Christian Songs Booth

କର ହେ ମୋତେ ତୁମରି (ଆହେ ଯୀଶୁ), kara hai mote tumori aahe jishu

କର ହେ ମୋତେ ତୁମରି (ଆହେ ଯୀଶୁ),

ମୋରୂପ ବିଲୋପ କର, ସ୍ୱରୂପ ମୋଠି ପ୍ରସାର,

ତୁମଠି କର ତନ୍ମୟ ହୁଅ ମୋର ହୃଦମୟ

ତୁମ୍ଭଙ୍କୁ ପାଇ ନିଜକୁ ଯାଏ ଯେହ୍ନେ ପାସୋରି । ଘୋଷା । 

 

ତୁମ କରମେ ମୋତେ ବିଭୋର କର ପ୍ରଭୁ,

ମୋ ଇଚ୍ଛା ମୋର କରମ-ବାସନା ନାଶ ସବୁ,

ତୁମ୍ଭ କରମ ଛଳେ ମୋ କର୍ମ ନ ହେଉ ତିଳେ,

ତୁମ୍ଭ ପ୍ରଶଂସା ଗାଇ ନିଜେ ପ୍ରଶଂସା ନେଇ 

ମୋତେ ଯେହ୍ନେ ନ ବସାଏ ତବ ଆସନୋପରି । ୧ । 

 

ଯେତେ ଉଦ୍ଧତ-ଚିନ୍ତା କଳପନା ସ୍ୱପନ

ସ୍ୱତଃ ଉଠେ ପ୍ରାଣେ ପ୍ରଭୁ କର ସବୁ ଦମନ ।

ହୃଦୟ ରାଜା ରୂପେ ବଶୀଭୂତ କର ଆପେ,

ନିନ୍ଦା ବିପଦ ଦେଇ ଅବା ପ୍ରେମରେ ଭୁଲାଇ 

ଜୀବନର ସ୍ୱାମୀ ରୂପେ ନିଅ ନିଜର କରି । ୨ ।

Comments

Leave a Reply

Your email address will not be published. Required fields are marked *