Christian Songs Booth

Tag: odia christian songs

  • Bethalihimara sitala pabana

    ବେଥଲିହିମର ଶୀତଳ ପବନ ବହି ଆସେ ଧିରେ ଧିରେ
    କାନ୍ଦ ନାହିଁ ଆଉ ପ୍ରାଣ ଧନ ମୋର
    ଶୋଇପଡ ମୋର କୋଳେ (ଘୋଷା)

    ମିଟି ମିଟିକାରେ ଅଗଣିତ ତାରା
    ହସୁଛନ୍ତି ଆକାଶରେ
    ଜଗି ରହିଛନ୍ତି ସରଗର ଦୂତ
    ଅପଲକ ନୟନରେ
    ଘୁମେଇ ପଡ଼ିଛି ମେଷ ଛୁଆ ଟିଏ
    ଆମ ପାଖେ ନୀରବରେ
    ଆଦରି ନେଉଛି ସଙ୍ଖାଳି ମୋର
    ଶୋଇପଡ ଆନନ୍ଦରେ (୧)

    ଯଦିବା ଆସିବ ସଙ୍କଟ ଦୁଃଖ
    ସେଥିପାଇଁ ନାହିଁ ଭୟ
    ଶତୃ ହାରିବ ପାପ ମନ ପାଇଁ
    ସତ୍ୟର ହେବ ଜୟ
    ତୋହରି ଜନମେ ଗଗନ ପବନ
    ମାତି ଉଠେ ସରାଗରେ
    ଶୋଇପଡ ମୋର ନୟନର ମଣି
    ମା କୋଳେ ଆନନ୍ଦରେ (୨)

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the tune

  • E ananta asima iswara parama

    ହେ ଅନନ୍ତ ଅସିମ ଇଶ୍ଵର ପରମ
    ତୁମେ ଗୌରବ ଚିତ୍ତ ସୌରଭ
    ତୁମେ ମୋ ପ୍ରାଣ ପ୍ରିୟତମ (ଘୋଷା)

    କେବେ ହସ ହୋଇ ଝରୁଥାଅ
    ପୁଣି କେବେ ଆଖି ଲୁହ
    ଛାଇ ହୋଇ ପାଖେ ପାଖେ ଥାଅ
    ଅପର ତୁମରି ପ୍ରେମ
    ପୁଣ୍ୟ ବୈଭବ କରି ଅନୁଭବ
    ତୁମେ ହିଁ ପ୍ରିୟ ନବ ଜନ୍ମ (୧)

    ତୁମେ ସଦା ହୋଇ ଜୋତିର୍ମୟ
    ପଥ ଆପେ କହିଦିଅ
    ମାଗିବା ଆଗରୁ ଦେଇଥାଅ
    ଯିଏ ନିଏ ତୁମ ନାମ
    ଚିର ଅଭିନବ ପାଇ ପରାଭବ
    ଆଶ୍ରୟ ହୋଇ ଅନୁପମ (୨)

    ସୂଚୀମାଳାକୁ ଫେରନ୍ତୁ

    click the link below to listen full song and know the tune

  • Kemiti dekhibi papara aakhire

    କେମିତି ଦେଖିବି ପାପର ଆଖିରେ
    ପୁଣ୍ୟ ତୁମରି କୟା (୨ଥର)
    ଭୁଲିବି କିପରି ପାପର ଦେହରେ
    ଜଗତର ମୋହ ମାୟା (ଘୋଷା)

    ପୁଣ୍ୟ ତୁମରି କ୍ଷମା ନଦି ଧାରେ
    ଆସିଛି ମୁଁ କ୍ଷମା ମୟ (୨ଥର)
    ପାପ ଚିହ୍ନ ଧୋଇ ଦିଅ ବୋଲିକରି
    ଅଶ୍ରୁ ମୋ ଅନୁନୟ
    ନୂତନ ସୃଷ୍ଟି କରହେ ଲିଭାଇ
    କଳଙ୍କର ସ୍ମୁତି ଛାୟା (୧)

    ପୁଣ୍ୟ ସ୍ରୋତର ବିନ୍ଦୁ ସାଜି ମୁଁ
    ହଜିଯିବି ତୁମ ଠାରେ (୨ଥର)
    ଭକ୍ତିରେ ମୋର ରଚିବି ସିନ୍ଧୁ
    ତୁମଲାଗି ହୃଦୟରେ
    ସେ ସିନ୍ଧୁ ଜୁଆର ସଙ୍ଗୀତ ହେବ
    ମୁକ୍ତି ମୋ ତୁମ ଦୟା (୨)

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the tune

  • ଅନ୍ତର ମୋର କହେ ଏଇ ଅନ୍ତର ମୋର କହେ Antara mora kahe

    ଅନ୍ତର ମୋର କହେ ଏଇ ଅନ୍ତର ମୋର କହେ
    ତୋ ପାଇଁ ଜଣେ ବେଦନା ସହେ (ଘୋଷା)

    ଦୋଷ ପାପ ତାପ ମିଛ ଅଭିମାନ
    ବୃଥା ଗୌରବ ଆଣେ ଅପମାନ
    ସେଇ ପାପ ଧୋଇ କ୍ଷମିବାର ପାଇଁ
    କ୍ରୁଶ ପୁଣି ସେ ଯେ ବହେ (୧)

    ଭରି ଦିଏ ମୁହିଁ ସତ ଲାଞ୍ଚନା
    ଯୀଶୁ ରାଜ ପାଇଁ ଖାଲି ପ୍ରତାରଣା
    ସବୁ ସାହି ଯାଇ ମୋର ମୁକ୍ତି ପାଇଁ
    କ୍ଷମା ପୁଣି ସେ ଯେ ଦିଏ (୨)

    ତଥାପି ସେ ସତେ ନିରିମମ ଏତେ
    ଫେରିନି ଥରଟେ ତାଙ୍କରି ପଥେ
    ମନ ଚାହେଁ ମୋର ହେବାକୁ ତାଙ୍କର
    ଅନୁତପି ଭରା ଲୁହେ (୩)

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the tune


  • jisu dakanti tote

    ଯୀଶୁ ଡାକନ୍ତି ତୋତେ … ଯୀଶୁ ଡାକନ୍ତି ତୋତେ
    ଆବୋରି ନେବାକୁ ପ୍ରେମିକ ବାହୁରେ (ଘୋଷା)


    ଦୁଃଖ ନିରାଶାରେ ସିଏ ତେବେ ଶାନ୍ତି
    ସମର୍ପି ଦେଲେ ତୁ ଜୀବନ ତୋହର
    ଅସୀମ ଆନନ୍ଦ ଦେବେ ତୋତେ | ୧ ||


    ଲୁହ ପୋଛି ଦେଇ ରକ୍ଷା କରିବେ ତୋର
    ନୟନ ପିତୁଳା ତୁ ହେବୁ ତାଙ୍କର
    ରାକ୍ଷାସେ କରିବେ ନିଶ୍ଚି ତୋତେ || ୨ ||


    ତୁ ଦେଲେ ତୋ ଜୀବନ ସିଏ ଦେବେ ଶକ୍ତି
    ଯୀଶୁ ତୋର ମୁକ୍ତି ଯୀଶୁ ତୋ ସହାୟ
    ଅନ୍ତେ ଜୀବନ ଦେବେ ତୋତେ ୩ ||

    ସୂଚୀମାଳାକୁ ଫେରନ୍ତୁ

  • Pilaankara bondhu jone

    ପିଲାଙ୍କର ବନ୍ଧୁ ଜଣେ

    ଅଛନ୍ତି ସ୍ୱର୍ଗରେ, ବନ୍ଧୁ ତାଙ୍କ ସମାନ

    ନାହିଁ ସଂସାରରେ; ପ୍ରେମ ଥାଏ ତାଙ୍କର ସମାନ ରୂପରେ,

    ନୁହଇ ତା ବିକାର

    କୌଣସି କାଳରେ    । ୧ ।

    ପିଲାଙ୍କ ପାଇଁ ବିଶ୍ରାମ

    ଅଛି ସ୍ୱର୍ଗପୁରେ,

    ଅତୁଲ୍ୟ ସେ ବିଶ୍ରାମ

    ନାହିଁ ତା ପରିରେ;

    ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ

    ଏ ଯା ମନରେ, ସେ ପିଲା ସେ ବିଶ୍ରାମ

    ଭୋଗିବ ସ୍ୱର୍ଗରେ    । ୨ ।

    ପିଲାଙ୍କର ପାଇଁ ଗୃହ

    ଅଛି ସ୍ୱର୍ଗପୁରେ, କି ସୁରମ୍ୟ ସେ ଗୃହ !

    କାହିଁ ତା ପରିରେ ?

    ପିଲାମାନେ ସେଠାରେ

    ଖ୍ରୀଷ୍ଟଙ୍କ ସଙ୍ଗରେ, ରହିବେ ଏକତ୍ରରେ

    ଅନନ୍ତ ସୁଖରେ       । ୩ ।

    ସୂଚୀମାଳାକୁ ଫେରନ୍ତୁ