Christian Songs Booth

Tag: ଯୀଶୁ ଜୟନ୍ତୀ

  • aso sarbe biswajana toli jaya

    ଆସ ସର୍ବେ ବିଶ୍ୱଜନ ତୋଳି ଜୟ କେତନ

    କର ଉଲ୍ଲାସେ ପ୍ରଣାମ ଶିଶୁ ଯୀଶୁ ଚରଣ । ଘୋଷା ।

    ବେଥେଲିହିମ ଆକାଶେ ନବ ତାରା ବିକଶେ,

    ଦେଖ ଦୀନହୀନ ବେଶେ ସୁପ୍ତ ବିଶ୍ୱ ରାଜନ । ୧ ।

    ଆସି ଧରା ପାପମୟ            ତ୍ୟଜି ଗୌରବ ସ୍ୱର୍ଗୀୟ

    କଲେ ଈଶ୍ୱର ତନୟ ଦୁଃଖୀ ଦୁଃଖ ବରଣ । ୨ ।

    ସୁପଣ୍ଡିତ ତିନି ଜଣ   କରି ମାନ ବିସର୍ଜନ 

    ହୋଇଣ ନତ ଆନନ ପାଆନ୍ତି ଦରଶନ । ୩ ।

    ଆସ ଆଜି ପୁରବାସୀ ଯେତେ ମୁକ୍ତି ଅଭିଳାଷୀ

    ଅତୀତ ସଂଶୟ ନାଶି କର ଈଶ ବନ୍ଦନ । ୪ ।