ହାଲିଲୁୟା ଗାଅ ହେ ସର୍ବେ, ଗାଅ ହେ ହୋଶାନ୍ତା
ଜୟ ଗୀତ ଗାଇ ଗାଇ, କର ହେ ବନ୍ଦନା … (ଘୋଷା)
ବିଶ୍ଵ ଜନ ମନ ପ୍ରାଣେ, କରିଦେବୁ ଉଦ୍ଦୀପନା
କହିଯିବୁ କାନେ, କାନେ, ମୁକ୍ତି ନାହିଁ ଯୀଶୁ ବିନା… |୧|
ତୁମେ ସତ୍ୟ ତୁମେ ପଥ, ତୁମେ ହିଁ ଅଟ ଜୀବନ
ତୁମ ପାଶେ ରହିଥିଲେ, ନଥିବ ପାପ ଯାତନା… |୨|
ହାଲିଲୁୟା ଗାଅ ହେ ସର୍ବେ, ଗାଅ ହେ ହୋଶାନ୍ତା
ଜୟ ଗୀତ ଗାଇ ଗାଇ, କର ହେ ବନ୍ଦନା … (ଘୋଷା)
ବିଶ୍ଵ ଜନ ମନ ପ୍ରାଣେ, କରିଦେବୁ ଉଦ୍ଦୀପନା
କହିଯିବୁ କାନେ, କାନେ, ମୁକ୍ତି ନାହିଁ ଯୀଶୁ ବିନା… |୧|
ତୁମେ ସତ୍ୟ ତୁମେ ପଥ, ତୁମେ ହିଁ ଅଟ ଜୀବନ
ତୁମ ପାଶେ ରହିଥିଲେ, ନଥିବ ପାପ ଯାତନା… |୨|
ପ୍ରଭୁ ହେ ପ୍ରଭୁ ହେ କରେ ମିନତି, ମୋ ପ୍ରତି ସୁଦୟା ରହୁ
ଯୀଶୁଙ୍କୁ ହୃଦୟେ ଧରି ମୋର ପ୍ରାଣପଛେ ଚାଲିଯାଉ… (ଘୋଷା)
ସେ ନାମ ଗାଆନ୍ତି ସ୍ୱର୍ଗ ଭୁବନେ, ଦିବ୍ଯ ଦୂତଗଣ ହରଷ ମନେ
ସେ ନାମ ଆସିଲେ ମଭ୍ୟ ଭୁବନେ, ମୋ ପାପର ପ୍ରାୟଶ୍ଚିତ୍ତ କାରଣେ
ସେହି (ଯୀଶୁ) ମମ ଗାଇ ଗାଇ ମୋର ଦୁଖଛାୟା ରେ ଯାଉ.. ।୧।
ପାପ ପାଇଁ କଲେ ନର ଯେ, ଯଜ୍ଞ ଅଭିଶପ୍ତ ଧରା ନୋହିଲା ପୁଣ୍ୟ
ସେ ଛକି କାଠ ନରମେଧ ଯଜ୍ଞ ସାଧିଲେ ଶୂନ୍ଯ ମୋ ଯୀଶୁ ରାଜନ
ଜୀବନେ ତାହାଙ୍କୁ (ଯୀଶୁ) ଧରି ମୋର ଆତ୍ମା ସ୍ଵର୍ଗ ଗଲିଯାଉ.. ।୨।
ରୁଧିରେ ସ୍ଥାପିଲେ ସ୍ବର୍ଗୀୟ ପଥ ଅନନ୍ତ ଜୀବନ କଲେ ପ୍ରଦତ୍ତ
ସର୍ବ ଶାସ୍ତ୍ର ହେଲା ଜଗତେ ବ୍ୟର୍ଥ ସେହି ପ୍ରଭୁ ଯୀଶୁ ରଚିଲେ ସତ୍ୟ
ସେ ସତ୍ୟ (ଯୀଶୁ) ଶ୍ରେଣୀ ବହି ମୋର ସ୍ଵର୍ଗକୂଳେ ଲାଗିଯାଉ.. ।୩।
ବନ୍ଦନା ଘେନ… ବନ୍ଦନା ଘେନ
ଭକତି ଭରେ ପ୍ରଣମୁଛୁ ।
ଥୋଇ ହୃଦପଦ୍ମ…ହେ ପ୍ରିୟତମ (ଘୋଷା)
ଅନ୍ଧକାର ଘେରା ବିଶ୍ୱେ
ଆଜି ଝଲକେ ଆଲୋକଧାରା
ଭରି ଯାଉଛି ମଧୁର ଝଙ୍କାର
ସ୍ବର୍ଗବାହିନୀ ସୁରେ…ପୁରେ ଗଗନ… |୧|
ଧନ୍ୟ ହେ ତ୍ରାଣରାଜନ ଆମ,
ଧନ୍ୟ ତୁମରି ପ୍ରେମ .
ପାପୀ ଜନର ମୁକତି ଲାଗି
ମର୍ଭେ ହେଲ ଜନମ-ଈଶ ନନ୍ଦନ… |୨|
ଆସ ହେ ସର୍ବେ ପାତକୀ ବଂଧୁ
କରିବା ତାଙ୍କୁ ପ୍ରଣାମ
ଧନ୍ୟ ହେଉ ଗୋ ଆମ ଏ ପରାଣ
ଲଭି ନବ ଜୀବନ .., ଆଜ ଏ ଦିନ… |୩|
ଗୋଟିଏ ସ୍ରୋତ ରକ୍ତର ଝରୁଅଛି କୁଶେ
ଯେଡ଼େ ପାପୀ ହିଁ ଡୁବିଲେ ତା’ କଳଙ୍କ ନାଶେ… |ଘୋଷା|
ମୋର ବିଶ୍ୱାସ କୁଶରେ, କଲେ ରକ୍ତ ଦାନ
ମୋ ପରା ପାତକୀ ଯେହ୍ନେ ଲଭେ ପରିତ୍ରାଣ… |୧|
ସେ ସ୍ରୋତ ଦେଖି ଦସ୍ୟୁର ଶାନ୍ତି ହେଲା ମନେ,
ହେଲେ ହେଁ ମୁଁ ଅଭାଜନ ବଂଚିବି ତେସନେ… |୨|
ସେ ମେଷ ରକ୍ତର ଶକ୍ତି ସରୁ ନାହିଁ କିଛି,
ଯିବାଯାଏ ଭକ୍ତ ସ୍ୱର୍ଗ ପ୍ଲାବିତ ହେଉଛି… |୩|
ସେ ସ୍ରୋତ ଦେଖି ବିଶ୍ୱସେ କରେ ଜୟଗାନ,
ଗାଇ ଯିବି ମୁଁ ହରଷେ ତା’ରି କୃତ ତ୍ରାଣ…|୪|
ଯାଉ ନିସ୍ତେଜ ଏ ରସନା ନିରବ କବରେ,
ଗାଇବି ଗାନ ଏ ବାସନା ସ୍ୱର୍ଗେ ମୁ ସୁସ୍ବରେ… |୫|
ଈଶ୍ଵର ମୋର ଆଶ୍ରୟ ନିକଟ ସହାୟ
ନିର୍ଭୟ ମୋ ତାଙ୍କ ବଳେ ନାହିଁ ଆଉ ଭୟ …(ଘୋଷା)
ଦକ୍ଷିଣପାର୍ଶ୍ଵ ଛାୟା ସେ ଯେ ଜୀବନ ସାଥୀ ପ୍ରେମିକ
ଅଶେଷ ତାଙ୍କ କରୁଣା ଧାର ମଙ୍ଗଳ ଦାନ ଅନେକ
ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ନ କରିବ ଆଘାତ
ଦୃଢ଼ ଶଇଳ ତୁମ ପ୍ରତି ମୋ
ରହିଛି ଭକ୍ତି ଲୟ… |୧|
ବ୍ୟସ୍ତ କିମ୍ପା ମନ ହରିଣୀ ଘେରି ଆସେ ଯେବେ ବିପଦ
ହେଜିଲେ ତାଙ୍କ ମଧୁର ନାମ ଦୂର ହେବ ଯେତେ ସଙ୍କଟ
ପ୍ରଭୁ କେବଳ ମହୀୟାନ ଆମର ପରିତ୍ରାଣ
ଧନ୍ୟ ଲଭୁ ଏ ଛାର ଜୀବନ
ଗାଇ ତାଙ୍କରି ଜୟ… |୨|
ଗାଅ ସରବେ ଯୀଶୁ ନାମେ ହୋଶାନ୍ତା ଜୟଗାନ
ଧନ୍ୟବାଦ ପ୍ରଶଂସାରେ ତୋଳି ତାଙ୍କରି ନାମ…(ଘୋଷା)
ପ୍ରେମଭରା ତାଙ୍କ ପରଶ, ଆଣିଦେବ ମନେ ହରଷ
ପରମ ପିତା ଯୀଶୁ ଆମ, ଭରିଦେବେ ଆଶିଷ
ନିରାଶର ମନ ତଳେ ଆଲୋକ ସଂଚାରିବା
ଅନ୍ଧାର ଦୂରେ ଯିବା… |୧|
ପାପ କଳୁଷିତା ଆମର, ଦେଲୁ ପ୍ରଭୁ ତବ ପୟର
କର ନୂତନ ଏ ଜୀବନ, ସୁନ୍ଦର ମଧୁମୟ
ବିକଶିତ ହେଉ ସଦା ପୁରି ମଧୁ ସୁବାସ
ହେଉ ସଦା ହରଷ… |୨|
ଝରିଗଲା ରୁଧୁର ମୋର ପାପ ପାଇଁରେ
ସେହି କାଲବରୀ ଚୂଳେ ଝରିଲା ରକତ କେତେ
ରୁର କେତେ… (ଘୋଷା)
ନିରବ ମେଷ ପରି ଗଲ ତୁମେ ସବୁ ସହି
କାନ୍ଧ କୁଶ ଭାର ବହି ଚାଲିଲ ଏକା ହୋଇ
ଝୁଲିଲ ଏକା ହୋଇ
କଣ୍ଟା ବିନ୍ଧିଲା ହସ୍ତେ ଝରିଲା ରୁଧୁର କେତେ
ବଚ୍ଛା ବିନ୍ଧିଲା ବକ୍ଷେ ଆହା ମୋର ପାଇଁରେ… |୧|
ଆରେ ପାପୀ ଫେରିଆ
ବାରେ ତ ଫେରି ଚାହିଁ ରକ୍ତ ଝର ଝର ଦେହେ
ଡାକନ୍ତି କରୁଣ ସ୍ବରେ
ଶୁଭେ ନାହିଁ କିରେ ତୋତେ ସେ କରୁଣ ଡାକରା
ରକ୍ତ ଝର ଝର ଦେହେ ଡାକୁଛନ୍ତି ଆଜିରେ… |୨|
କୁଶ ପରେ ରକ୍ତଧାର ବହିଯାଏ ।
ଯେଉଁ ରନ୍ତେ ପାତକୀ ଆଜି ମୁକ୍ତି ପାଏ। (ଘୋଷା)
ମୁକ୍ତି ପଥ ହରା ହୋଇ ସକଳେ
ଶାନ୍ତି ନାହିଁ ସଭିଙ୍କର ହୃଦୟ
ପାପ ସ୍ରୋତେ ନର ଜୀବନ ଭାସିଯାଏ |୧|
ନିତ୍ୟ ସ୍ଥାୟୀ ନୁହେଁ ଆମ ଜୀବନ
ଆସୁଅଛି ଭୟଙ୍କର ଦୁର୍ଦ୍ଦିନ
ସତ୍ୟବାଣୀ ସଭିଙ୍କ କର୍ତ୍ତେ … କହିଯାଏ (୨ ଥର) |୨|
ସତ୍ୟଜ୍ୟୋତି ସର୍ବବ୍ୟାପୀ ମାନବର
ପ୍ରେମମୟ ରାଜା ତୁମେ ଜଗତର
ଯେଉଁ ପ୍ରେମେ ପାତକୀ ଆଜି ମୁକ୍ତି ପାଏ ।୩|
ଆଉ କିଛି ପ୍ରଭୁ ଲୋଡ଼ା ନାହିଁ ମୋର
ତୁମେ ସାଥ ହେଲେ, ଚଲା ପଥେ ମୋର (ଘୋଷା)
ତୁମେ ହିଁ ପଥ ତୁମେ ହିଁ ସତ୍ୟ
ତୁମେ ଜୀବନ ମୋର ହେ ନିତ୍ୟ (୨ ଥର)
ଆସିଛି ତୁମ ପାଶେ ମୋତେ ହେ ନିଅ ତୋଳି
ପାପ ମୋ ସବୁ ଭୁଲି ଆଶିଷ ଦିଅ ଢ଼ାଳି
ତୁମରି କୁଶ ମୋର (୩ ଥର) ପ୍ରତୀକ ଜୀବନର … |୧ |
ତମସା ଘେରା ଜଗତ ସାରା
ଜୀବନ ପଥେ ମୁଁ ଦିଶାହରା (୨ ଥର)
ଆଲୋକ ଦିଅ ଭରି ଆହେ ଜଗତ ଜ୍ୟୋତି
ଅନ୍ଧାର ଅପସରି ଭରୁ ପରାଣେ ଶାନ୍ତି
ତୁମେ ହେ ପ୍ରଭୁ ମୋର (୩ ଥର) ଜୀବନ ନିରିଝର … |୨|
ପ୍ରଭୁ ହେ ଦରଶନର ଆଶାରେ …
ଆସିଛି ମୁହଁ ମଙ୍ଗଳ ଉଷାରେ (୨ ଥର)
ମଙ୍ଗଳମୟ ଶ୍ରୀପଦ କଞ୍ଜରେ… |ଘୋଷା|
ସଂସାର ପଥ କଣ୍ଟକ ସିନା,
ଚଉଦିଗେ ଦିଶେ ଘୋର କାଳିମା
ନାହିଁ ଭରସା ତୁମରି ବିନା,
ଯେହେତୁ ମୁଁ ତୁମ ରୁରେ କିଣା… I୧|
ତୁମ ନାମେ ସର୍ବେ ଗାଉ ଜୟଗାନ,
କରି ପ୍ରଭୁ ତୁମ ପରଶ ଦାନ,
ଜୟ ଧ୍ବନି ଶବ୍ଦୀ ପୁରୁ ଏହି ଗଗନ
ନାଶ ହେଉ ପାପ କାଳିମା ଘନ… |୨|
ଧରଣୀ କୋଳେ ମୁଁ ଭ୍ରାନ୍ତ ପଥିକ
ଦେଖାଅ ହେ ତୁମରି ସେ ଆଲୋକ
ଭାସି ଭାସି ଶେଷେ ଆସିଛି ରାହା ଧରି
ଏ ଭୂବ ମାୟାରୁ କର ହେ ପାରି… |୩|