Christian Songs Booth

Tag: Hindi christian song lyrics

  • dakanti ke madhura sware

    ଡାକନ୍ତି କେ ମଧୁର ସ୍ୱରେ (ଆଜି ମୋତେ)
    (ଆହା) ମୋର ହୃଦ ଦୁଆରେ (ଘୋଷା)

    ଚିନ୍ତା ପଥେ ବାଧା ଦେଇ ଗତି ରୋଧ ଧମକାଇ
    କେତେ ହିତ କଥାକହି ଦୟା ଚିତ୍ତରେ … |୧|

    ସେ ଯେ ଶାନ୍ତି ଦେବା ପାଇଁ ଡାକୁଛନ୍ତି ରହି ରହି
    ପାପ ତାପ ନେବେ ବୋଲି ନିଜ ହାତରେ … |୨|

    ଦେଖୁ ମୋତେ ଭାରାକ୍ରାନ୍ତ କରନ୍ତି ପ୍ରେମ ସଂକେତ
    କଢ଼ାଇ ନେବାକୁ ପଥ ମୃଦୁଭାବରେ … |୩|

    ସେ କରୁଣ ସ୍ବର ଶୁଣି କିପରି ମାତିବି ପୁଣି
    ଛଳ ମରୀଚିକାମୟ ମରୁ ସଂସାରେ … |୪|

    ପ୍ରାଣ ମନ ଦେଇ ଆଜି ମୋ ଯୀଶୁଙ୍କ ପଦେ ମଜି
    ଭାସି ଯିବି ସମତାନେ ସ୍ବର ଲହରେ … |୫|

    ସୂଚୀମାଳାକୁ ଫେରନ୍ତୁ

  • jagore jagatabasi asuchanti megharathe

    ଜାଗରେ ଜଗତବାସି ଆସୁଛନ୍ତି ମେଘରଥେ,
    ତୁରୀ ବାଦ୍ୟ ଧ୍ବନୀ ଉଠୁଛି ସରଗର ଦୂତମୁଖେ … (ଘୋଷା)

    ସେତ ଆମର ପ୍ରଭୂ ସରଗର
    ସରଗ ସମ୍ପଦ ପ୍ରେମ ପାରିବାର,
    ଦୂତଗଣ ସାଥିରେ ସାଧୁମାନଙ୍କ ସଙ୍ଗରେ
    ତୁରୀବାଦ୍ୟ ଧ୍ୱନୀ ଶୁଭୁଛି – ସରଗର ଦୂତମୁଖେ … |୧|

    ଜୀବନ ପୁସ୍ତକ ଧରି ଅବତରି
    ଫିଟାଇ ଦେଖୁବେ ପାପ କେତେ ଆମରି
    ସେ ସାୟା ଯେ ପାଇବେ
    ସେ ଶାନ୍ତି ସେ ଭୋଗିବେ,
    ତୁରୀବଦ୍ୟ ଧ୍ୱନୀ ଶୁଭୁଛି ସରଗର ଦୂତ ମୁଖେ … |୨|

    ଶୁଣରେ ଶୁଣରେ ବନ୍ଧୁ ସେହି ସ୍ବର
    ହେ ପରିଶ୍ରାନ୍ତ ଭାରଗ୍ରସ୍ତ ମୋହର
    ଆସ ମୋ ନିକଟକୁ ଡାକୁଛନ୍ତି ଯୀଶୁ ଆମକୁ
    ତୁରୀବାଦ୍ୟ ଧ୍ୱନୀ ଶୁଭୁଛି ସରଗର ଦୂତ ମୁଖେ … |୩|

    ସୂଚୀମାଳାକୁ ଫେରନ୍ତୁ

  • ଅନ୍ତର ମୋ କାନ୍ଧୁଛି ପାପେ ପଡ଼ି ବାରମ୍ବାର antara ma kandhuchi pape padi

    ଅନ୍ତର ମୋ କାନ୍ଧୁଛି ପାପେ ପଡ଼ି ବାରମ୍ବାର
    ଅପରାଧ ମୁଁ ଅବିବେକି (୨ ଥର)
    ଫେରି ମୁଁ ଆସିଛି ଅନୁତାପ କରି (୨ଥର)
    କରିଛି ସତ ଅନେକ ଦୋଷ କ୍ଷମାକର ଜଗଦୀଶ …|୦|

    ମନଆତ୍ମା ଭାବନା ମୋ ପାପରେ ହଜିଛି।
    ଅନ୍ଧକାରେ ଏ ଜଗତେ ପାପରେ ଲୁଚୁଛି
    ସାହା ହୁଅ ଏ ସହାୟ ଦୟାରେ କ୍ଷମାକର … |୧|

    ଭ୍ରାତା ଭଗ୍ନି ଓ ତୋ ବିରୁଦ୍ଧ କରିଛି ପାପ ମୁଁ
    ସାଧୁ ସ୍ଵାଧୀ ଓ ଯୀଶୁ ପାଶେ
    ମିନତି କରେମୁଁ, କ୍ଷମାକର ପାପ ମୋର
    କ୍ଷମା ର ତୁମେ ମହା ସାଗର … |୨|

    ସୂଚୀମାଳାକୁ ଫେରନ୍ତୁ

  • samaya atyalpa bujha he bhai

    ସମୟ ଅତ୍ୟଜ ବୁଝ ହେ ଭାଇ
    କେଡ଼େ ଶୀଘ୍ର ଦିନ ମାସ ଯାଉଅଛି ପଳାଇ (ଘୋଷା)

    ସମୟ ଯେ ଅତି ଅଳ୍ପ ବୁଝ ହେ ପାପୀ ଗଣ
    ବୃଥାରେ ନ କାଟି ଦିନ ଶୁଭ କାଳ ହରାଇ …|୧|

    ସମୟଟି ଅତି ଅଳ୍ପ ବୁଝ କଠିନମନା,
    ତ୍ରାଣ ଦିନ ବହି ମୃତ୍ୟୁ ଆସୁଅଛି ଘନାଇ …|୨|

    ସମୟଟି ଅତି ଅଳ୍ପ ଦେଖ ଧାମିକଗଣ
    ଅବିଳମ୍ବେ ଯୀଶୁ ସ୍ଵଗୁଁ ଆସିବେ ହେ ଓହ୍ଲାଇ…|୩|

    ସମୟଟି ଅତି ଅଳ୍ପ ଦୁଃଖ ଯିବ ପଳାଇ,
    ଅବିଳମ୍ବେ ସ୍ଵର୍ଗପୁରେ ପ୍ରବେଶିବା ହେ ଯାଇ … |୪|

    ସୂଚୀମାଳାକୁ ଫେରନ୍ତୁ

  • madhura jishu priya jishu

    ମଧୁର ଯୀଶୁ ପ୍ରିୟ ଯୀଶୁ
    ବିରାଜ ମୋ ଅନ୍ତରେ … (ଘୋଷା)

    ଚିର ଜୀବି ରୋଟି ତୁମେ
    ଭୋଜନ ହୁଅ ଆମ
    ଇଂଜି ତାହା ଲଭିବୁ ଆମେ
    ଚିରନ୍ତନ ଜୀବନ … |୧|

    ଚିର ଜୀବି ନୀର ତୁମେ
    ପାନୀୟ ହୁଅ ଆମ
    ପାନ କରି ଲଭିବୁ ଆମେ
    ଚିରନ୍ତନ ଜୀବନ … |୨|

    ପଥିକର ପଥ ତୁମେ
    ଦେଖାଅ ମୁକ୍ତି ପଥ
    ଯାତ୍ରୀ ହୋଇ ଲଭିବୁ
    ଚିରନ୍ତନ ଜୀବନ … |୩|

    ବିଶ୍ବାସୀର ସତ୍ୟ ତୁମେ
    ଦେଖାଅ ସତ୍ୟାଲୋକ
    ସତ୍ୟ କହି ଲଭିବୁ ଆମେ
    ଚିରନ୍ତନ ଜୀବନ … |୪|

    ସୂଚୀମାଳାକୁ ଫେରନ୍ତୁ

  • tume dayamaya tume khyamamaya

    ତୁମେ ଦୟାମୟ ତୁମେ କ୍ଷମାମୟ
    ହେ ଯୀଶୁ ଚିର ସୁନ୍ଦର
    ଦେଇ ଦେହି ପ୍ରାଣଆମ୍ବା ମନ ମୋର
    ସଦା ଗାଉଥବି ଗୁଣ ତୁମର
    ପ୍ରଭୁ ହେ ମୋର ସଦା ଗାଉଥବି ଗୁଣ ତୁମର (ଘୋଷା)

    ହଜିଥିଲି ଯେବେ ଖୋଜି ଆସିଲ
    ଭୁଲିଥିଲି ମୁଁ ଯେ ତୁମେ ନ ଭୁଲିଲ
    ପଡ଼ିଥିଲି ପାପେ ତୁମେ ଉଦ୍ଧାରିଲ
    କୃଶେ ପ୍ରାଣ ଦେଇ ମୋତେ ବଞ୍ଚାଇଲ
    ନିଜ ପ୍ରାଣ ଦେଇ କଲ ଆପଣାର … |୧|

    ମଜିଥିଲି ଯେବେ ଯୀଶୁ ତୁମ ପ୍ରେମେ
    ଆଶିଷ ତ ତୁମରି ସ୍ମରୁଥିବି ମନେ
    ରହିଥିବି ମୁଁ ଯେ ସଦା ତୁମଠାରେ
    ଆବୋରି ରଖହେ ପ୍ରଭୁ ତୁମେ ମୋତେ
    ତୁମରି ସେବାରେ ଯାଉ ଦିନ ମୋର … |୨|

    ସୂଚୀମାଳାକୁ ଫେରନ୍ତୁ

  • asichi mu dhai tuma darashana pain

    ଆସିଛି ମୁଁ ଧାଇଁ ତୁମ ଦରଶନ ପାଇଁ
    ଭଙ୍ଗା ହୃଦୟରେ ମୋ ଲୋତକ ଦେଇ
    ଆକୁଳେ ଡାକଇ ମୋ ମୁକତି ପାଇଁ
    ପାପ ବୋଝ ବୋହି ପାରୁନାହିଁ (ଘୋଷା)

    ପାପର କାଳି ଦିଏ ଲିଭାଇ ହୃଦୟେ ମୋର ନାମ ତୁମରି
    ପାରୁନି ଦେଖି ଅନ୍ତର ମୁହ ଦୟାକର ହେ ଦୟା ସାଇଁ
    ଶକତି ମୋ ନାହିଁ ସାହା ଆଉ କେହି
    ମୋହମାୟା ପାଇଁ ପାଗଳ ମୁଁ ହୋଇ
    ଭାସିଗଲି ପାପ କାଲେ କାହି … |୧|

    ପ୍ରତିଜ୍ଞା ନେଇ ଆସିଛି ମୁଁହି ପାଳିବାକୁ ଯେ ଆଜ୍ଞା ତୁମରି
    ସଂସାର ପାଇଁ ଆଉ ମୁଁ ନାହିଁ ବଞ୍ଚିବି ମୁଁ ତୁମରି ପାଇଁ
    ମନଆମ୍ବା ହୃଦୟ ସଜାଇ
    ଡାକୁଥିବି ସଦା ଅନୁତାପେ ମୁହଁ
    ଶୁଣପ୍ରଭୁ ଏତିକି ଗୁହାରି …. | ୨ |

    ସୂଚୀମାଳାକୁ ଫେରନ୍ତୁ

  • aha kede bhagyabano prabhu

    ଆହା କେଡ଼େ ଭାଗ୍ୟବାନ ପ୍ରଭୁ ଭକ୍ତଗଣ
    କେଡ଼େ ନିଶ୍ଚିତ ଅଟଇ ତାଙ୍କର ରକ୍ଷଣ (ଘୋଷା)

    ସର୍ବଶକ୍ତିମାନ ସଙ୍ଗେ ଅନୁକ୍ଷଣ
    ଦୁର୍ଦ୍ଦଶାରେ ଭୟ ମନେ ନୁହଇ ଉତ୍ପନ୍ନ … |୧|

    ତାଙ୍କର ଅସୀମ ଭ୍ରାନ୍ତି ଶୂନ୍ୟ ଜ୍ଞାନ
    କରୁଥାଏ ସଦା ତାଙ୍କୁ ପଥ ପ୍ରଦର୍ଶନ … |୨|

    ବିଦେଶରେ ଗତି କଲେ ନାହିଁ ଭୀତି
    ସର୍ବତ୍ର ନିବିଘ୍ନ ତାଙ୍କୁ କରାନ୍ତି ଗମନ … |୩|

    ସମୁଦ୍ର ଗମନେ ଭୟନୁହେଁ ମନ
    ଯେଣୁ ସେ ସମୁଦ୍ର ଢ଼େଉ ତାଙ୍କ ଆଜ୍ଞାନ … |୪|

    ଦୁର୍ଦ୍ଦଶା, ଦୁର୍ଗତି, ମରଣ ଓ ଭୀତି
    ଏ ସର୍ବରେ ତାଙ୍କ ପ୍ରତି ନିତ୍ୟ ଆବରଣ …. |୫|

    ଘଟିଲେ ମରଣ ଭୟ କି କାରଣ
    ରହିଲେ ପ୍ରଭୁଙ୍କ ସଙ୍ଗେ ସଙ୍ଗେ ଅନୁକ୍ଷଣ … |୬|

    ସୂଚୀମାଳାକୁ ଫେରନ୍ତୁ

  • kara dhanya bada dhanyabada kara

    କରଧନ୍ୟବାଦ ଧନ୍ୟବାଦକର
    ତାଙ୍କ ଦୟା ଚୀରକାଳ ସ୍ଥାୟୀ (୨ଥର)
    ଦେବମାନଙ୍କର ଦେବଙ୍କର ଧନ୍ୟବାଦ କର
    ପ୍ରଭୁମାନଙ୍କ ପ୍ରଭୁଙ୍କର ଧନ୍ୟବାଦ କର
    ଯେଣୁ ତାଙ୍କ ଦୟା ଚିର କାଳ ସ୍ଥାୟୀ … (ଘୋଷା)

    ଆକାଶ ମଣ୍ଡଳ କଲେ ସେ ନିର୍ମାଣ
    ତାଙ୍କ ମହା ଜ୍ଞାନ ବଳେ
    ଭୂମଣ୍ଡଳକୁ ସେ କରିଲେ ବିସ୍ତି
    ମହାଜଳରାଶି ପରେ
    ଦିବସ ଉପରେ କର୍ତ୍ତୁତ୍ବ ଦେବାକୁ
    କରିଲେ ସୂର୍ଯ୍ୟ ନିର୍ମାଣ
    ରାତ୍ରିରେ କର୍ତ୍ତୃତ୍ୱ ପାଇଁ ଖଞ୍ଜି ଦେଲେ
    ଚନ୍ଦ୍ର ଓ ତାରାଗଣ
    ଯେଣୁ ତାଙ୍କ ଦୟା ଚୀରକାଳ ସ୍ଥାୟୀ … |୧|

    ଦୁଇଭାଗ କଲେ ସୁଫ ସାଗରକୁ
    ପାରି କରାଥବା ପାଇଁ
    ବିପକ୍ଷ ଗଣରୁ ପାଇଲେ ଉଦ୍ଧାର
    ଯେତେ ମନୋନୀତ ସେହି
    ସ୍ମରଣ କଲେ ସେ ଆମ ଦୁର୍ଦ୍ଦିନରେ
    ସେହିତ ପ୍ରଭୂ ମହାନ
    ସମସ୍ତ ପ୍ରାଣୀଙ୍କ ଆହାର ଦିଅନ୍ତି
    ସେତ ଅତି ଦୟାବାନ
    ଯେଣୁ ତାଙ୍କ ଦୟା ଚୀରିକାଳ, ସ୍ଥାୟୀ … |୨|

    ସୂଚୀମାଳାକୁ ଫେରନ୍ତୁ

  • bandhu re bandhu chahinja tu

    ବନ୍ଧୁରେ ବନ୍ଧୁ ଚାହିଁଯା ତୁ ଚାହିଁଯା
    ଗଲଗଥା ଶିଖକୁ ତୁ ଚାହିଁ ଯା ଥରେ ଚାହିଯା
    ତୋର ଦୁଃଖ ନେଇ ସୁଖ ଦେବା ପାଇଁ
    ଝୁଲୁଛନ୍ତି କୁଶେ ତୋ ପାଇଁ…..ଚାହିଁଯା..(ଘୋଷା)

    ଥିଲୁ ଯେବେ ତୁହି ପାପେ ଦାସହୋଇ
    ନ ଥିଲା କେହି ତୋ ମୁକତି ପାଇଁ
    ମୁକତିର ପଥ ଦେଖାଇବେ ବୋଲି
    ଆସିଥିଲେ ସେ ଜୁଗତ ସାଇଁ

    ବନ୍ଧୁ ଶୁଣି କେତେ….. ଏ … ଏ … ଏ… (୨ଥର)
    ବନ୍ଧୁ ଶୁଣୀ କେତେ…ନିନ୍ଦା ଅପମାନ ବନ୍ଧୁରେ
    ନୂଆଁଇଲେ ମଥା ତୋ ପାଇଁ ରେ…..
    ଥରେ ଚାହିଯା ଗଲଗଥା ଶିଖକୁ ତୁ ଚାହିଯା … |୧|

    ତୋ ପାପ ବେତନ ଥୁଲା ଯେ ମରଣ,
    ଆସିଥୁଲେ ତୋ ଜୀବନ ସାଜି
    ତୋର ଦୁଃଖେ ଦୁଃଖି ହୋଇ ସୁଖେ ସୁଖି
    ହୋଇଲେ ସେ ପାପୀର ସମାନ
    ବନ୍ଧୁ ସହି କେତେ…….ଏ…..ଏ……ଏ (୨ ଥର)
    ବନ୍ଧୁ ସହି କେତେ ଦାରୁଣ କଷଣ
    ବନ୍ଧୁରେ କୁଶେ ଦେଲେ ପ୍ରାଣବାୟୁ ଛାଡ଼ିରେ
    ଥରେ ଚାହିଯା ଗଲଗଥା ଶିଖକୁ ତୁ ଚାହିଯା … |୨|

    ସୂଚୀମାଳାକୁ ଫେରନ୍ତୁ