ଯୀଶୁ ନାମ ମୋ ଅନ୍ତରେ କି ଆନନ୍ଦ ଦିଏ
ଯୀଶୁ ବିନା ତ୍ରିଭୁବନେ ଆଉ ନାହିଁ ସେହି ନାମ (ଘୋଷା)
ଯେଉଁ ନାମ ଦିଏ ଶାନ୍ତି, ସେହି ନାମରେ ହିଁ ମୁକ୍ତି
ଯୀଶୁ ନାମେ ପାଇଛି ଆନନ୍ଦ ଆନନ୍ଦ |୧|
ପାପୀ ଡାକେ ଯୀଶୁ ନାମ ପାଇବାକୁ ନୂଆ ଜନ୍ମ
ଯୀଶୁ ନାମେ ପାଇଛି ଆନନ୍ଦ ଆନନ୍ଦ |୨|
ଯୀଶୁ ନାମ ମୋ ଅନ୍ତରେ କି ଆନନ୍ଦ ଦିଏ
ଯୀଶୁ ବିନା ତ୍ରିଭୁବନେ ଆଉ ନାହିଁ ସେହି ନାମ (ଘୋଷା)
ଯେଉଁ ନାମ ଦିଏ ଶାନ୍ତି, ସେହି ନାମରେ ହିଁ ମୁକ୍ତି
ଯୀଶୁ ନାମେ ପାଇଛି ଆନନ୍ଦ ଆନନ୍ଦ |୧|
ପାପୀ ଡାକେ ଯୀଶୁ ନାମ ପାଇବାକୁ ନୂଆ ଜନ୍ମ
ଯୀଶୁ ନାମେ ପାଇଛି ଆନନ୍ଦ ଆନନ୍ଦ |୨|
ବିଶ୍ୱ ବନ୍ଦନୀୟ ଯୀଶୁ ହେ, ଗାନର ଛନ୍ଦ ଚରଣ ବନ୍ଦୀ
ଅନ୍ତର ପ୍ରଣତି ଜଣାଏଁ (ଘୋଷା)
ଅନ୍ଧ ଥିଲି, ଦେଲ ଖୋଲି ଚକ୍ଷୁ ମୋ ତୁମେ
ପୋଛି ଲୁହ ଭସାଇଲ ସୁଖ ସଲିଳେ
ପ୍ରତିଦାନେ କି ଦେବି ମୁଁ ତୁମେ ହେ
ଅନ୍ତର ପ୍ରଣତି ଜଣାଏଁ … I୧I
ପ୍ରାଣ ଦିଆ ପ୍ରେମ ଭୁଲି ଭ୍ରମୁଥୁଲି ଦୂରେ
ବେଦନାର ଆଲିଙ୍ଗନେ ଟାଣିଲ ଖ ର
ପ୍ରତିଦାନ କି ଦେବି ମୁଁ ତୁମେ ହେ
ଅନ୍ତର ପ୍ରଣତି ଜଣାଏ … |9|
ଭକତିର ପ୍ରାଣ ତୁମେ ଗୋ ଭକତର ଧନ
ମୋର ହୃଦ ଚନ୍ଦନ ଗୋ ଈଶ୍ୱର ନନ୍ଦନ
ଧନ୍ୟ ଧନ୍ୟ ହେଲ ମୋର ପିତା ପ୍ରଭୁ ତୁମେ
ଅନ୍ତର ପ୍ରଣତି ଜଣାଏଁ |୩|
ଆମେ ସ୍ଵର୍ଗ ପଥର ଯାତ୍ରୀ କୁଶ ଆମରି ଗୌରବ …
ଆମେ ଦୁର୍ଗମ ପଥର ଯାତ୍ରୀ କୁଶ ଆମରି ବିଭବ (ଘୋଷା)
ନ ଡରିବା ତିଳେ ବିପଦ ଆସିଲେ
ଯୀଶୁ ସେବା ଲାଗି ସାଜିବା ବୀର
ସେଥିପାଇଁ ଆସ, ମୋ ଭାଇ ଭଉଣୀ
ହାଲିଲୁୟା ଜୟ ସଙ୍ଗୀତ ଗାଇ | ୧|
ମରିବା ପଛରେ ହଟିବା ନାହିଁ
ପୂଜିବା ଯୀଶୁଙ୍କ ଚରଣ
ଶିରେ ଘେନିବାରେ ମୃତ୍ୟୁଞ୍ଜୟୀଙ୍କର
ଅନନ୍ତ ବିଜୟୀ ନାମା ଗାଇ |9|
ଆଜି ଶୁଭ ଦିନେ ନିଜେ ଆପଣାକୁ
କୁଶର ତଳେ ଦେଉ ନୁଆଁଇ
କହି ଉଠୁ ସର୍ବେ, ଜୟ ଯୀଶୁଙ୍କର
ହାଲିଲୁୟା ଜୟ ସଙ୍ଗୀତ | ୩|
ଯିଏ ଯହିଁ ଅଛି କୁଶୀୟ ସଇନ
ଜାଗି ରହିଥାଅ ହେ ଖ୍ରୀଷ୍ଟିୟାନ
ମହା ଭୟଙ୍କର ଦିନ ଆସୁଅଛି
ଯୀଶୁଙ୍କ ଦ୍ବିତୀୟ ଆଗମନ | ୪ |
ଜୀବନ ପୁସ୍ତକେ ଅଛି ଯା’ ନାମ
ତେବେ ପାଇବ ସେ ପରିତ୍ରାଣ
ଯଦି ଲେଖା ନାହିଁ ଅନନ୍ତ ଯନ୍ତ୍ରଣା
ନରକେ ଭୋଗିବ ଚୀର ଦିନ
ସେଥିପାଇଁ ଆସ ମୋ ଭାଇ ଭଉଣୀ
ଜୀବନ ପୁସ୍ତକେ ଲେଖାଉ ନାମ |୫|
ବିରାଜ ମୋ ଅନ୍ତରେ, ଯୀଶୁ ଜଳିଉଠୁ
ମୋ ହୃଦ ତୁମରି ପ୍ରେମରେ (ଘୋଷା)
ଖୋଜି ବୁଲେ ମୁହଁ ଦିନରାତି ତୁମରି ସୁମଧୁର ପିରତି
ଏ ଶୁଷ୍କ ପରାଣେ ଏ ପାପୀ ଜୀବନେ
ଢ଼ାଳି ଦିଅ ତବ କୃପା ବାରେ | ୧|
ଝୁଲିଅଛି ପ୍ରଭୁ କୁଶ ପରେ ତାରିବାକୁ ସର୍ବ ପାପୀ ନରେ
କରୁଣା ତୁମରି ପାଇ ପାପୀ ନର …
ଅନନ୍ତ ଜୀବନ ଲାଭ କରେ | ୨|
ଆସ, ପ୍ରଭୁବର ମୋ ଆତ୍ମାର ରଖ ତୁମ ପ୍ରେମେ ମୋ ଅନ୍ତର
ଦେଇ ଧନମନ ମୋ ସର୍ବ ଜୀବନ
ପୂଜିବି ଚରଣେ ହେ ତୁମର .. | ୩|
କେଣେ ଯାଉ ପାପୀରେ ବାରେ ଫେରି ଅନା
କାଲବରୀ ଚୂଳେ ଝରେ ରୁଧୁର ଝରଣା (ଘୋଷା)
ପାଷାଣର ବ୍ଲକୁ ପରେ ରୁଧୁର ଝରଣା ଝରେ
ଧୋଇବାକୁ ପାପ ତୋର ଡାକେ ମୃଦୁ ମଧୁ ସ୍ବରେ
ଯାଅନା ଦୂରକୁ ଆଉ ବାରେ ଫେରି ଅନା … I୧I
ଶୁଭେ ନାହିଁ କିରେ ତୋତେ ସେହି ସୁମଧୁର ବାଣୀ
ଶୁଣି ନାହିଁ କିରେ କେବେ ସେ କୁଶର କାହାଣୀ
କିମ୍ପା ତେବେ ଯାଉ ଚାଲି ହୋଇ ବାଟ ବଣା… |9 |
ଫେରିଆ ଫେରିଆ ଆଜି ସେହି ଝରଣାର ପାଶେ
ପାଇବୁରେ ପରିତ୍ରାଣ ପାଇବୁରେ ହରଷେ
ନ ଫେରିଲେ ମରିବୁ ତୁ ପରିତ୍ରାଣ ବିନା
କାଲବରୀ ଚୂଳେ ଝରେ … | ୩|
କୁଶ ବିନା ମୁଁ ହେବି ପଥହରା
ଏକା ସେହି କାଲବରୀ ଯୀଶୁ ପ୍ରେମେ ଭରା (୨ଥର) (ଘୋଷା)
ଯଦି କୁଶ ତ୍ୟାଗେ ମୁହିଁ ପାପ ଅନ୍ଧାରେ ରାସ୍ତା ନାହିଁ
ଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ … |୧|
ଆସ, ଆସ, ଯିବା ମିଳି କୁଶ ପାଶେ ପାପ ଢ଼ାଳି
ଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ |୨|
ଅନ୍ତର ଖୋଲି … ଅନ୍ତର ଖୋଲି,
ପ୍ରଶଂସା କରୁ ପ୍ରଭୁ ଲହରି ତୋଳି… (ଘୋଷା)
ତୁମରି ଶିକ୍ଷା ତୁମ ପ୍ରତୀକ୍ଷା, କରିବୁ ଆମେ ତୁମରି ପୂଜା
ଆଜି ଏଠାକୁ ଏ ତୁମ ଦାନ
ଲଭିବୁ ଶାନ୍ତି ପ୍ରାର୍ଥନା କରି … |୧|
ଆସ ଏଠାକୁ ତୁମ ପିଲାଙ୍କୁ, ତୁମରି ବାକ୍ୟ ତୁମରି ଲକ୍ଷ୍ୟ
ଜଣାଅ ପ୍ରଭୁ ଆମକୁ ସବୁ,
ଆନନ୍ଦ ମନେ ଯିବୁ ଗୋ ଫେରି … |୨|
ଜୀବନେ ଦେଇ ହେ ନରସାଇଁ, ପାପୁ ଉଦ୍ଧରିଲେ ରକତ ଦେଇ
ମେଲାଣି ଦିଅ ହେ ଆମ ପ୍ରିୟ,
ପ୍ରଚୁର ତବ ଆଶିଷ ଭରି … |୩|
ଦେବ ନାହିଁକି କଲ୍ୟାଣକୁ ନିରାଶେ ଯିବୁ ରିଭ୍ର ହସ୍ତେ କି ?
କର ମୁକତି କରୁନିତି
ଦେଉ ହୃଦୟ ପୁଷ୍ପ ଅଞ୍ଜଳି.. | ୪|
ଯେହ୍ନେ ଆଉଜି ପଡ଼େ ତବ ପରେ
ଢ଼ାଳ ତବ ଆମ୍ବା ମୋ ଉପରେ
(ମୋତେ) ଡୁବାଅ ତବ ଆଦ୍ୟ ପ୍ରେମରେ
ଭରିଦିଅ ଆଧିକ ଦାନ ସବୁରେ … |ଘୋଷା|
ଆସ ନିକଟେ ମୁଁ ଦୁର୍ବଳ ଛୁଇଁ ମୋତେ କର ସବଳ
ନବ ସୁରା କରାଅ ପାନ,
କରିବି ଯେହ୍ନେ ପ୍ରଶଂସା ଗାନ |୧|
ଆହେ ଦ୍ରାକ୍ଷାଲତା ପ୍ରକୃତ, ତୁମଠି ମୋତେ ରଖ ଜୀବିତ
କର ନିର୍ମଳ ସଂଗଠିତ,
ଫଳିବି ଯେହ୍ନେ ଫଳ ପୂରିତ |୨|
ସ୍ଵର ସୁମଧୁର ସୁରେ ବନ୍ଦନା ଗାଅରେ
ଆସିଛୁ ପ୍ରଭୁ ଗୋ ତୁମରି ଦୁଆରେ
କରିବାକୁ ତବ ଆରାଧନା
ମନର ସରାଗେ ଆଶାର ଆବେଗ
ପାଇ ତବ କୁଶୀୟ ଝରଣା (ଘୋଷା)
ଏ ଶୁଷ୍କ ପରାଣେ ନାହିଁ ଭକ୍ତି ପ୍ରୀତି
କରିବାକୁ ନିତ୍ୟ ତବ ପୂଜା ସ୍ତୁତି
ନଇବେଦ ସମ ହୃଦୟକୁ ଆମ
ଅରପୁଛୁ ପଦେ ହେଉ ଢେନା I ୧ I
ଭାଙ୍ଗି ଚୁରିଦିଅ ଆମରି ହୃଦୟ
ତବ ମଧୁମୟ ପ୍ରେମେ ଭରିନିଆ
ନୂଆ ଭାବେ ଗଢ଼ି ତୁମରି ରୁପରେ
ନିଭାଇ ଆମ ପାପ କାଳିମା |9 |
ଜୀବନର ପଥେ ହୁଅ ସଦା ସାଥୀ
ତୁମରି ଇଙ୍ଗିତେ ଚଳାଅ ଗୋ ନିତି
ଲକ୍ଷ୍ୟଭ୍ରଷ୍ଟ କେବେ ନୋହିବ ଜୀବନେ
ନ ଯିବୁ ଗୋ ଆମେ ତୁମ ବିନା I୩I
ମନ, ପ୍ରାଣ, ଆତ୍ମା, ଶରୀର ଆମର
ତୁମରି ଆଶିଷ କରି ଗୋ ସୁ-ସ୍ଥିର
ଉଦ୍ଦୀପିତ କର ସବୁରି ଅନ୍ତର
ଦେଇ ତବ ନୂଆ ଉଦ୍ଦୀପନା I୪I
ମେଘ ରଥରେ ମହା ବିକ୍ରମେ
ଆସୁଛନ୍ତି ଯେ ଯୀଶୁ ରାଜା ଆମ
ସୁଲଳିତ କଣେ କର ଜୟଗାନ (ଘୋଷା)
ହେବ ତୁରୀ ବାଦ୍ୟ ସର୍ବ ହେବେ ଠୁଳ
ନାମ ସେ ଡାକିବେ ବିଚାର କରିବେ
ଭଲ ଠାରୁ ମନ୍ଦ ଅଲଗା କରିବେ
ଜୀବନ ପୁସ୍ତକେ ଥିବ କି ମୋର ନାମ
ମୋର ନାମ ? | ୧|
ବିଚାର ଶେଷରେ ମହା ଗୌରବରେ
ଯୁବା ମେଷ ସାଥେ ମନୋନୀତ ଯେତେ
ଯିବେ ସ୍ଵର୍ଗଧାମେ, ହରଷ ପରାଣେ
ଆନନ୍ଦ ତାଙ୍କର ହେବ ଅମଳିନ ଚିର ଦିନ | ୨ |