Christian Songs Booth

Tag: Easter Sunday odia song lyrics

  • gao jagajanne anandita mane

    ଗାଅ ଜଗଜ୍ଜନେ ଆନନ୍ଦିତ ମନେ ମୃତ୍ୟୁଞ୍ଜୟୀ ଯୀଶୁ ଭୁବନେ

    ଉଠିଲେଣି ଆମ କ୍ରୁଶୀୟ ଯୀଶୁ ଭେଟ ଯାଇ ତାଙ୍କ ଚରଣେ । ଘୋଷା ।

    ମୃତ୍ୟୁର ନାହୁଡ଼ ଭାଙ୍ଗିଗଲା ଆଜି

    ପାପୀର ସ୍ୱପନ ଗଲାଣିତ ଭାଜି

    ତା’ ପାପର ଲାଗି ଯୀଶୁ ମୃତ୍ୟୁ ଭୋଗି

    ଉଠିଲେଣି ନବ ଜୀବନେ        । ୧ ।

    କ୍ଷୁଧିତ ତୃଷିତ ଆସ ବେଗେ ଧାଇଁ

    ଚିନ୍ତା ଦୁଃଖ ମନୁଁ ନିରାଶ ଘୁଞ୍ଚାଇ

    ଉଠିଲେଣି ସେହି କବର ଫିଟାଇ

    ପାପୀ ଉଦ୍ଧାର କାରଣେ         । ୨ ।

    ପାପୀର ମୁକତି ହୋଇଲା ସାଧିତ କ୍ରୁଶେ ପରେ ହୋଇ ଯୀଶୁଖ୍ରୀଷ୍ଟ ହତ

    ନାଚି ଉଠେ ଆଜି ପାପୀର ପରାଣ

    ଆଶାଭରା ତାର ଜୀବନେ       । ୩ ।

  • jishu rajana hai mo trana pasara

    ଯୀଶୁ ରାଜନ ହେ ମୋର ତ୍ରାଣ ପସରା

    ପାପୀବନ୍ଧୁ ପାପହରା । ଘୋଷା ।

    ପାପୀଙ୍କର ପାଇଁ ଆସିଲେ ମର୍ତ୍ତ୍ୟେ ଓହ୍ଲାଇ

    ପାପୀ ପାପ ବହି କ୍ରୁଶେ ହୋଇଲେ ଧରା। 

     

    କେଡ଼େ ନିଷ୍ଠୁର ଯିହୁଦୀ ବକ୍ଷସ୍ଥଳେ ବର୍ଚ୍ଛା ଭେଦି

    କି କଲବଲରେ ପ୍ରାଣ ନେଲଟି ପରା । ୨ ।

    ଆହା ମୋ ଯୀଶୁ ରାଜନ ପାଇଛନ୍ତି କି କଷଣ

    ଏହା ଦେଖି ବେନି ଆଖି ସହେ କି ପରା । ୩ । 

     

    କଣ୍ଟା ମୁକୁଟ ବନାଇ ଦେଇଛି ମୁଣ୍ଡେ ପିନ୍ଧାଇ 

    ରକ୍ତ ଟୋପା ଝାଳ ପରି ବହୁଛି ପରା । ୪ ।

    ତାହାଙ୍କର ପ୍ରେମ ବାରି ବହୁଅଛି ସ୍ରୋତ ପରି 

    ତୁହି ପାପୀ ଡୁବି ହୁଅ ଶୁକ୍ଳଟି ପରା । ୫ ।

  • papi manare thare krusha ku chahan

    ପାପୀ ମନରେ ଥରେ କ୍ରୁଶକୁ ଚାହାଁ

    ପଳାଶ ପ୍ରସୂନ ନିନ୍ଦି ଅପଘନ ରକତେ ରଞ୍ଜିତ ହୋଇଛି ଆହା । ଘୋଷା ।

    ଯିହୁଦୀଏ କରିଣ କୂଟ            ପିନ୍ଧାଇଲେ କଣ୍ଟା ମୁକୁଟ

    ପାଦ ପାଣି ପ୍ରେକ ମାରଣାର ଦୁଃଖ ଦେଖିଲେ ହୃଦୟ ବିଦାରେ ଆହା । ୧ ।

    ତୋର ପାପ ସନ୍ତାନ ଯେତେ    କ୍ଷୟ ଯିବ ଚାହିଁବା ମାତ୍ରେ 

    କ୍ଷମ ଭୟ ଦୂର ହୋଇବ ନିକର

    ପରମ ପଥକୁ ହୋଇବ ସାହା । ୨ ।

    କ୍ରୁଶ ଯନ୍ତ୍ର ସଂସାରେ ସାର       ପାପୀ ମୁକ୍ତି କୋଠ ଭଣ୍ଡାର

    ଦୀନ ଦୁଃଖୀ ରଙ୍କି ପାତକୀଙ୍କ ପାଇଁ କାଲବରୀ ଚୂଳେ ହୋଇଛି ଠିଆ । ୩ ।

    Click the link below to konw the song tune

  • taba krushiya jatana hai bhedi jaau

    ତବ କ୍ରୁଶୀୟ ଯାତନା ହେ ଭେଦି ଯାଉ ଆଜି ବିଶ୍ୱ ପ୍ରାଣେ ଅନୁଭବେ ହେ ।

    କ୍ରୁଶରେ ଦେଖି ରକତ ସ୍ରୋତ

    ଫାଟିଯାଉ ବିଶ୍ୱାବାସୀଙ୍କର ବୁକୁ ସବେଗେ ଧାଇଁ ଆସ କ୍ରୁଶ ତଳେ

    ଅନୁତପ୍ତ ପ୍ରାଣେ ହେ । ୧ ।

    ପାତକୀ ଜୀବନ ପାଇଁକି ଦାନ ଦେଲ ତୁମେ

    ଅମର କୁମର ହୋଇ ମୃତ୍ୟୁ ବରିଲ

    ଅଶ୍ରୁ ଢାଳି ପଦ ଦେବି ଗୋ ଧୋଇ

    ପାରଦେଶେ ନାଥ ମୋତେ ଭୁଲିବ ନାହିଁ ଜୀବନେ 

    କ୍ରୁଶ ଛବି ହୃଦେ ଧରି କ୍ରୁଶ ପଛେ ଚାଲେ ହେ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • papi, krusha ma adori ne

    ପାପୀ, କ୍ରୁଶ ମୋ ଆଦରି ନେରେ ପାପୀ

    କ୍ରୁଶ ତଳେ ତୋ ଅମାପ ପାପ ଗଣ୍ଠିରୀ ଥୋଇ ଦେ । ୦ ।

    ପାପ କଳଙ୍କ ଧୋଇବା ପାଇଁରେ କ୍ରୁଶେ ଦେଲି ବୁକୁ ରକତ ନିଗାଡ଼ି 

    ହୃଦ ଭରା ତୋର କଳଙ୍କ କାଳିମା ରକତେ ପଖାଳି ଦେ । ୧ ।

    ଖୋଜି ମୁଁ ତୋତେ ବାହାର ଅନ୍ଧାରେ କେଶ ବେଶ ତିନ୍ତେ ନିଶିର ଶିଶିରେ

    ଡାକି ଫେରେ ନିତି କୁଟୀର ଦୁଆରେ

    ଦୁଆର ଫିଟାଇ ଦେ । ୨ ।

    ପାପୀ ମରଣ ପାରେନା ସହିରେ କୋଟି ନିଧି ପାପୀ ଗୋଟିଏ ପାଇଲେ

    ତିଳେ ତିଳେ ସଢ଼ି ମରୁଛୁ ପାପରେ

    ଅମର ପଦବୀ ନେ । ୩ ।

    ସୂଚୀମାଳାକୁ ଫେରନ୍ତୁ