Christian Songs Booth

Tag: amit badanayak

  • Jisu mu tumaku hrude rakhibi

    ଯୀଶୁ ମୁଁ ତୁମକୁ ହୃଦେ ରଖିବି
    ମନ ପ୍ରାଣ ଦେଇ ପୂଜା କରିବି
    ସଞ୍ଜ ସକାଳେ ମୁଁ ମଧ୍ୟାହ୍ନ କାଳେ (୨ଥର)
    ତୁମ ନାମ ଭଜୁଥିବି…..
    ଯୀଶୁ ମୁଁ ତୁମକୁ ହୃଦେ ରଖିବି
    ମନ ପ୍ରାଣ ଦେଇ ପୂଜା କରିବି…=୦=

    ତୁମ ପ୍ରେମ ମୁଁ ସ୍ମରିବି
    ତୁମ ଗୁଣ ମୁଁ ଗାଇବି
    ତୁମ ସେବା ମୁଁ କରିବି
    ତୁମ ଆଜ୍ଞା ମୁଁ ମାନିବି
    ପ୍ରାତଃ କାଳରେ ଦିବା ରଜନୀରେ (୨ଥର)
    ପ୍ରାର୍ଥନାରେ ଜାଗି ରହିବି…..
    ଯୀଶୁ ମୁଁ ତୁମକୁ ହୃଦେ ରଖିବି
    ମନ ପ୍ରାଣ ଦେଇ ପୂଜା କରିବି…=1=

    ତୁମ ରବ ମୁଁ ଶୁଣିବି
    ତୁମ ବାକ୍ୟ ମୁଁ ପଢିବି
    ତୁମ ପଛେ ମୁଁ ଚାଲିବି
    ତୁମ ବିଧି ମୁଁ ଶିଖିବି
    ସ୍ଥିର ଚିତ୍ତରେ ଭୟ ଭକତିରେ
    ତୁମ ସ୍ତୁତି କରୁଥିବି …..
    ଯୀଶୁ ମୁଁ ତୁମକୁ ହୃଦେ ରଖିବି
    ମନ ପ୍ରାଣ ଦେଇ ପୂଜା କରିବି…=2=

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ (ଶିକ୍ଷକ)
    କଣ୍ଠଶିଳ୍ପୀ – ଅନ୍ତରା ଚକ୍ରବର୍ତ୍ତୀ

    ସୂଚୀମାଳାକୁ ଫେରନ୍ତୁ

    click the link below to know the tune

  • ketebele chalijiba jibana

    କେତେବେଳେ ଚାଲିଯିବ ଜୀବନ
    କେତେବେଳେ ଉଡ଼ିଯିବ ପରାଣ
    ଜୀବନ ଚାଲି ଯିବା ଆଗରୁ
    ପରାଣ ଉଡ଼ି ଯିବା ଆଗରୁ
    ଯୀଶୁ ପାଶେ ସମର୍ପିବା ଏ ଆତ୍ମା ମନ
    କେତେବେଳେ ଚାଲିଯିବ ଜୀବନ ….=୦=

    ଏ ଜୀବନ ବୃକ୍ଷ ଦିନେ ଝାଉଁଳି ପଡ଼ିବ
    ଏ ଜୀବନ ନାବ ଦିନେ ପାଣିରେ ବୁଡ଼ିଯିବ
    ଏ ଜୀବନ ରଙ୍ଗ ଦିନେ ଫିକା ହୋଇଯିବ
    ଏ ଜୀବନ ବାଟ ଦିନେ ଠିକଣା ହରାଇବ
    ଆଜି ଅଛି କାଲି ନାହିଁ ମଣିଷ ଜୀବନ
    ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ
    ଏହି ହେତୁ କ୍ରୁଶ ପାଶେ ନେବା ଶରଣ
    କେତେବେଳେ ଚାଲିଯିବ ଜୀବନ ….=୦=

    ଏ ଜୀବନ ଗୀତ ଦିନେ ବେସୁରା ହୋଇବ
    ଏ ଜୀବନ ଫୁଲ ଦିନେ ବାସନା ହରାଇବ
    ଏ ଜୀବନ ଗୃହ ଦିନେ ଭୁଶୁଡ଼ି ପଡ଼ିବ
    ଏ ଜୀବନ ନାଟ ଦିନେ ସମାପ୍ତ ହୋଇଯିବ
    ଆଜି ଅଛି କାଲି ନାହିଁ ମଣିଷ ଜୀବନ
    ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ
    ଏହି ହେତୁ ଫେରିଯିବା ଯୀଶୁ ଚରଣ
    କେତେବେଳେ ଚାଲିଯିବ ଜୀବନ ….=୨=

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ (ଶିକ୍ଷକ)
    (8895583382)
    କଣ୍ଠଦାନ – ହ୍ୟୁମାନ ସାଗର

    ସୂଚୀମାଳାକୁ ଫେରନ୍ତୁ

    click the link below to know the tune

  • Kampi uthe e dhara dhama

    କମ୍ପି ଉଠେ ଏ ଧରାଧାମ
    ନେଲେ ବୋଲି ଯୀଶୁ ଜନମ
    ଝୁମି ଉଠେ ଏ ତନୁ ପ୍ରାଣ
    ନେଲେ ବୋଲି ଯୀଶୁ ଜନମ
    ହସୁଛି ନୀଳ ଗଗନ
    ନାଚୁଛି ଗିରି କାନନ
    ଆନନ୍ଦିତ ଲାଗେ ଏ ମନ
    ଉଲ୍ଲସିତ ହୁଏ ଏ ପ୍ରାଣ….=୦=

    ସୃଷ୍ଟି କାଳାବଧି ଯାହାଙ୍କ ବିଷୟ
    ଧର୍ମ ଶାସ୍ତ୍ରେ ଥିଲା ଲିଖିତ
    ପ୍ରତିଜ୍ଞାନୁସାରେ ପ୍ରତିଜ୍ଞାତ ସୂତ
    କଲେ ତାହା ସଫଳିକୃତ
    ପିତାଙ୍କ ଆଦେଶମାନ
    ମାନିଲେ ଯୀଶୁ ରାଜନ
    ଆନନ୍ଦିତ ଲାଗେ ଏ ମନ
    ଉଲ୍ଲସିତ ହୁଏ ଏ ପ୍ରାଣ….=୦

    ସରଗର ଦୂତ ହୋଇ ଉପସ୍ଥିତ
    କହିଲେ ନ ହୁଅ ଭୟାର୍ତ୍ତ
    ଅଦ୍ୱିତୀୟ ପୁତ୍ର ହୋଇଛନ୍ତି ଜାତ
    ପାପ ତାପ କରିବେ ଧୌତ
    ମାନବ ରୂପ ଧରିଣ
    ଆସିଲେ ମର୍ତ୍ତ୍ୟ ଭୂବନ
    ଆନନ୍ଦିତ ଲାଗେ ଏ ମନ
    ଉଲ୍ଲସିତ ହୁଏ ଏ ପ୍ରାଣ….=୦

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ (ଶିକ୍ଷକ)
    କଣ୍ଠଦାନ – ଅମିତ୍ ପାଣି (ସୁସମାଚାର ଗାୟକ)

    ସୂଚୀମାଳାକୁ ଫେରନ୍ତୁ

    click the link below to know the tune

  • emiti pape budi thibu kete dino

    ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ
    କେବେ ଛାଡ଼ିବୁ ମନ୍ଦ ଗୁଣ
    କେବେ ହେବୁ ପରିବର୍ତ୍ତନ
    କେବେ ଭଜିବୁ ଯୀଶୁ ନାମ
    କେବେ କରିବୁ ତାଙ୍କ ଧ୍ୟାନ
    ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୦=

    ଆଉ କେତେ କାଳ ବନ୍ଧୁ କରୁଥିବୁ ହେଳା
    ଜୀବନଟା ଚାଲିଗଲେ ବୁଡ଼ିଯିବ ଭେଳା
    ବଦଳାଇ ଦେ ନିଜକୁ ଥାଉ ଥାଉ ବେଳା
    ନୋହିଲେ ଭୋଗିବୁ ଦିନେ ନରକର ଜ୍ୱାଳା
    ଜାଣି ଶୁଣି ସବୁ କଥା ଭୁଲାଉଛୁ ନିଜ ମଥା (୨ଥର)
    କେବେ ସଜାଡିବୁ ମନ
    କେବେ ହେବୁ ସଂଶୋଧନ
    ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୧=

    ମାୟା ମରିଚିକା ପଛେ କେତେ ଧାଉଁଥିବୁ
    ରଙ୍ଗ ରସ ମତ୍ତତାରେ କେତେ ମାତିଥିବୁ
    ଛଳ କୂଟ କପଟରେ କେତେ ବୁଡିଥିବୁ
    ଅସାର ପଥରେ କେତେ ବାଟ ଚାଲୁଥିବୁ
    ଛାଡ଼ି ଏ ମିଛ ଦୁନିଆ ଯୀଶୁ ପାଶେ ତୁ ଫେରିଆ (୨ଥର)
    ଦେବେ ତୋତେ ପରିତ୍ରାଣ
    ଧନ୍ୟ ହେବ ତୋ ଜୀବନ
    ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୨=

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ (ଶିକ୍ଷକ)
    କଣ୍ଠଦାନ – ବାବୁନ୍ ପାଣି

    ସୂଚୀମାଳାକୁ ଫେରନ୍ତୁ

    click on this link below to know the tune