Christian Songs Booth

Tag: bible insights india

  • aaso re khristiyo senaa aaso aaji

    ଆସରେ ଖ୍ରୀଷ୍ଟୀୟ ସେନା ଆସ ଆଜି ଆସ,

    ମୁକ୍ତି ବିନା ଯେତେ ଅଛନ୍ତି ଅନ୍ଧାରେ,

    ଆଲୋକ ତହିଁ ପ୍ରକାଶ । ଘୋଷା ।

    କୁହ କୁହ ହେ ଯାଇ ଦୀନ ପାପୀର ପାଇଁ

    କଣ୍ଟାବିଦ୍ଧ ହସ୍ତ ପଦ, ବରିଲେ ଦୀନ ବେଶ । ୧ । 

     

    ତାଙ୍କରି ତ୍ୟାଗ ମୁକତି ଆଣିଛି ଭବେ

    କୁହ ପାପୀ ତାପୀ ନିରାଶ ନ ହୁଅ କେବେ,

    ତ୍ୟାଗ ମନ୍ତ୍ରଟି ବରି, କ୍ରୁଶ ନିଶାଣ ଧରି ଶତ ମୁକ୍ତିହୀନେ ଆଜି ଆଣ ତାଙ୍କରି ପାଶ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • tyaago spikaaro o jishunka rajyo bisthaaro

    ତ୍ୟାଗ ସ୍ୱୀକାର ଓ ଯୀଶୁଙ୍କ ରାଜ୍ୟ ବିସ୍ତାର

    (ଆଜି) ଭିକାରି ବେଶରେ        ତୁମରି ଦୁଆରେ

    ଉଭା ଯେ ହୋଇଛି ମୁହିଁ,

    ଧରି ଭିକ୍ଷା ଝୋଲି    ଭିକ୍ଷା ଦିଅ ବୋଲି

    ଡାକୁଛି ବିକଳ ହୋଇ; କେତେ ଆଶା କରି ଆସିଛି ମୁହିଁଁ

    ନିରାଶ କରି କି ଦେବ ଫେରାଇ ?

    ତୁମ୍ଭ ଲାଗି ମୁହିଁ       କେତେ ଦୁଃଖ ସହି ହେଲି ଦୀନହୀନ ଭାଇ,

    କି ଭିକ୍ଷା ରଖିଛ       କି ସୁଖ ତ୍ୟଜିଛ

    ତୁମେ ତ ମୋହରି ପାଇଁ ?

    ତ୍ୟାଗ ସ୍ୱୀକାର ଓ ଯୀଶୁଙ୍କ ରାଜ୍ୟ ବିସ୍ତାର 

    କେତେ ଆଶା କରି ଆସିଛି ମୁହିଁ,

    ମୁକ୍ତ ହସ୍ତେ ଭିକ୍ଷା ଦିଅ ହେ ଭାଇ । ୨ ।

    ମୋହରି ହସ୍ତରୁ      ପାଇଛ ଯା’ ସବୁ ହେଜ ତୁମେ ନିରନ୍ତର,

    ମୋହରି ଦାନରୁ ମୋତେ କି ଦେବାକୁ ହେଉଛ ତୁମେ କାତର ?

    କେତେ ଆଶା କରି ଆସିଛି ମୁହିଁ,

    ଯେତେ ଦେବ ସେତେ ବଢ଼ିବ ଭାଇ । ୩ । 

     

    ପ୍ରେମର ଭିକାରି ମୁହିଁ ଯେ ତୁମରି

    ତୁମ ପ୍ରେମ ଲାଗି ମରେ

    ତୁମ ଦାନ ସହ       ତୁମ ପ୍ରେମ ଦିଅ

    ପାଇବ ମୋତେ ଅନ୍ତରେ

    କେତେ ଆଶା କରି ଆସିଛି ମୁହିଁ,

    ନିରାଶ କରି କି ଦେବ ଫେରାଇ ?

    ସୂଚୀମାଳାକୁ ଫେରନ୍ତୁ

  • aahe swargo baasi raajono

    (ସ୍ୱର : ପ୍ରାର୍ଥନାରେ ହୁଅ ପ୍ରବୃତ୍ତ)

    ଆହେ ସ୍ୱର୍ଗବାସୀ ରାଜନ,

    ତବ ଶ୍ରୀ ଉଦ୍ଦେଶେ କରି ଏହି ମନ୍ଦିର ଗଠନ । ଘୋଷା ।

    କର ହେ ଦର୍ଶନ ତୁମ୍ଭ ପ୍ରଶଂସା ଭଜନା ସେବା କାରଣ

    କରି ଏ ଗୃହ ନିର୍ମାଣ, କରି ଆଶୀର୍ବାଦ ଦାନ

    ଏଠାରେ ତୁମ୍ଭ ମହିମା କର ପ୍ରଭୁ ପ୍ରକାଶନ । ୧ । 

     

    ହେଉ ଏହି ସ୍ଥାନ ଅସଂଖ୍ୟ ଲୋକର ନୂତନ ଜନ୍ମସ୍ଥାନ,

    ପାପୀ ଏଠାରେ ଯେସନ ଦେଖିବେ ତୁମ୍ଭ ବଦନ,

    ଯେହ୍ନେ ଅନ୍ଧକାରବାସୀ ଦେଖିବେ ଧର୍ମ-ଅରୁଣ । ୨ । 

     

    ଏ ଗୃହେ ଯେସନ ଖେଦାନ୍ତଃକରଣ ପାଇବେ ଶାନ୍ତିଦାନ,

    ଘୁଞ୍ôଚବ ସନ୍ତାପ ଶୋକ ମନେ ହେବ ପୂର୍ଣ୍ଣ ସୁଖ,

    ଏ ଗୃହେ ସେବାକାରୀଙ୍କୁ ଆନନ୍ଦେ କର ଭୂଷଣ । ୩ । 

     

    ଯେହ୍ନେ ଏହି ସ୍ଥାନ ଅନେକ ଲୋକ ନିମନ୍ତେ ହେବ ଉଦ୍ୟାନ,

    ରୋପିତ ହୋଇ ଏ ସ୍ଥାନେ ସ୍ୱର୍ଗୀୟ ଜଳସେଚନେ 

    ଧର୍ମରୂପ ଫଳେ ହେବେ ଅତ୍ୟନ୍ତ ସୌନ୍ଦର୍ଯ୍ୟବାନ । ୪ । 

     

    ଘେନ ନିବେଦନ, ହେଉ ଏ ମନ୍ଦିର ତବ ନିବାସ ସ୍ଥାନ,

    ଏଠାବର ବଳିଦାନ ହେଉ ସ୍ୱର୍ଗେ ସୁଗ୍ରହଣ, ଏଠାରେ ସେବା କାରଣ ପ୍ରସ୍ତୁତ କରାଅ ମନ । ୫ ।

  • aaso probhu mejo nikote

    (ସ୍ୱର : ପ୍ରଭୁ ଯୀଶୁ ଦୟାସାଗର)

    ଆସ ପ୍ରଭୁ ମେଜ ନିକଟେ ବିଶ୍ୱାସ ସୁଭକ୍ତି ପ୍ରେମ ସହିତେ,

    ପ୍ରଭୁଙ୍କ ମରଣ ଭୋଜନ ନିୟମ କରିବା ପାଳନ ଏକାନ୍ତ ଚିତ୍ତେ । ଘୋଷା । 

     

    ଯେଉଁ ରାତ୍ରରେ ଯୀଶୁଖ୍ରୀଷ୍ଟ ହୋଇଲେ ପରହସ୍ତଗତ,

    ନିସ୍ତାର ଭୋଜ ସେହି କଲେ ପାଳନ ବସିଣ ଦ୍ୱାଦଶ ଶିଷ୍ୟ ସଙ୍ଗତେ । ୧ ।

    ଯୀଶୁ ରୋଟୀ ହସ୍ତରେ ଧରି ଈଶ୍ୱରଙ୍କର ସ୍ତବ କରି,

    ଭାଙ୍ଗଣି ଶଷ୍ୟିଙ୍କ ୁସେ ଦେଇ ବୋଇଲେ, ଭୋଜନ କର ହେ ତେୁମ୍ଭ, ସମସ୍ତେ । ୨ ।

    ଏହି ଅଟେ ଆମ୍ଭ ଶରୀର, ଏହା ତୁମ୍ଭେ ସ୍ମରଣ କର,

    କର ହେ ଦର୍ଶନ, ହୋଇଅଛି ଭଗ୍ନ ଖଣ୍ଡ ଖଣ୍ଡ ହୋଇ ତୁମ୍ଭ ନିମିତ୍ତେ । ୩ । 

     

    ସେପରି ପାନପାତ୍ର ଘେନି ଗୁଣାନୁବାଦ କଲେ ପୁଣି,

    ବୋଇଲେ ଏଥିରୁ ପାନକର ସର୍ବେ ଆମ୍ଭର ମହାପ୍ରେମ ସ୍ମରଣାର୍ଥେ । ୪ ।

    ଆମ୍ଭର ନୂତନ ନିୟମରୂପ ରକ୍ତ ସେ ଏହି ଜାଣ,

    କର ଦୃଷ୍ଟିପାତ, ହୋଇଛି ପାତିତ ଅନେକଙ୍କର ପାପମୋଚନ ଅର୍ଥେ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • palibi mu ey niyomo jishunku kari smarana

    ପାଳିବି ମୁଁ ଏ ନିୟମ ଯୀଶୁଙ୍କୁ କରି ସ୍ମରଣ ।

     

    ପରହସ୍ତଗତ ରାତ୍ରେ ଯୀଶୁ ଶିଷ୍ୟଙ୍କ ସଙ୍ଗତେ,

    ପାଳିଥିଲେ ଏ ନିୟମ ପ୍ରେମେ ହୋଇ ପରିପୂର୍ଣ୍ଣ । ୧ । 

     

    ଏ ନିୟମେ ତାଙ୍କ ପ୍ରେମ କରିବି ମୁହିଁ ସ୍ମରଣ,

    ଯେଉଁ ପ୍ରେମେ ମରିଥିଲେ ମୋହର ପାପ କାରଣ । ୨ ।

    ଏ ନିୟମେ ତାଙ୍କ ଦୁଃଖ ଯାତନା କ୍ରନ୍ଦନ ଶୋକ,

    କରିବି ମୁହିଁ ସ୍ମରଣ, ମୋ କାରଣ ସେ କଷଣ । ୩ । 

     

    ଏ ରୋଟୀ କରେ ପ୍ରକାଶ ତାଙ୍କର ବିକ୍ଷତ ମାଂସ,

    ହୋଇଥିଲା ଖଣ୍ଡ ଖଣ୍ଡ ତାଙ୍କ ଦେହ ମୋ କାରଣ । ୪ । 

     

    ଏ ଦ୍ରାକ୍ଷାରସେ ଦର୍ଶନ ତାଙ୍କ ରୁଧିର ପତନ,

    ସର୍ବାଙ୍ଗରୁ ଧାର ଧାର ବହିଥିଲା ମୋ କାରଣ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • borosaao aashi punyo sudhaa rasi

    ବରଷାଅ ଆସି ପୁଣ୍ୟ ସୁଧାରାଶି

    ଦେଇ ପ୍ରଭୋ ଶୁଭ ବର ହେ,

    ତୁମରି ସନ୍ତତି         ଏ ନବ ଦମ୍ପତ୍ତି

    ପ୍ରତି ଆଜି କୃପା କର ହେ । ଘୋଷା ।

    ଆନନ୍ଦେ ଆନନ୍ଦେ ଗଢ଼ି ମାନବ ମିଳନ ବନ୍ଧନେ ରଖିଛ ଭବ,

    ସେ ପ୍ରେମ-ନିୟମେ  ବାନ୍ଧିଛ ଯତନେ       ଯର୍ଦ୍ଦନରେ ଆପେ 

    ସେହି ହୋଇ ଡୁବିତ ରବି ଗ୍ରହାଦି ନିକର ହେ,

    ଦେଖାଇ ଅଛନ୍ତି ମୋର ପ୍ରତି ଦୃଷ୍ଟାନ୍ତ । ୧ ।

    ଅମୀୟ ବନ୍ଧନେ      ବାନ୍ଧ ବେନି ପ୍ରାଣେ   

    ଯେଉଁ ଆତ୍ମା ଡୁବନ କାଳେ ହେଲେ ପ୍ରାପ୍ତ,

    ଆହେ ପ୍ରଭୁ ପ୍ରେମାକର ହେ,

    ମୋ ମୁଣ୍ଡେ ବସନ୍ତୁ ସେହି ସ୍ୱର୍ଗ କପୋତ । ୨ ।

    ଆହେ ପ୍ରଭୋ ପରାତ୍ପର ହେ । ୧ ।       

     

     ଆଜି ଯୀଶୁଙ୍କ ମରଣେ ହୋଇ ଡୁବିତ

    ପାପ ପ୍ରତି ମୃତ ଧର୍ମ ପ୍ରତି ଜୀବିତ । ୩ ।

    ଆତ୍ମାରେ ଆତ୍ମାର ମିଳନ ପନ୍ଥୀରଚନା ମାଧୁରୀ ଅମୃତ ଗ୍ରନ୍ଥୀ    

    ଉପଖ୍ରୀଷ୍ଟଙ୍କ ସହିତ ହୋଇ ମୁଁ ଉତ୍ଥାରିସ୍ଥ ବିଷୟରେ ରହୁ ମୋ ଚିତ୍ତ ।ପିତ୪

    କି ପୂଣ୍ୟ ସରାଗେବନ୍ଧାବନ୍ଧି ପରସ୍ପର ହେ !ପ୍ରେମ ଅନୁରାଗେ    

    ତାଙ୍କ ଡେୁବନରେ ପିନ୍ଧେ ମୁଁ ଖ୍ରୀଷ୍ଟରୂପ ବସ୍ତ୍ର, ପ୍ରମେ ଧର୍ମାତ୍ମାରେ ବୁଡ଼ୁ ମୋ ଚିତ୍ତ । ୫ ।

    ଏ ପୂଣ୍ୟ ବନ୍ଧନ       ପରାଣେ ପରାଣେ   ଆଜି ଯେଉଁ ନିତ୍ୟ ନିୟମ ସ୍ଥିରୀକୃତ,

    ସୁଖେ ଦୁଃଖେ ରଖ ସ୍ଥିର ହେ           ମୋ ମନରୁ ନ ହେଉ ତାହା ଦୂରୀକୃତ । ୬ ।

    ରଖ ପ୍ରଭୋ ଚିର ସ୍ଥିର ହେ । ୨ ।

  • premo sundoro premo parabaro

    ପ୍ରେମ, ସୁନ୍ଦର, ପ୍ରେମ ପାରାବାର,

    ଆସ ପ୍ରେମରୂପେ ବେନି ପ୍ରାଣେ;

    ଅବତରି ବେନି ପ୍ରାଣ-ମନ୍ଦିରେ

    ଛନ୍ଦି ଦିଅ ପ୍ରେମ ବନ୍ଧନେ         । ଘୋଷା ।

    ଯୁଗଳ ପ୍ରାଣେ   ନବୀନ ତାନେ   ପ୍ରେମ ବିଧାନେ ଯେତେ ମାଧୁରୀ

    ଉଠେ ପୁଲକେ ଆଶା-ସୁଖେ ଘେନ ପ୍ରଭୁ ତବ ଶ୍ରୀଚରଣେ        । ୧ ।

    ପ୍ରେମ-ନନ୍ଦନେ   ପ୍ରେମ ବନ୍ଧନେ   ହସ-କ୍ରନ୍ଦନେ ରଖ ଚରଣେ,

    ଏକଇ ସ୍ରୋତେ ଐକ୍ୟ-ବ୍ରତେ

    ଚଳାଅ ଅମୀୟ ବରଦାନେ     

    ନିତ୍ୟ ମହତ୍ତ୍ୱେ   ବିପଦ ସତ୍ତ୍ୱେ   ମଙ୍ଗଳ ପଥେ ପ୍ରେମ-ଲହରୀ

    ନବ ଦମ୍ପତ୍ତି ପ୍ରାଣେ ଉଠି ଅମୃତ ବିତରୁ ଧରା ଧାମେ  । ୩

    ସୂଚୀମାଳାକୁ ଫେରନ୍ତୁ

  • koro boro konyaanka proti kolyaano

    କର ବର କନ୍ୟାଙ୍କ ପ୍ରତି କଲ୍ୟାଣ

    ପ୍ରଭୁ ହୋଇ ଏ ସଭାରେ ବିଦ୍ୟମାନ । ଘୋଷା ।

    ଯେତେ ଦିନ ସଂସାରରେ ରଖ ଆପଣ ପ୍ରେ-ରଜ୍ଜୁ ଦ୍ୱାରା ବାନ୍ଧ ଦୁହିଁଙ୍କ ପ୍ରାଣ,

    ଅନ୍ନ ବସନ ଦାନ     କର ଯାବଜ୍ଜୀବନ, ସର୍ବ କର୍ମେ ସହାୟ      

    ହୁଅ ହେ ଦୟାମୟ, କ୍ଷେତ କି ଧନଜନ     କର ହେ ସୁକଲ୍ୟାଣ,

    କରାଅ ତବ ଭକ୍ତି ସାଧନ । ୧ । 

     

    ପରକାଳ ଚିନ୍ତା ହେଉ ସଦା ସ୍ମରଣ,

    ତବ ସିଂହାସନ ହୃଦେ କର ସ୍ଥାପନ,

    ସଂସାର ସୁଖ ଯେତେ            ଜଳବିମ୍ବର ମତେ,

    କ୍ଷତିରେ କି ଶୋଚନା    ଖ୍ରୀଷ୍ଟ ମୋ ମହାଧନ,

    ଏ ଆଜ୍ଞା କରି ମନେ ଆନନ୍ଦେ ସର୍ବଦିନେ ସୁଶାନ୍ତିରେ ରହିବେ ଯେସନ । ୨ ।

     

     ଅବ୍ରାହାମ ସାରା ଦୁଇ ପ୍ରାଣୀ ଯେସନ,

    ଏମାନଙ୍କ ବ୍ୟବହାର ହେଉ ତେସନ,

    ରଖି ତୁମ୍ଭରେ ଚିତ୍ତ ହେଉନ୍ତୁ ପ୍ରିୟପାତ୍ର, ଦୁଃଖ ମୃତ୍ୟୁ ସଙ୍କଟେ ହୁଅ ପ୍ରଭୁ ନିକଟେ,

    ଧୈର୍ଯ୍ୟ ଧରିଣ ମନେ ଶେଷେ ସ୍ୱର୍ଗ ଭୁବନେ ରହିବେ ଯେହ୍ନେ ଏହି ଯାଚନ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • aahe pitaa ishwara boro konyaanka proti

    ଆହେ ପିତା ଈଶ୍ୱର, ବର କନ୍ୟା ପ୍ରତି କୃପା କଟାକ୍ଷ କର । ଘୋଷା ।

    କର କରୁଣା ଦାନ, ଯେସନ ହୋଇବ ଏକ ଏ ଦୁଇଜଣ,

    ଜୀବନଯାଏ ପାଳନ କରିଣ ଏହି ବିଧାନ,

    କାଟିବେ ଜୀବନ କରି ପ୍ରେମ ଆଚାର । ୧ । 

     

    ଯେହ୍ନେ ଏ ଦୁଇ ଲୋକ, ଦୁଃଖେ ସୁଖେ ରୋଗେ ସ୍ୱାସ୍ଥ୍ୟେ ହୋଇବେ ଏକ,

    ଧ ରି ଏକାନ୍ତଃକରଣ କରିବେ ଯାବଜ୍ଜୀବନ ପ୍ରାର୍ଥନା ଧନ୍ୟବାଦ ତବ ଶ୍ରୀଛାମୁରେ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • sumogolo rupo baari naba dampati upori

    ସୁମଙ୍ଗଳରୂପ ବାରି ନବ ଦମ୍ପତ୍ତି ଉପରି

    ପଡ଼ୁ ସୁବୃଷ୍ଟିର ପରି ବାହୁଲ୍ୟରେ କରି । ଘୋଷା ।

    ସୁଖ ଶାନ୍ତିର ନିର୍ଝର      ଅଟନ୍ତି ଯେଉଁ ଈଶ୍ୱର,

    କରୁଣା ସଦା ତାଙ୍କର ହେଉ ସଙ୍ଗତର । ୧ ।

    ଆଜି ଏକ ଯେଉଁ ପ୍ରେମେ        ହେଉଛନ୍ତି ବେନି ଜଣେ,

    ନୋହୁ ଊଣା କଦାଚନେ ମରଣ ବିହୁନେ । ୨ ।

    ଦୁଃଖେ ସୁଖେ ଏକ ମନ ଧ ରି ଏହି ବେନି ଜଣ

    କରନ୍ତୁ ଯାବଜ୍ଜୀବନ କୁଶଳେ କ୍ଷେପଣ । ୩ ।

     

    ପ୍ରଭୁ ପ୍ରସନ୍ନ ବଦନ   କରୁ ସର୍ବଦା ଆଚ୍ଛନ୍ନ,

    ବୋଲି ହୃଷ୍ଟେ ସର୍ବଜନ ଆମେନ ଆମେନ । ୪ ।