Christian Songs Booth

Tag: old aaradhana song

  • tume mora sathi tume mora

    ତୁମେ ମୋର ସାଥୀ ତୁମେ ମୋର ବନ୍ଧୁ ଯୀଶୁ
    ତୁମେ ମୋର ସାଥୀ
    (ଏହି) ଅନ୍ଧକାରେ ତୁମେ ଯେ ମୋ ପଥ ଦର୍ଶକ ବିତୀ |o||


    ତୁମେ ମୋର ପାଳକ ପ୍ରଭୁ ଭୁଲନା ମୋତେ କେବେହେଁ ପ୍ରଭୁ
    ସାଥେ ସାଥେ ରଖ ମୋତେ ସାରା ଦିବାରାତି | ୧ |


    ତୁମେ ସଙ୍ଗେ ଅଛି ପ୍ରଭୁ କରେନା ଆଉ ଭୟ
    ଆସୁ ଯେତେ କଠିନ ବାଧା ହେବ ମୋର ଜୟ
    ଆହେ ପାପୀ ପରିତ୍ରାତା, ତୁମେ ମୋର ମୁକ୍ତିଦାତା
    ତୁମକୁ ପାଇ ଦୁଃଖ ମଧ୍ୟ
    ଆନନ୍ଦେ ଯିବି ମାତି … |9|

    ସୂଚୀମାଳାକୁ ଫେରନ୍ତୁ

  • aaha ki anada uchhuli uthuchhi

    ଆହା କି ଆନନ୍ଦ ଉଛୁଳି ଉଠୁଛି ତାପିତ ହୃଦୟ ଭରି
    ମରଣ ବିଜୟୀ ଯୀଶୁ ଯାଚୁଛନ୍ତି ଅନନ୍ତ ଜୀବନ ଧର (ଘୋଷା)


    ଧନ୍ୟ ତାଙ୍କ ପ୍ରେମ ଅନୁପମ, ନାହିଁ ତୁଳନା ତାହା ସରି
    ମରଣର ଭୀତି କରି କୁଶେ ଇତି ଉଠିଲେ ସେ ସମାଧୁ ଚିରି |୧|


    ଆସ ମିଳି ଯେତେ ପାପୀ ତାପୀ ଘେନ ଜୀବନ ତାଙ୍କୁ ଧରି
    ବିନା ମୂଲ୍ୟ ପରିଦ୍ରୋଣ ଦେବା ପାଇଁ ତୁମ
    ମୃତ୍ୟୁକୁ ନେଲେ ବରି ||୨||

    ସୂଚୀମାଳାକୁ ଫେରନ୍ତୁ

  • asichhu prabhu go a subha belara

    ଆସିଛୁ ପ୍ରଭୁ ଗୋ ଏ ଶୁଭ ବେଳାରେ
    ସୁମରି ତୁମରି ପ୍ରେମ … ପ୍ରଭୁ
    ଭଜିବୁ ତୁମରି ନାମ
    ଆଜି ଏ ସୁଦିନେ ପୂଜାବେଦୀ ସ୍ଥାନେ
    ଗାଇ ତୁମେ ଜୟଗାନ … ପ୍ରଭୁ (ଘୋଷା)


    ଶୟତାନ ନିତି ମାୟାଜାଲ ପାତି, ଜୁଲାଏ ଆମରି ମନ …
    ଅଧିକାର କରେ ହୃଦୟ ମନ୍ଦିର, ନେବାକୁ ନରକ ଧାମ
    ଶୟତାନ ବଳ, ଭାଗି ନ କର ହେଉ ସେ ଆମ ଅଧୀନ
    ପ୍ରଭୁ ଭଜିବ ତୁମରି ନାମ … |୧|


    ପାପୀ ପାପ ପାଇଁ ବହୁ ଦୁଃଖ ସହି, କୁଶେ ଦେଲ ନିଜ ପ୍ରାଣ ।
    ସର୍ବ ଶକ୍ତିମାନ କୃପାରେ ମହାନ୍ତି, ପ୍ରେମପୂର୍ଣ୍ଣ ନିରୂମ
    ଆମ ଦେହ ପ୍ରାଣ ବୃଦ୍ଧି ଆପ୍ ମନ, ଶ୍ରୀପାଦେ କରୁ ଅର୍ପଣ ।
    ପ୍ରଭୁ ଭଳି ତୁମରି ନାମ |୨|


    ତୁମେ ତ ନଥ ହେ ଜଗତର ଜ୍ୟୋତି, ପ୍ରକାଶ କରୁଛି ଦୀପ୍ତି
    ତୁମରି ଆଲୋକେ ଆଲୋକିତ କର, ଦୂରେ ଯାଉ ଅମାରତି
    ସର୍ବ ଅନ୍ତର୍ଯ୍ୟାମୀ ମୁଲିର ଭଣ୍ଡାର, ଉପକାରୀ ବଂଧୁ ଆମ
    ପ୍ରଭୁ ଭଜିବୁ ତୁମରି ନାମ … |୩|

    ସୂଚୀମାଳାକୁ ଫେରନ୍ତୁ

  • jisu nama mo antare ki

    ଯୀଶୁ ନାମ ମୋ ଅନ୍ତରେ କି ଆନନ୍ଦ ଦିଏ
    ଯୀଶୁ ବିନା ତ୍ରିଭୁବନେ ଆଉ ନାହିଁ ସେହି ନାମ (ଘୋଷା)


    ଯେଉଁ ନାମ ଦିଏ ଶାନ୍ତି, ସେହି ନାମରେ ହିଁ ମୁକ୍ତି
    ଯୀଶୁ ନାମେ ପାଇଛି ଆନନ୍ଦ ଆନନ୍ଦ |୧|


    ପାପୀ ଡାକେ ଯୀଶୁ ନାମ ପାଇବାକୁ ନୂଆ ଜନ୍ମ
    ଯୀଶୁ ନାମେ ପାଇଛି ଆନନ୍ଦ ଆନନ୍ଦ |୨|

    ସୂଚୀମାଳାକୁ ଫେରନ୍ତୁ

  • biswa bandania jisu he

    ବିଶ୍ୱ ବନ୍ଦନୀୟ ଯୀଶୁ ହେ, ଗାନର ଛନ୍ଦ ଚରଣ ବନ୍ଦୀ
    ଅନ୍ତର ପ୍ରଣତି ଜଣାଏଁ (ଘୋଷା)


    ଅନ୍ଧ ଥିଲି, ଦେଲ ଖୋଲି ଚକ୍ଷୁ ମୋ ତୁମେ
    ପୋଛି ଲୁହ ଭସାଇଲ ସୁଖ ସଲିଳେ
    ପ୍ରତିଦାନେ କି ଦେବି ମୁଁ ତୁମେ ହେ
    ଅନ୍ତର ପ୍ରଣତି ଜଣାଏଁ … I୧I


    ପ୍ରାଣ ଦିଆ ପ୍ରେମ ଭୁଲି ଭ୍ରମୁଥୁଲି ଦୂରେ
    ବେଦନାର ଆଲିଙ୍ଗନେ ଟାଣିଲ ଖ ର
    ପ୍ରତିଦାନ କି ଦେବି ମୁଁ ତୁମେ ହେ
    ଅନ୍ତର ପ୍ରଣତି ଜଣାଏ … |9|


    ଭକତିର ପ୍ରାଣ ତୁମେ ଗୋ ଭକତର ଧନ
    ମୋର ହୃଦ ଚନ୍ଦନ ଗୋ ଈଶ୍ୱର ନନ୍ଦନ
    ଧନ୍ୟ ଧନ୍ୟ ହେଲ ମୋର ପିତା ପ୍ରଭୁ ତୁମେ
    ଅନ୍ତର ପ୍ରଣତି ଜଣାଏଁ |୩|

    ସୂଚୀମାଳାକୁ ଫେରନ୍ତୁ

  • aame swarga pathara jatri

    ଆମେ ସ୍ଵର୍ଗ ପଥର ଯାତ୍ରୀ କୁଶ ଆମରି ଗୌରବ …
    ଆମେ ଦୁର୍ଗମ ପଥର ଯାତ୍ରୀ କୁଶ ଆମରି ବିଭବ (ଘୋଷା)


    ନ ଡରିବା ତିଳେ ବିପଦ ଆସିଲେ
    ଯୀଶୁ ସେବା ଲାଗି ସାଜିବା ବୀର
    ସେଥିପାଇଁ ଆସ, ମୋ ଭାଇ ଭଉଣୀ
    ହାଲିଲୁୟା ଜୟ ସଙ୍ଗୀତ ଗାଇ | ୧|


    ମରିବା ପଛରେ ହଟିବା ନାହିଁ
    ପୂଜିବା ଯୀଶୁଙ୍କ ଚରଣ
    ଶିରେ ଘେନିବାରେ ମୃତ୍ୟୁଞ୍ଜୟୀଙ୍କର
    ଅନନ୍ତ ବିଜୟୀ ନାମା ଗାଇ |9|


    ଆଜି ଶୁଭ ଦିନେ ନିଜେ ଆପଣାକୁ
    କୁଶର ତଳେ ଦେଉ ନୁଆଁଇ
    କହି ଉଠୁ ସର୍ବେ, ଜୟ ଯୀଶୁଙ୍କର
    ହାଲିଲୁୟା ଜୟ ସଙ୍ଗୀତ | ୩|


    ଯିଏ ଯହିଁ ଅଛି କୁଶୀୟ ସଇନ
    ଜାଗି ରହିଥାଅ ହେ ଖ୍ରୀଷ୍ଟିୟାନ
    ମହା ଭୟଙ୍କର ଦିନ ଆସୁଅଛି
    ଯୀଶୁଙ୍କ ଦ୍ବିତୀୟ ଆଗମନ | ୪ |


    ଜୀବନ ପୁସ୍ତକେ ଅଛି ଯା’ ନାମ
    ତେବେ ପାଇବ ସେ ପରିତ୍ରାଣ
    ଯଦି ଲେଖା ନାହିଁ ଅନନ୍ତ ଯନ୍ତ୍ରଣା
    ନରକେ ଭୋଗିବ ଚୀର ଦିନ
    ସେଥିପାଇଁ ଆସ ମୋ ଭାଇ ଭଉଣୀ
    ଜୀବନ ପୁସ୍ତକେ ଲେଖାଉ ନାମ |୫|

    ସୂଚୀମାଳାକୁ ଫେରନ୍ତୁ

  • biraja mo antre jisu jali uthu

    ବିରାଜ ମୋ ଅନ୍ତରେ, ଯୀଶୁ ଜଳିଉଠୁ
    ମୋ ହୃଦ ତୁମରି ପ୍ରେମରେ (ଘୋଷା)


    ଖୋଜି ବୁଲେ ମୁହଁ ଦିନରାତି ତୁମରି ସୁମଧୁର ପିରତି
    ଏ ଶୁଷ୍କ ପରାଣେ ଏ ପାପୀ ଜୀବନେ
    ଢ଼ାଳି ଦିଅ ତବ କୃପା ବାରେ | ୧|


    ଝୁଲିଅଛି ପ୍ରଭୁ କୁଶ ପରେ ତାରିବାକୁ ସର୍ବ ପାପୀ ନରେ
    କରୁଣା ତୁମରି ପାଇ ପାପୀ ନର …
    ଅନନ୍ତ ଜୀବନ ଲାଭ କରେ | ୨|


    ଆସ, ପ୍ରଭୁବର ମୋ ଆତ୍ମାର ରଖ ତୁମ ପ୍ରେମେ ମୋ ଅନ୍ତର
    ଦେଇ ଧନମନ ମୋ ସର୍ବ ଜୀବନ
    ପୂଜିବି ଚରଣେ ହେ ତୁମର .. | ୩|

    ସୂଚୀମାଳାକୁ ଫେରନ୍ତୁ

  • antara kholi antara kholi

    ଅନ୍ତର ଖୋଲି … ଅନ୍ତର ଖୋଲି,
    ପ୍ରଶଂସା କରୁ ପ୍ରଭୁ ଲହରି ତୋଳି… (ଘୋଷା)


    ତୁମରି ଶିକ୍ଷା ତୁମ ପ୍ରତୀକ୍ଷା, କରିବୁ ଆମେ ତୁମରି ପୂଜା
    ଆଜି ଏଠାକୁ ଏ ତୁମ ଦାନ
    ଲଭିବୁ ଶାନ୍ତି ପ୍ରାର୍ଥନା କରି … |୧|


    ଆସ ଏଠାକୁ ତୁମ ପିଲାଙ୍କୁ, ତୁମରି ବାକ୍ୟ ତୁମରି ଲକ୍ଷ୍ୟ
    ଜଣାଅ ପ୍ରଭୁ ଆମକୁ ସବୁ,
    ଆନନ୍ଦ ମନେ ଯିବୁ ଗୋ ଫେରି … |୨|


    ଜୀବନେ ଦେଇ ହେ ନରସାଇଁ, ପାପୁ ଉଦ୍ଧରିଲେ ରକତ ଦେଇ
    ମେଲାଣି ଦିଅ ହେ ଆମ ପ୍ରିୟ,
    ପ୍ରଚୁର ତବ ଆଶିଷ ଭରି … |୩|


    ଦେବ ନାହିଁକି କଲ୍ୟାଣକୁ ନିରାଶେ ଯିବୁ ରିଭ୍ର ହସ୍ତେ କି ?
    କର ମୁକତି କରୁନିତି
    ଦେଉ ହୃଦୟ ପୁଷ୍ପ ଅଞ୍ଜଳି.. | ୪|

    ସୂଚୀମାଳାକୁ ଫେରନ୍ତୁ

  • jenhe aauji pade taba pare

    ଯେହ୍ନେ ଆଉଜି ପଡ଼େ ତବ ପରେ
    ଢ଼ାଳ ତବ ଆମ୍ବା ମୋ ଉପରେ
    (ମୋତେ) ଡୁବାଅ ତବ ଆଦ୍ୟ ପ୍ରେମରେ
    ଭରିଦିଅ ଆଧିକ ଦାନ ସବୁରେ … |ଘୋଷା|

    ଆସ ନିକଟେ ମୁଁ ଦୁର୍ବଳ ଛୁଇଁ ମୋତେ କର ସବଳ
    ନବ ସୁରା କରାଅ ପାନ,
    କରିବି ଯେହ୍ନେ ପ୍ରଶଂସା ଗାନ |୧|


    ଆହେ ଦ୍ରାକ୍ଷାଲତା ପ୍ରକୃତ, ତୁମଠି ମୋତେ ରଖ ଜୀବିତ
    କର ନିର୍ମଳ ସଂଗଠିତ,
    ଫଳିବି ଯେହ୍ନେ ଫଳ ପୂରିତ |୨|

    ସୂଚୀମାଳାକୁ ଫେରନ୍ତୁ

  • asichu prabhu go tumari duare

    ସ୍ଵର ସୁମଧୁର ସୁରେ ବନ୍ଦନା ଗାଅରେ


    ଆସିଛୁ ପ୍ରଭୁ ଗୋ ତୁମରି ଦୁଆରେ
    କରିବାକୁ ତବ ଆରାଧନା
    ମନର ସରାଗେ ଆଶାର ଆବେଗ
    ପାଇ ତବ କୁଶୀୟ ଝରଣା (ଘୋଷା)


    ଏ ଶୁଷ୍କ ପରାଣେ ନାହିଁ ଭକ୍ତି ପ୍ରୀତି
    କରିବାକୁ ନିତ୍ୟ ତବ ପୂଜା ସ୍ତୁତି
    ନଇବେଦ ସମ ହୃଦୟକୁ ଆମ
    ଅରପୁଛୁ ପଦେ ହେଉ ଢେନା I ୧ I


    ଭାଙ୍ଗି ଚୁରିଦିଅ ଆମରି ହୃଦୟ
    ତବ ମଧୁମୟ ପ୍ରେମେ ଭରିନିଆ
    ନୂଆ ଭାବେ ଗଢ଼ି ତୁମରି ରୁପରେ
    ନିଭାଇ ଆମ ପାପ କାଳିମା |9 |


    ଜୀବନର ପଥେ ହୁଅ ସଦା ସାଥୀ
    ତୁମରି ଇଙ୍ଗିତେ ଚଳାଅ ଗୋ ନିତି
    ଲକ୍ଷ୍ୟଭ୍ରଷ୍ଟ କେବେ ନୋହିବ ଜୀବନେ
    ନ ଯିବୁ ଗୋ ଆମେ ତୁମ ବିନା I୩I


    ମନ, ପ୍ରାଣ, ଆତ୍ମା, ଶରୀର ଆମର
    ତୁମରି ଆଶିଷ କରି ଗୋ ସୁ-ସ୍ଥିର
    ଉଦ୍ଦୀପିତ କର ସବୁରି ଅନ୍ତର
    ଦେଇ ତବ ନୂଆ ଉଦ୍ଦୀପନା I୪I

    ସୂଚୀମାଳାକୁ ଫେରନ୍ତୁ