ଅସାର ସବୁ ଅସାର; ସାର କିଛି ନାହିଁ ଜଗତରେ ||୩||

    ଲାଭ, ଯଶ ଇଛା ଆଉ ତୁ ନ କର
    ସୁଖ ଲାଳସାକୁ କୁଶରେ ତୁ ମାର
    ସ୍ଵାର୍ଥଟିକୁ ନିଜ ବଳି ରୂପେ ଦେଇ
    ମରି ଯା’ରେ କୁଶପରେ, ଫଳ ଫଳିବୁ ଶହେ ଗୁଣରେ ||୪||

    ସୂଚୀମାଳାକୁ ଫେରନ୍ତୁ

  • palibi mu e niyama

    ପାଳିବି ମୁଁ ଏ ନିୟମ ଯୀଶୁଙ୍କୁ କରି ସ୍ମରଣ (ଘୋଷା)

    ପର ହସ୍ତଗତ ରାତ୍ର ଯୀଶୁ ଶିଷ୍ୟଙ୍କ ସଙ୍ଗତେ
    ପାଳିଥିଲେ ଏ ନିୟମ ପ୍ରେମେ ହୋଇ ପରିପୂର୍ଣ || ୧ ||

    ଏ ନିୟମେ ତାଙ୍କ ପ୍ରେମ କରିବି ମୁହିଁ ସୁରଣ
    ଯେଉଁ ପ୍ରେମେ ମରିଥିଲେ ମୋହର ପାପ କାରଣ || ୨ ||

    ଏ ନିୟମେ ତାଙ୍କ ଦୁଃଖ ଯାତନା କ୍ରନ୍ଦନ ଶୋକ
    କରିବି ମୁହିଁ ସ୍ମରଣ, ମୋ କାରଣ ସେ କଷଣ ||୩||

    ଏ ରୋଟୀ କରେ ପ୍ରକାଶ ତାଙ୍କର ବିକ୍ଷତ ମାଂସ
    ହୋଇଥିଲା ଖଣ୍ଡ ଖଣ୍ଡ ତାଙ୍କ ଦେହ ମୋ କାରଣ ||୪||

    ଏ ଦ୍ରାକ୍ଷାରସେ ଦର୍ଶନ ତାଙ୍କ ରୁଧିର ପତନ
    ସର୍ବାଙ୍ଗରୁ ଧାର ଧାର ବହିଥିଲା ମୋ କାରଣ ||୫||

    ସୂଚୀମାଳାକୁ ଫେରନ୍ତୁ