ଅନନ୍ତ ଆକାଶ ତଳେ, ଦୂରନ୍ତ ଏ ପୃଥିବୀରେ
କେବଳ ଯୀଶୁଙ୍କ ନାମ, ସାଧୁପାରେ ପରିତ୍ରାଣ …(ଘୋଷା)
ରକ୍ତିମ କୁଶ କହେ, ମୁକତି ଶୋଣିତ ବହେ
ଆସ ଆସ ପାପୀଜନ, ଲଭିବ ନବଜୀବନ… |୧|
ଅନ୍ତର ଖୋଲି କୁହ, ଢ଼ାଳି ଅନୁତାପ ଲୁହ
କରେ ପ୍ରଭୁ ସମର୍ପଣ, ପ୍ରଭୁ ପରିତ୍ରାଣ ଧନ… |୨|
ଅନନ୍ତ ଆକାଶ ତଳେ, ଦୂରନ୍ତ ଏ ପୃଥିବୀରେ
କେବଳ ଯୀଶୁଙ୍କ ନାମ, ସାଧୁପାରେ ପରିତ୍ରାଣ …(ଘୋଷା)
ରକ୍ତିମ କୁଶ କହେ, ମୁକତି ଶୋଣିତ ବହେ
ଆସ ଆସ ପାପୀଜନ, ଲଭିବ ନବଜୀବନ… |୧|
ଅନ୍ତର ଖୋଲି କୁହ, ଢ଼ାଳି ଅନୁତାପ ଲୁହ
କରେ ପ୍ରଭୁ ସମର୍ପଣ, ପ୍ରଭୁ ପରିତ୍ରାଣ ଧନ… |୨|
ପୃଥବୀ ଚାହିଁ ଦେଖି ଅଶାନ୍ତ ଘୃଣ୍ଡ ଝଞ୍ଜା ଆସେ ମାଡି
ବଂନ୍ଦୁର ପଥେ ପାପ ଅନ୍ଧାର ଯାଏ ଘେରି… (ଘୋଷା)
ଏହି ତ ନୁହେଁ କି ସଙ୍କଟ ଦିନର ଚିହ୍ନ?
ଏ ମଣିଷ ବୁକେ ଜାଗେ ନାହିଁ କି କମ୍ପନ?
ଜାଗି ରୁହ ସଦା ଆଉ ନାହିଁ ବେଳ
ନିଦ୍ରା ସପନ ତେଜି (୭ ଥର) … |୧|
ଧରା ଇତିହାସ ହସିବ ସେ ଶୁଭ ଦିନ
ବିଜୟ ଉଲ୍ଲାସେ ହେବ ମହା ଆଗମନ
କାଲବରୀ ଡାକେ କୁଶୀୟ ସେନାନୀ
ପ୍ରସ୍ତୁତ ହୁଅ ଆଜି (୨ ଥର)… |୨|
ମଣିଷ ଜୀବନ ଖେଳ ତ ନୁହଁଇ ବଂଧୁରେ
ମାୟାଜାଲ ଏ ତ ନୁହେଁରେ… (ଘୋଷା)
ଏ ମାଟି ଧୂଳିରୁ ନିରିମିତ ହୋଇ
ଦିନେ ସେ ଧୂଳିରେ ଯିବୁ ତ ମିଳାଇ
ମରଣେ ତୋହର ଆୟାର ବିଚାର
କରିବେ ଈଶ୍ବର ନ୍ୟାୟରେ
ହେବୁ ତୁ ଦଣ୍ଡିତ ପାପରେ… |୧|
ନିତି ନାନା ମନ୍ଦ କର୍ମ କି ନକରୁ
ତାକୁ ପାପ ବୋଲି ତିଳେ ନ ବିଚାରୁ
ଦେଖ କି ଭୀଷଣ ପ୍ରଖର ଅନଳ
ତୋ ଲାଗି ଜଳୁଛି ନରକରେ
ଚିରକାଳ ତହିଁ ଜଳିବୁରେ … |୨|
ଆରେ ଦୁଃଖିଧନ, ଶୁଣ ସମାଚାର
ତୋ’ ଲାଗି ଆସିଛି ସରଗୁ ଅପାର
ପାପ କ୍ଷମା ଆଉ ଅନୁଗ୍ରହ ଦାନ
ଖ୍ରୀଷ୍ଟଙ୍କ ପବିତ୍ର ରକତରେ
ବିଶ୍ୱସେ ଯିବୁ ତୁ ତରିରେ… |୩|
ଶୁଣ ତୁ କହଇ, ଈଶ୍ବର ବଚନ
ଖ୍ରୀଷ୍ଟ ନାହିଁ ନରକ-ଦଣ୍ଡ ବିଧାନ
ବେଗେ ଆସ ଧାଇଁ ଖ୍ରୀଷ୍ଟଙ୍କର ପାଶେ
ପ୍ରେମେ ସେ କରିବେ ତ୍ରାଣରେ
ନାହିଁ ନାହିଁ ଅନୋପାୟରେ… I୪I
ଜୀବନର ଏହି ବେଳାଭୂମି ପରେ
ସତେ କି, ଆସିବ ନେବା ପାଇଁ ମୋତେ
ପ୍ରଭୁ ତୁମେ ଗଉରବେ… (ଘୋଷା)
ଛଳନା କେବେଳ ଅଳିକ ସପନ
ଘେନି ଆସେ ଶତ ଦୁଃଖ ଅପମାନ
ଚାଲିଛି ପଥିକ ବନ୍ଧୁର ପଥେ
ନିଶି ଦିନ ପରାଭବେ… |୧|
ଜୀବନ ଶେଷରେ ମଉଳା ଲଗନେ
ଲଭିବି ତୁମରି ପରଶ ଗୋପନେ
ଭୁଲିବି ଦୁଃଖ ଭରିବ ପରାଣ
Click the link below to listen full song and know the tune
ସୃଷ୍ଟିର ସେହି ପ୍ରଥମ ପ୍ରଶ୍ନ କମ୍ପନ ତୋଳେ ମନ ତଳେ
ହେ ମଣିଷ… ହେ ମଣିଷ…ତୁମେ କେଉଁଠାରେ? (୨ ଥର) |୧|
ଆଜି ବି ରହିଛି ବିଭେଦ ପ୍ରାଚୀର
ପାପ କଳଙ୍କ ବୋଳା
ପାରେ ନାହିଁ ସହି ଏ ମଣିଷ ଆଉ
ପାପର ଦହନ ଜ୍ୱଳା
ଜ୍ଞାନ ଗାରିମାର ଆବ ରଣ ତଳେ
ମଣିଷ କି କେତେ ବୁଝିପାରେ … I୨I
ଫେରି ଆସ ପ୍ରଭୁ ଆସ ଅବତରି
କଳୁଷିତ ଧରା କୋଳେ
ତୁମରି ପ୍ରେମରେ ଭଙ୍ଗା ମନକୁ
ଯୋଡ଼ିଦିଅ ଆଉ ଥରେ
ତୁମରି ଅମର ସଙ୍ଗୀତ ବିନା
ଆଉ କି ଆନନ୍ଦ ମିଳିପାରେ? |୩|
ସଦାପ୍ରଭୁ ମୋର ପ୍ରତିପାଳକ
ମୋର ଅଭାବ ହେବ ନାହିଁ
ହେବ ନାହିଁ… ହେବ ନାହିଁ …|o|
ସୁ-କୋମଳ ତୃଣ ଶେଯେ ଶୟନ କରନ୍ତି ।
ସ୍ଥିର ଜଳ ପାଶେ ପାଶେ ମୋତେ ଧରି ଚଳନ୍ତି
ମୃତ୍ୟୁ ଛାୟା ପଥେ ମୋର (ଆଉ) ଆପଦର ଭୟ ନାହିଁ… |୧|
ପାଶେ ରହି ଶାସନରେ ସାନ୍ବନା ଦିଅନ୍ତି
ମୋ ଶତ୍ରୁ ସମୀପେ ମୋତେ ଆଶୀର୍ବାଦ କରନ୍ତି
ତାହାଙ୍କ ମଙ୍ଗଳ ଦୟା
ମୋତେ କେବେ ହେଁ ଛାଡିବ ନାହିଁ |୨|
ଆଶିଷ ଢ଼ାଳିଦିଅ ହେ ଯୀଶୁ ଉକ୍ତଳବାସୀ ଉପରେ
ଆମ ପାପତମ ସବୁ କ୍ଷମା କରି,
ତୁମ ପ୍ରେମ ଗୁଣରେ …ଆ ଆ… |0|
ପ୍ରଚୁର ଆଶିଷ ବରଷ ଏ ଭିକ୍ଷା ତବ ଚରଣେ,
ସଫଳ କର ପ୍ରତିଜ୍ଞା ତୁମରି ପ୍ରେମ ଗୁଣେ,
ବିଂଦୁ ବିଂଦୂ ପାତ ଆଶିଷ, ନାହିଁ ତହିଁ ଆମ ସନ୍ତୋଷ
ତୁମ ଆଶିଷ ବୃଷ୍ଟି ଦିଅ ହେ ବିନତି କରୁଛୁ ତୁମରେ… |୧|
ତୁମରି କୁଶୀୟ ମରଣ, ଆମ ଆଶିଷ କାରଣ,
ତବ ପାପ ଧୁଆ ଶୋଣିତ ଦିଏ ଆମରେ ପରିତ୍ରାଣ,
ମରଣକୁ ଜୟ କଲ, ସ୍ଵର୍ଗୀୟ ଆଶିଷ ବିହିଲ
ଦିଅ ଦିଅ ଢାଳି ଆଶିଷ ବାରେ, ମଗଉଛୁ ତୁମ ପୟରେ…. |୨|
ସଂଜୀବିତ ପ୍ରଭୁ କରିବ ନାହିଁ କି ଆନନ୍ଦ କରିବୁ ତୁମଠାରେ
ଆତ୍ମାଙ୍କ ତଇଳ ଢ଼ାଳିବ ନାହିଁ କି,
ଜଳିବ ଆଲୋକ ସମାଜରେ… (ଘୋଷା)
ପ୍ରତି ଶୁଷ୍କ ଅସ୍ଥି ସଜୀବ ହେବାକୁ,
ବହୁ ପ୍ରାଣବାୟୁ ବହ ଚଉଦିଗୁ
ଜୀବିତ ହୋଇବା ପାଦେ ଠିଆ ହେବା
ପ୍ରଶଂସିବା ଯଶ ଉଚ୍ଚରେ … | ୧ |
କର ଗୋ ଆଶିଷ ଆତ୍ମାଙ୍କ ପରଶେ,
ଫଳିବୁ ଅକ ତୁମର ଉଦେଶେ
ହୋଇ ପରିହିତ ପରିତ୍ରାଣ ବସ୍
ପ୍ରଶଂସା କରିବା ଉଚ୍ଚରେ ….|9|
ଆନନ୍ଦ, ଆନନ୍ଦ କିପରି କହିବି କେତେ ଆନନ୍ଦ ।
ଯୀଶୁଖ୍ରୀଷ୍ଟ ପାପ କ୍ଷମା ଦେଲେ ପରମ ଆନନ୍ଦ … (ଘୋଷା)
ଏକତ୍ର ହୋଇ ନାଚ କରିବା ଗୀତ ଗାନ କରିବା
ଏକମାତ୍ର ଯୀଶୁ ନାମରେ ଆମେ ସ୍ତୁତି ଗାନ କରିବା … |୧ |
ପାପ, କ୍ଳେଶ, ରୋଗ ସବୁ କୁଶରେ ବହି ନେଲେ
ପ୍ରଭୁ ଯୀଶୁ ମୋର ହୃଦୟରେ ଆସି ଦେଲେ ଆନନ୍ଦ … |9|
ପ୍ରେମ କଲେ ସେ ପରିତ୍ରାଣ ଦେଲେ ଉଛୁଳି ଉଠୁଛି ମୁଁ
ପ୍ରତିଦିନ ମୁଁ ତାଙ୍କରି ନାମରେ ସାକ୍ଷୀ ସ୍ଵରୁପ ହେବି … । ୩ ।
ଅନ୍ଧକାର ଘେରା ଧରାରେ, ମୁକତି ଦୀପ ଜ୍ଵଳାଇବା
ଗ୍ରାମରେ ନଗରେ ଗିରି କନ୍ଦରରେ
ଜାଳିବା ଲଜିତ ନୋହିବା … (ଘୋଷା)
ମରୁ ମରୀଚିକା ଜଗତେ, ତୃଷିତ ପରାଣର ହିତେ
ଜୀବନର ଝର ବହୁଛି କୁଶରେ
କ୍ଲାନ୍ତ ଜନତା ଆସରେ….|୧|
ଶୁଣି ନାହିଁ କି ସେ ଆଦେଶ, ଯାଅ ସମସ୍ତ ଜାତି ପାଶ,
କୁହ ମୁକ୍ତି ଅଛି ଯୀଶୁଙ୍କ ପାଶରେ,
ନ ରଖି ଲଜା ମନରେ….|୨|