Christian Songs Booth

Tag: kara pilaapili dharmo saadhono

  • kara pila pili dharma sadhana

    କର ପିଲାପିଲି ଧର୍ମ ସାଧନ,

    ଏ ଶୁଭ ନବ ଯୌବନେ କର ପ୍ରଭୁ ଭଜନ । ଘୋଷା ।

    କର ତୁମ୍ଭ ଯୁବାକାଳେ ସୃଷ୍ଟିକର୍ତ୍ତାଙ୍କୁ ମନରେ

    ନ ହୁଅ ବିସ୍ମରଣ ଦିନେ ହେବ କଲ୍ୟାଣ ଯାବଜ୍ଜୀବନ;

    ଯେଣେ ଗଲେ ତେଣେ ପଡ଼ୁଥିବ କୃପା-କିରଣ । ୧ ।

    ଯୀଶୁ ତ୍ରାଣକର୍ତ୍ତା ପ୍ରତି ରଖ ପ୍ରେମ ଭକ୍ତି ନିତି ସମର୍ପି ଦେହ ପ୍ରାଣ ମତି

     ସେ ସର୍ବୋତ୍ତମ ଶୁଭ୍ର ବସନ;

    ଦିଶେ କି ମନୋରଞ୍ଜନ କଲେ ତା ପରିଧାନ । ୨ ।

    ସ୍ୱର୍ଗୀୟ କପୋତ ପ୍ରତି କର ହେ ନିତ୍ୟ ବିନତି

    କରନ୍ତୁ ମନେ ଅବସ୍ଥିତି ହେବ ପ୍ରସନ୍ନ ଜ୍ଞାନ ଲୋଚନ;

    ମିଳିବ ଶାନ୍ତି ପ୍ରବୋଧ, ମନ ହେବ ନୂତନ । ୩ ।

    କର ବିଦ୍ୟା ଜ୍ଞାନ ଧନ ଯୌବନରେ ଆୟୋଜନ ଜ୍ଞାନ କରେ ଉଚ୍ଚେ ଆହ୍ୱାନ

    ବିଦ୍ୟା ରତନ କର ଯତନ;

    ହେଉ ତା ତୁମ୍ଭର ରମଣୀୟ ଶିରୋଭୂଷଣ । ୪ ।

    ଯୌବନେ ସର୍ବ କୁପଥ ତ୍ୟାଗ କରି ହୁଅ ରତ

    ଧ ର୍ମ ସେବାରେ ଅବିରତ

    ହେବ ଦୀର୍ଘାୟୁ, ମିଳିବ ଆଉ;

    ଇହଲୋକେ କୃପାଦାନ ପରଲୋକେ ଜୀବନ । ୫ ।