Christian Songs Booth

Tag: Christians worship song

  • kehi nahi moro jagate nijara

    କେହି ନାହିଁ ମୋର ଜଗତେ ନିଜର
    ଆଶ୍ରା ନେବି ମୁଁ କାହାର
    ଏ ମାୟା ସଂସାର ସବୁ ହି ଅସାର
    ଦିନେ ହେବ ନାରଖାର (ଘୋଷା)

    ଅସାର ଜଗତେ ଚାଲିବି କେମନ୍ତେ
    ବଳ ଶକ୍ତି ନାହିଁ ମୋର
    ଦିନେ କାନ୍ଦୁଥାଏ ଦିନେ ଭାବୁଥାଏ
    ଯୀଶୁ ମୋତେ ଦୟା କର…. |୧|

    ଭିକାରୀ ସମାନ ଅଟଇ ଜୀବନ
    କାଟେ ଦୁଃଖେ ଦିନ ମୋର
    ଭୋକିଲା ଜୀବନେ ଚାହେଁ ମୋର ପ୍ରାଣ
    ଦେବ କେ ମୁଠେ ଆହାର…. |୨|

    ସଂସାର ଜଞ୍ଜାଳ ଦିନ ପ୍ରତି ଦିନ
    ଆସେ ହୋଇ ଭୟଙ୍କର
    ହେଉଛି କାତରେ ମୋ ପ୍ରାଣ ଅସ୍ଥିର
    ଦିଅ ସ୍ଥିର ମତି ମୋର… |୩|

    ଆହେ ପ୍ରିୟ ଯୀଶୁ କରଇ ନିର୍ଭର
    ତୁମ୍ଭେ ଏକା ଆଶ୍ରା ମୋର
    ଅରପିବି ଆପ୍ କୁଶ ତଳେ ତବ ।
    ରଖ ସୁସ୍ଥିରେ ନିରନ୍ତର… |୪|

    ସୂଚୀମାଳାକୁ ଫେରନ୍ତୁ

  • dhanyabado diya raja

    ଧନ୍ୟବାଦ ଦିଅ ରାଜା ଯୀଶୁଙ୍କର
    କରିଛନ୍ତି ଯୀଶୁ ପାପୁ ପରିତ୍ରାଣ ଦେଇ ନିଜର ପ୍ରାଣ
    ଦୟାର ସାଗର, ପ୍ରେମେ ପରିପୂର୍ଣ୍ଣ
    ସ୍ନେହଶୀଳ କୃପାମୟ (ଘୋଷା)

    ଥିଲୁ ନିରୁପାୟ, ନଥିଲା ଉପାୟ
    ନଥୁଲା ଭରସା ଆମ
    ମଧ୍ୟସ୍ଥ ହୋଇଣ କରିଲେ ମିଳନ
    ଧନ୍ୟ ଯୀଶୁଙ୍କର ନାମ …. |୧|

    ଯୀଶୁଙ୍କର ପ୍ରେମ କରିବା ସ୍ମରଣ
    ଭୁଲିବାନି କଦାଚନ
    ବିଶ୍ଵାସେ ପାଇଛୁ ଅନନ୍ତ ଜୀବନ
    ବଂଚିଥିବା ଚିରଦିନ…. |୨|

    ଆଜିଠାରୁ ଆଉ ପାପ ତୁ ନକର
    କର ଆଜ୍ଞାକୁ ପାଳନ
    ସୁସ୍ଥ ହୋଇଅଛି ପାପ ରୋଗ ତୋର
    ପ୍ରଶଂସା କରି ତାଙ୍କର… |୩|

    ସୂଚୀମାଳାକୁ ଫେରନ୍ତୁ

  • mu kahara nuhe

    ମୁଁ କାହାର ନୁହେଁ, ମୁଁ ଯୀଶୁଙ୍କର
    ସେ ରକ୍ତରେ ମୋତେ କିଣିଛନ୍ତି
    ସେ ମୋ ପାପ ପାଇଁ ଜୀବନ ଦେଇଛନ୍ତି (ଘୋଷା)

    ସେ ବାଗଦାନ ମୋତେ କରିଛନ୍ତି
    ପବିତ୍ର ଆମ୍ବା ବଇନା ଦେଇଛନ୍ତି।
    ମୋତେ ସ୍ବର୍ଗରାଜ୍ୟକୁ ନେବା ପାଇଁ … |୧|

    ମୋର ପାପ ସବୁ କ୍ଷମା କରିଛନ୍ତି
    ପରିତ୍ରାଣ ଆନନ୍ଦ ଦେଇଛନ୍ତି
    ଜୀବନ ପୁସ୍ତକେ ନାମ ଲେଖିଛନ୍ତି …. |୨|

    କେଡେ ପ୍ରେମ ସେ ମୋତେ କରିଛନ୍ତି
    ନିଜ ପୁତ୍ର ଅଧୁକାର ଦେଇଛନ୍ତି
    ମୋର ସ୍ଵର୍ଗୀୟ ପିତା ସେ ହୋଇଛନ୍ତି … |୩|

    ମୁଁ ତାଙ୍କ ଅପେକ୍ଷାରେ ରହିଅଛି ।
    କେବେ ଆସିବେ ପ୍ରିୟ ଯୀଶୁ ସେହି
    ଶୂନ୍ୟ ମଣ୍ଡଳେ ସାକ୍ଷାତ କରିବି ମୁହିଁ…. |୪|

    ସୂଚୀମାଳାକୁ ଫେରନ୍ତୁ

  • ei jibanara akasha dine

    ଏଇ ଜୀବନର ଆକାଶେ ଦିନେ
    ସଂଧ୍ୟା ଆସିବ ନଇଁ ନଇଁ … (୨ ଥର)
    ବଂଧୁ ତୁମେ କି ପ୍ରସ୍ତୁତ ଥିବା
    ସେହି ମହାଯାତ୍ରା ପାଇଁ ?… (ଘୋଷା)

    କୁହ ଯାତ୍ରା ଶେଷ ଜୀବନ ମୁକୁଟ
    ରହିଛି କି ତୁମ ପାଇଁ ?
    ପାଇଛ କି ତୁମେ ଜୀବନେ-ଅଶେଷ
    ପ୍ରଲୋଭନ ବାଧା ଡେଇଁ ?
    ଆସ କୁଶ ତଳେ ଯଦି ତୁମ ପାଶେ
    ତ୍ରାଣ ଅନୁଭୂତି ନାହିଁ…. |୧|

    ଜଗତ ଅଟେ ଯେ ଦୁଇଦିନ ପାଇଁ
    ଅଭିନୟ ମଞ୍ଚ ଏକ (୨ ଥର)
    ଧନ ଯଉବନ ଆହୁରି କ୍ଷଣିକ
    ଅନିତ୍ୟ ଅଟେ ସେ ସୁଖ
    ହୁଅ ଯାତ୍ରୀ ତୁମେ ଭୁଲି ଜଗତକୁ
    ଅନନ୍ତ ଜୀବନ ପାଇଁ…. |୨|

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the tune

  • prabhu basichi he pada tale

    ପ୍ରଭୋ ବସିଛି ହେ ପଦ ତଳେ,
    ତୁମ୍ଭ ବାଣୀ ମୁଁ ନଶୁଣି ଯିବି ନାହିଁ କାହିଁ ଭଲେ (ଘୋଷା)

    ନିଜ ଚିନ୍ତା ପଥେ ଯାଇ ପଥେ ଦିଶାହରା ହୋଇ,
    ବସିଛି ସବୁ ହରାଇ ଜଞ୍ଜାଳର କୋଳାହଳେ… |୧|

    ତବ ପୁଣ୍ୟ ଇଚ୍ଛା-ପଥ ଦେଖାଅ କରି ଇଙ୍ଗିତ,
    ଚଳାଅ ଧରି ମୋ ହାତ, ନ ଟଳିବି ଯେହ୍ନେ ଚୂଳେ… |୨|

    ନାହିଁ ମୋର ଭକ୍ତି ଲୟ, ହୃଦୟ ସଦା ଅଥୟ,
    ବାନ୍ଧି ରଖି ଏ ହୃଦୟ ଚିର ପ୍ରେମ-ବାହୁ ବଳେ… |୩|

    ସୁନ୍ଦର ମୁଖ ତୁମ୍ଭର ନିରେଖିବି ନିରନ୍ତର,
    ଏ ଇଚ୍ଛା ସତତ ମୋର ନ ଛାଡ଼ିବି କାଳେ କାଳେ… |୪|

    ସୂଚୀମାଳାକୁ ଫେରନ୍ତୁ

  • tumbhathare prabhu neli sarana

    ତୁମ୍ଭଠାରେ ପ୍ରଭୁ ନେଲି ଶରଣ (ଘୋଷା)

    ଅଜ୍ଞାନ ଅଧମକୁ ତୁମ୍ଭ ପଥେ ଯିବାକୁ
    ଧର୍ମ-ଦୀପ୍ତି ପ୍ରଭୁ ହେ କର ଦାନ… |୧|

    ବଳ ନାହିଁ ମୋହର,
    ଶତୁ ପୁଣି ଅପାର
    ସ୍ଵର୍ଗୀୟ ବଳେ କର ବଳବାନ… |୨|

    ନିବିଡ଼ ଅନ୍ଧକାରପୂର୍ଣ୍ଣ ଏହି ସଂସାର
    ହସ୍ତ ଧରି କରାଅ ହେ ଗମନ… I୩I

    ମୋର ବିଶ୍ବାସ କ୍ଷୀଣ ସଦା ଅସ୍ଥିର ମନ
    କର ସୁସ୍ଥିର କରି ଆତ୍ମା ଦାନ I୪I

    ହିତ ବାକ୍ୟ ତୁମ୍ଭର
    ହେଉ ଗଳାର ହାର
    ପ୍ରାର୍ଥନାରେ ଜାଗ୍ରତ ଥାଉ ମନ… |୫|

    ନିତ୍ୟ ରଖି ମୋ ଦୃଷ୍ଟି
    କାଲବରୀ କୁଶ ପ୍ରତି
    ଯେହ୍ନେ ଧାଇଁବି ମୁହିଁ ଅନୁକ୍ଷଣ… |୬|

    ସୂଚୀମାଳାକୁ ଫେରନ୍ତୁ

  • dukha nasana he

    ଦୁଃଖ ନାଶନ ହେ, ସୁଖ ଦିଅ ମୋର ମନେ,
    ବେଳକୁ ବେଳ ତ ପ୍ରବଳି ଉଠଇ
    ଦୁଃଖ ତରଙ୍ଗ ଯେସନେ । (ଘୋଷା)

    ଦୁଃଖର ସଂସାରେ ମାନବ ଶରୀରେ
    ସଙ୍ଗେ ସଙ୍ଗେ ଛାୟା ସମ
    ଅପାର କଷଣ ଦୁଃଖାଦି ମରଣ ଲାଗିଥାଏ ଅନୁକ୍ଷଣ… |୧|

    ମହୀପରେ ମୁହଁ ସହି ନ ପାରଇ
    ଶରୀର ଯାତନା ମାନ
    ମୁହଁ ନିରାଶ୍ରୟ, ହୁଅ ମୋ ସହାୟ
    ଆହେ ଆରତ ଭଞ୍ଜନ… |୨|

    ମୋର ନାହିଁ ଗୁଣ ଜ୍ଞାନ ଧର୍ମ କର୍ମ,
    ମୁଁ ସଂପୂର୍ଣ୍ଣ ଶକ୍ତିହୀନ
    ମୋ ଦୁର୍ବଳ ପଣ ଦେଖି ଶୟତାନ
    ସହଜେ ନାଶଇ ପ୍ରାଣ… |୩|

    ମୋ ପାଇଁ ସନ୍ତାପ କଷଣ ମରଣ
    ଭୋଗିଛି ଯୀଶୁ ରାଜନ
    ତବ ଶ୍ରୀଚରଣ ମହାମେରୁ ସମ
    ତହିଁରେ ମୋର ଶରଣ… |୪|

    ସୂଚୀମାଳାକୁ ଫେରନ୍ତୁ

  • mana atma jishunku debi

    ମନ ଆତ୍ମା ଯୀଶୁଙ୍କୁ ଦେବି, ତାଙ୍କୁ ସେବି,
    ସବୁ ବଳ ବୁଦ୍ଧି ପ୍ରାଣ ଦେଇ ପ୍ରେମ କରିବି । (ଘୋଷା)

    ଯୀଶୁ ମୋର ସୃଷ୍ଟି କର୍ତ୍ତା,
    ମୋ ଆତ୍ମାର ସେ ବେବ,
    ତାଙ୍କ ହସ୍ତେ ସବୁଭାରଦେଇ ଶାନ୍ତି ଭୋଗିବି… |୧|

    ଯୀଶୁ ମୋ ଜୀବନାକାର
    ସତ୍ୟ ଜ୍ୟୋତି ସେ ମୋହର,
    ଜୀବନ ଜ୍ୟୋତଃ ଶକ୍ତିରେ, ନିତ୍ୟଜୀବୀ ହୋଇବି… |୨|

    ଯୀଶୁ ମୋତେ ପ୍ରେମ କଲେ,
    ମୋ ପାଇଁ ସେ ପ୍ରାଣ ଦେଲେ,
    ତାଙ୍କୁ ପ୍ରେମ ମୁଁ ନ କଲେ, ଆତ୍ମଘାତୀ ହୋଇବି…. |୩|

    ଯୀଶୁ କେଡେ ମୋନହର, ସର୍ବାଙ୍ଗରେ ସେ ସୁନ୍ଦର
    ହୃଦ-ମନ୍ଦିରେ ବସାଇ, ତାଙ୍କୁ ପୂଜା କରିବି… |୪|

    ଯୀଶୁ ଜୀତେନ୍ଦ୍ରିୟ ବର, ପାପହଉଁ ଧର୍ମବୀର,
    ମୃତ୍ୟୁଞ୍ଜୟ ନରେଶ୍ଵର, ମୁଁ କି ବଣ୍ଡିପାରିବି… |୫|

    ସୂଚୀମାଳାକୁ ଫେରନ୍ତୁ

  • prati kanthu jharipadu

    ପ୍ରତି କଣଠୁ ଝରିପଡେ ତୁମ ଜୟ ଗୀତ
    ତୁମ ନାମେ ଶତଜାନୁ ହୁଏ ପୁଣି ନତ… (ଘୋଷା)

    ରାଜାରାଜନ ତୁମେ ପତିତପାବନ
    ଏ ଜଗତେ ପଥ ସତ୍ୟ ତୁମେ ହିଁ ଜୀବନ
    ଦୟାର ସାଗର ତୁମେ ପ୍ରେମର ଆକର
    କ୍ଷମାର ଆକର ତୁମେ କରୁଣା ନିର୍ଟିର
    ଏକମାତ୍ର ଅତିପ୍ରିୟ ଈଶ୍ବର ସୁତ… |୧|

    ମରଣ ବିଜୟୀ ଯୀଶୁ ସର୍ବ ଶକ୍ତିମାନ
    ଅନୁଗ୍ରହେ ଦେଇଅଛି ମହା ପରିତ୍ରାଣ
    ହେ ପ୍ରେମିକ ପ୍ରିୟତମ ଚିର ମହୀୟାନ
    ଧନ୍ୟବାଦ ପ୍ରଶଂସାରେ ତୁମେ ହିଁ ଭାଜନ
    ତ୍ରିଭୁବନ କର୍ତ୍ତା ତୁମେ, ଅନାଦି ଅନନ୍ତ… |୨|

    ସୂଚୀମାଳାକୁ ଫେରନ୍ତୁ

  • nahi samaya kalo dino

    ନାହିଁ ସମୟ କାଳ ଦିନ
    ପାଖେଇ ଆସିଲା ପ୍ରଭୁଙ୍କ ଆଗମନ
    ପାପଠାରୁ ରହି ଭିନ୍ନ ହୋ….. ପାଇ ଆମେ ପରିତ୍ରାଣ
    ଯୀଶୁଙ୍କୁ ଦେବାରେ ମନରେ… (ଘୋଷା)

    ଛାଡ଼ିଯିବା ଆମେ ମରତପୁର
    ସ୍ଵର୍ଗ ହେବ ଆମ ଘର
    ସ୍ଵର୍ଗ ସିଂହାସନେ ବସାଇବେ ପ୍ରଭୁ
    ଭୋକ ଶୋଷ ହେବ ଦୂର
    ପାଇଲେ ଶାଶ୍ବତ ପ୍ରେମ ହୋ ପୁଲକିତ ହେବ ମନ
    ଧନ୍ୟ ହେବ ଆମ ଜୀବନ… |୧|

    ଯିଏ ଜାଣି ନାହିଁ ଜଣେଇ ଦେବା
    ପ୍ରଭୁ ଆଗମନ କଥା
    ଜାଣି ଶୁଣି ଯିଏ ଭୁଲାଇବ ମଥା
    ଭୋଗିବ ନରକ ବ୍ୟଥା
    ଆଉ ଭାଇ କ୍ଷମା ନାହିଁ ହୋ …
    ଉଦ୍ଧାର ପାଇବ ନାହିଁ
    ଥାଉ ଥାଉ ଫେର ମନରେ… |୨|

    ସୂଚୀମାଳାକୁ ଫେରନ୍ତୁ