Christian Songs Booth

Tag: bible insights india

  • biswa ithihasa prusta para

    ବିଶ୍ବ ଇତିହାସ ପୃଷ୍ଠାପର ସ୍ଵର୍ଣ୍ଣାକ୍ଷର ହୋଇଲା ଅମର | ଘୋଷା|


    ପାପୀ ମୁକ୍ତି ଲାଗି ସେ ଈଶ କୁମର
    ନର ଅବତାରେ ଜନ୍ମ ଧରା ପର
    ଭୋଗିଲେ ଦାରୁଣ … ଯାତନା ପୁଣ
    କାଲବରୀ ପର୍ବତ କୁଶ ଉପର | ୧|


    ଭୂ-କମ୍ପ ହେଲା ଅତି ଭୟଙ୍କର …
    ପ୍ରହରୀଗଣ ହେଲେ ଥରହର
    ଭାଙ୍ଗି ଗଲାରେ … ରାଜାର ମୋହର
    ଘୁଚିଗଲା କବର ପଥର, | ୨|


    ନ ରଖି ପାରିଲା ସେ ସୁପ୍ତ କବର
    ମୃତ୍ୟୁର ନାହୁଡ କରି ଚୂରମାର
    କୁଶୀୟ ଯୀଶୁ ସେ … ଈଶ କୁମର
    ଉଠିଲେ କବରୁ ତିନି ଦିନ ପର | ୩|


    ଗାଅ ହେ ସରବେ ଜୟ ଜୟ ଗୀତ
    ଯୀଶୁ ହୋଇଛନ୍ତି ପୁନରୁଥିତ
    ଗୌରବ ସଂଭ୍ରମ ହେଉ ତାଙ୍କର
    ଯୁଗ ଯୁଗାନ୍ତର ଏ ଧରା ପର | ୪|

    ସୂଚୀମାଳାକୁ ଫେରନ୍ତୁ

  • gana kare mu jisu nama.

    ଗାନ କରେ ମୁଁ ଯୀଶୁ ନାମ ମୋତେ ଯେ କଲେ ପ୍ରେମ
    ହାଲିୟା ଗାଏ ସଦା ଧନ୍ୟ ମୋତେ ସେ କଲେ ତ୍ରାଣ (ଘୋଷା)


    ଜାଣିଲି ଅଭାବ ମୋର ଏକଟି, ଝିଲି ମୋ ମନେ ନଥୁଲା ଶାନ୍ତି
    ଶ୍ରୀପାଦେ ପାକ ସମର୍ପି ଦେଲି ଲଭିଲି ଜୀବନେ ଆନନ୍ଦ ମୁକ୍ତି ।୧।


    ବିଦ୍ୟା, ଧନ, ମାନ ନକଲା ପୂତ ଯୀଶୁ ରକ୍ତ ହେଲା ଶୁଦ୍ଧ ପବିତ୍ର
    ମାନିଲି ତାହାଙ୍କ ପ୍ରେମ ନେ ଉଛୁଳେ ମୋ ହୃଦେ ଆନନ୍ଦ ଗାନ ।୨।


    ପାଇଲି ଜୀବନେ ସେ ଶ୍ରେଷ୍ଠଜନ ଶ୍ରେଷ୍ଠ ବହି ମୋତେ କଲେ ପ୍ରଦାନ
    ତାହା ମୋ ସମ୍ପଦ ମୋ ନିତ୍ୟ ଧ୍ୟାନ ସାରା ଜଗତେ ମୁଁ
    କରେଘୋଷଣ |୩ ।

    ସୂଚୀମାଳାକୁ ଫେରନ୍ତୁ

  • aaji jwolao prabhu taba aaloka

    ଆଜି ଜ୍ବଳାଅ ପ୍ରଭୁ ତବ ଆଲୋକ ଆମ ପରିବାରେ
    ଆମ ପରିବାରେ ପ୍ରତି ହୃଦୟରେ
    ତବ ରୂପ ଜ୍ୟୋତିରେ (ଘୋଷା)


    ଆସି ଘେନ ପ୍ରଭୁ ଆସନ ତୁମର ପ୍ରତି ହୃଦୟରେ
    ଉଦ୍ଦୀପିତ କର ଜୀବନ ଆମର ତବ ଆଶିଷରେ
    ତବ ଆଶିଷରେ ଏହି ନିମିଷରେ ପ୍ରତିମନ ମମିରେ | ୧|


    ହୁଅ ପ୍ରଭୁ ତୁମେ ଚାଳକ ରକ୍ଷକ ଆମ ପରିବାରେ
    ତୁମରି ସ୍ବରୂପ ପ୍ରକାଶିତ ହେଉ ଆମ ଜୀବନରେ
    ଆମ ଜୀବନରେ ତବ ଗୌରରେ ପ୍ରତି ଇଛା..କର୍ମରେ | ୨|

    ସୂଚୀମାଳାକୁ ଫେରନ୍ତୁ

  • jisu nama gauthibi moro sara jibana

    ଯୀଶୁ ନାମ ଗାଉଥିବି ମୋର ସାରା ଜୀବନେ
    ଜୀବନର ଶେଷ ଯାଏ ଯୀଶୁ ନାମ ଅନ୍ତରେ
    ହାଲିଲୁୟା … ହାଲିଲୁୟା ( ୨ ଥର) (ଘୋଷା)


    ସେ ନାମେ ମୁକ୍ତି ସେ ନାମେ ଶାନ୍ତି
    ସେ ନାମକୁ ମୁଁ କରେ ଭକତି
    ପବିତ୍ର ସେ ଯୀଶୁ ନାମ ମହାନ୍ ସେ ଯୀଶୁ ନାମ |୧|


    ଏ ପରିତ୍ରାଣ ଅଟେ ମହାନ୍ ଯୀଶୁ ନାମରେ ମିଳେ ଜୀବନ
    ପବିତ୍ର ସେ ଯୀଶୁ ନାମ ମହାନ୍ ସେ ଯୀଶୁ ନାମ |9|

    ସୂଚୀମାଳାକୁ ଫେରନ୍ତୁ

  • halleluya halleluya gao jisu jaya

    ହାଲିଲୁୟା, ହାଲିଲୁୟା ଗାଅ ଯୀଶୁ ଜୟ
    ନୂଆ ଜନ୍ମ ଲଭେ ହୁଏ ନୂତନ ହୃଦୟ (ଘୋଷା)


    ଯୀଶୁ ନାମେ ଅଛି ପାପ କ୍ଷମା ଭାଇରେ
    ଯୀଶୁ ରକ୍ତ ସବୁ ପାପ ଯାଏ ଧୋଇରେ
    ଯୀଶୁ ପାଶେ ରହିଥିଲେ ନାହିଁ ପାପ ଭୟ |୧|


    ମନ ଫେରାଇଲେ ଭାଇ ମିଳଇ ଶାନ୍ତି
    ମନ ଆମ୍ବା ଦେହ ପୁଣି ଲଭେ ଶକତି
    ମନ ହୁଏ ସ୍ଥିର ଚିତ୍ତ ଲଭେ ପରାଭୟ |୨|

    ଚାଲ ମନ ପରିତ୍ରାଣ ଘେନ ବହନ
    ଚାଲ କୁଶ ପାଶେ ଥାଉ ଥାଉରେ ଦିନ
    ଚାଲରେ ସ୍ବର୍ଗୀୟ ପଥେ ନକରି ସଂଶୟ |୩|

    ସୂଚୀମାଳାକୁ ଫେରନ୍ତୁ

  • chalare krusa pathe chalare

    ଚାଲରେ କୃଶ ପଥେ ଚାଲରେ ମୁକ୍ତି ପଥେ
    ଚାଲ ସିୟୋନ ପଥେ ଚାଲ ସେ ସ୍ଵର୍ଗ ପଥେ
    ଚାଲ ଯୀଶୁଙ୍କ ପାଶେ (ଘୋଷା)


    ଝୁଲୁଛନ୍ତି ସେ କୃଶେ, ପାପର ଦର୍ପ ନାଶେ
    ଝରାଇ ରକ୍ତ କୁଶେ, ଡ଼ାକନ୍ତି ପାପୀ ପାଶେ
    ଚାଲ ଯୀଶୁଙ୍କ ପାଶେ |୧|


    ତୋର ଶୁଚି ନିମନ୍ତେ, ଝରୁଛି କୃଶେ ରକ୍ତ
    ଆସ ପାପୀ ସମସ୍ତ; ହୁଅ ସେ ରକ୍ତ ଧୌତ
    ହୋଇବ ପାପୁ ମୁକ୍ତ ।୨|


    ଆସୁଛନ୍ତି ଆକାଶେ ନେବାକୁ ମୁକ୍ତ ଯେତେ
    ସେହି ସିୟାନ ଦେଶେ ପାଇବ ଶାନ୍ତି ଶେଷ
    ଚାଲ ଯୀଶୁଙ୍କ ପାଶେ |୩|

    ସୂଚୀମାଳାକୁ ଫେରନ୍ତୁ

  • he jisu he prabhu aasichhi

    ହେ ଯୀଶୁ ହେ ପ୍ରଭୁ ଆସିଛୁ ତୁମ ପାଦ ତଳେ
    ଦରଶନ ଦିଅ ଥରେ .. (ଘୋଷା)


    ଏହି ଜଗତର ଅନ୍ଧକାର ପଥେ,
    ସଢୁଥିଲି ମୁଁ ପାପରେ
    ଶୁଣି ଯୀଶୁ ନାମ ଦିଏ ପରିତ୍ରାଣ,
    (ପ୍ରଭୁ) ଆସିଛି ତୁମ ଚରଣେ |୧|


    ଶୁଣିଲି ମୁଁ ବାଣୀ କ୍ରୁଶର କାହାଣୀ
    ମୋ ପାଇଁ ଦେଲ ଜୀବନ ।
    ମୋର ପାପ ନେଇ ତୁମ ରକ୍ରେ ଧୋଇ,
    (ପ୍ରଭୁ) କର ମୋତେ ନୂତନ | ୨|


    ତୁମେ ମୋ ରକ୍ଷକ ହୋଇ ମୋ ପାଳକ,
    ଦେଇଛ ତୁମ ଅନୁଗ୍ରହ ।
    ତୁମ ନାମ ଗାଏ ସଦା ଆନନ୍ଦ ପାଏ,
    (ଯୀଶୁ) ତାହା ମୁଁ ଚାହେଁ ଜୀବନେ… |୩|

    ସୂଚୀମାଳାକୁ ଫେରନ୍ତୁ

  • aau ratri nahin

    ଆଉ ରାତ୍ରି ନାହିଁ ଆଉ ଛାନ୍ତି ନାହିଁ
    ଆଉ ମୃତ୍ୟୁ ନାହିଁ ଧରା ପରେ ମୃତ୍ୟୁ ହଜିଛି ଦୂରେ
    ବିଜୟୀ ଯୀଶୁ ଉଠିଛନ୍ତି ଆଜି ଏହି ଶୁଭ ଲଗନରେ (ଘୋଷା )


    ଆସରେ ଆସ ବିଶ୍ବର ଯେତେ କ୍ଲାନ୍ତ ଜନତା ଆଜି
    ଅମର ଖ୍ରୀଷ୍ଟ ବନ୍ଦନା ଗାଇ ଚରଣେ ଯାଉରେ ହଜି
    ଲଜିତ ଆଗୋ ପରଲୋକ କୁହ ଜୟ ତୁମ କେଉଁଠାରେ |୧|

    ଯୀଶୁ ତ ଆମରି ପଥ ଆଉ ସତ୍ୟ ପୁନରୁଥାନ ସେହି
    ପତିତଙ୍କୁ ଦେଲେ ବିଜୟୀ ଜୀବନ କୁଶର କଷଣ ସହି
    ଚିର ଉନ୍ନତ ବୀର କୁଶ ଆମ ଜୟ ତୁମ ରକତରେ |୨|

    ସୂଚୀମାଳାକୁ ଫେରନ୍ତୁ

  • mora jibane tuma bandana

    ମୋର ଜୀବନେ ତୁମ ବନ୍ଦନା ପାଇଁ ବସିଅଛି ଚାହିଁ ଚାହିଁ
    ତୁମରି ସେ ପ୍ରେମ ପାନ କରାଅ ଆକଣ୍ଠ ଯିବି ପିଇ | ୦ |


    ତୁମରି କୁଶୀୟ ଯାତନା ଭୁଲିବାକୁ ଯେହ୍ନ ପାରେନା
    ସେ ଛବି ମମ ହୃଦୟେ ଅଙ୍କାଅ କରେ ମୁହିଁ ପ୍ରାର୍ଥନା |୧ |

    ଦାନିଏଲ କଲେ ସିଂହ ଗହ୍ନରେ ତୁମ ନିକଟରେ ପ୍ରାର୍ଥନା
    ସ୍ଵର୍ଗପୁରୁ ମେ ଦୂତଙ୍କୁ ପଠାଇ ପୂର୍ଣ୍ଣ କଲ ତାଙ୍କ କାମନା
    ମୁ ଯେ ଡାକେ
    … ଏତେ କାତର ହୋଇଣ ଶୁଣି କିପାଁ ଶୁଣନା ।୨

    ସୂଚୀମାଳାକୁ ଫେରନ୍ତୁ

  • marichanti jisu ama pain

    ମରିଛନ୍ତି ଯୀଶୁ ଆମ ପାଇଁ
    କାଲବରୀ
    କୃଶରେ ରକ୍ତ ଦେଇ
    ମୋର ପାଇଁ ଆଉ ତୁମରି ପାଇଁ | ୦|


    ପାହୁଁ ଫେରିବା ସମୟ ଏହି, ଆଉ ଡେରି ନକରି ଭାଇ
    ଡାକୁଛନ୍ତି ଯୀଶୁ ଆତୁର ହୋଇ … ହାଲିଲୁୟା,| ୧|

    ଆସୁଛନ୍ତି ଦେଖ ଆକାଶେ ସେହି
    ବିଶ୍ଵାସୀମାନଙ୍କୁ ନେବା ପାଇଁ
    ଜାଗ୍ରତରେ ରୁହ ପ୍ରସ୍ତୁତ ହୋଇ … ହାଲିଲୁୟା . |୨|


    ଏହି ଦୁନିଆରେ ରହିବା ନାହିଁ
    ନୂଆ ଦୁନିଆକୁ ଯିବା ପଳାଇ
    ମୃତ୍ୟୁ କି କ୍ରନ୍ଦନ ସେଠାରେ ନାହିଁ … ହାଲିଲୁୟା |୩|

    ସୂଚୀମାଳାକୁ ଫେରନ୍ତୁ