Christian Songs Booth

Tag: old christian song

  • dhrudha kona pasana upare

    ଦୃଢ଼ କୋଣ-ପାଷାଣ ଉପରେ
    ବିଶ୍ବାସ-ଭରସା ମନ୍ଦିର ତୋଳିଛି ମୂଳଦୁଆ ଚିହ୍ନ ଯରେ । ଘୋଷା ।


    ସେ ତ ଅନାଦି କାଳର ପଥର, ଯାକୁ ଭାଙ୍ଗି ନ ପାରେ ଜଳାକାର,
    ଦୁର୍ବଳ ପତିତ ଗୃହ ମୁଁ ତୋଳିଛି, କାଳେ କାଳେ ଭାଙ୍ଗି ନ ପାରେ |୧|


    ଯେଉଁ ପାଷାଣ ସର୍ବଶକ୍ତିମାନ ଆପେ ସିୟୋନରେ କଲେ ସ୍ଥାପନ,
    ପାପ-ତାପ-ବଢ଼ି-ନରକ-ଲହ ପରାଜୟ କରି ନ ପାରେ ।୨।


    ଚିହ୍ନି ନ ପାରିଣ ଗାଛକଗଣ ଅତି ତୁଚ୍ଛରେ କଲେ ନିବାରଣ,
    ପାଷାଣୁ ବାଲିକି କରି ମନୋନୀତ ମଲେ ସର୍ବନାଶ ବଢ଼ିରେ |୩|

    ଯଦ୍ୟପି ନରକର ପରାକ୍ରମ ଅବା ଦୂରନ୍ତ ଶତୁ ଶୟତାନ
    ଘୋର ଅଗ୍ନିବାଣ କରେ ନିକ୍ଷେପଣ ମୂଳଦୂଆ ହଲି ନ ପାରେ |୪|


    ଯୀଶୁ ମୋର ଦୃଢ଼ କୋଣ ପାଷାଣ, ତହିପରେ ମୋ ମନ୍ଦିର ନିର୍ମାଣ,
    ପ୍ରଚଣ୍ଡ ପବନ ବହି ଘନ ଘନ ମୋ ଗୃହକୁ ଭାଙ୍ଗି ନ ପାରେ |୫|

    ସୂଚୀମାଳାକୁ ଫେରନ୍ତୁ

  • kede manorama se swarga bhubana

    କେଡେ ମନୋରମ ସେ ସ୍ବର୍ଗଭୁବନ
    ନାହିଁ ନାହିଁ ତା ସମ ସୁଖଧାମନ୍ତ
    କେବେ କରିବ ମୋ ନେତ୍ର ଦର୍ଶନ ?
    କେବେ ପଡିବ ତା ଦ୍ଵାରେ ଚରଣ ? । ଘୋଷା।
    ଯହି ଅଛନ୍ତି ମୋ ପ୍ରାଣରାଜନ, ହେବି ହୃଷ୍ଟ ଦେଖି ତାଙ୍କ ବଦନ |1|
    ଯହି ନିବାସ ଅନନ୍ତ ଜୀବନ, ଶୁଣା ନ ଯାଏ ସେ ପୁରେ ମରଣ |2|
    ଯହିଁ ନାହିଁ ରାତ୍ରି କି ପରିଶ୍ରମ, ଭୋଗ ହୁଅଇ ସେ ପୁରେ ବିଶ୍ରାମ |3|
    ହେବ ନିତ୍ୟାନନ୍ଦ ମୁଣ୍ଠ ଭୂଷଣ, ଶୋକ ଦୁଃଖ କରିବ ପଳାୟନ |4|
    ଚାଲରେ ମନ ଚାଲରେ ବହନ, ଆସିଅଛି ସେଠାରୁ ନିମନ୍ତ୍ରଣ |5|

    ସୂଚୀମାଳାକୁ ଫେରନ୍ତୁ

  • sundara madhura namati tankara

    ସୁନ୍ଦର ମଧୁର ନାମଟି ତାଙ୍କର
    ନ ପାରେ ମୁରୁଛି କ୍ଷଣେ ମାତର
    ଯେଣେ ଗଲେ ତେଣେ ନା ହୃଦ ମୋର
    କି ଜାଣି କାହିଁକି, ନୁହଇ ପାସୋର


    ଦୁଇ ଦୁଇ କରି ଚାରୋଟି ଅକ୍ଷର
    ବାନ୍ଧି ରଖୁଅଛି ସରଗ ସମ୍ଭାର
    ଆଡ଼ କାO ଛନ୍ଦା ସେହି ନାମ ଚିର
    ହେଜୁ ନ ହେଜୁଣୁ ପୁଲକେ ଶରୀର ୧ ||


    ନୀତି ଚମତ୍କାର ପ୍ରୀତି ରନାକର
    ପାହୁଁ ତରିବାରେ ଅମୋହ ମନ୍ତର
    ନୋହିଁ ପଦପ୍ରାନ୍ତୁ ନିମିଷେ ଅନ୍ତର
    ନାମ ଭଜନରେ ଯାଉ ଦିନ ମୋର |୨|

    ସୂଚୀମାଳାକୁ ଫେରନ୍ତୁ

  • Kara tanka dhanyabada

    କର ତାଙ୍କ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ
    ହେ ମୋହର ମନ ହେ ମୋହର ମନ ମନ ପ୍ରାଣ ସବୁ କିଛି ମୋର
    କର ତାଙ୍କ ପବିତ୍ର ନାମରେ ସ୍ତୁତି ଗାନ
    ହେ ମୋହର ମନ, ନ ପାଶୋର ତାଙ୍କ ଦାନ (ଘୋଷା)

    କ୍ଷମା କରନ୍ତି ସେ ତୋ’ର ପାପ ସବୁ

    ସୁସ୍ଥ କରନ୍ତି ତୋହରରୋଗ ସବୁ ବିନାଶରୁ ତୋତେ କରନ୍ତି ଉଦ୍ଧାର
    ଶିରେ ତୋ ଦିଅନ୍ତି ଦୟାର ମୁକୁଟ |1|


    ସଦାପ୍ରଭୁ ସ୍ନେହଶୀଳ କୃପାମୟ କ୍ରୋଧରେ ଧୀର ସେ ଚିର ଦୟାମୟ
    କରିଛନ୍ତି ଦୂର ଅଧର୍ମ ଆମର
    ପୂର୍ବରୁ ପଶ୍ଚିମ ଯେତିକି ଦୂର |୨|


    ଅନିତ୍ୟ ଏହି ଜୀବନ ତୃଣ ପରି ଦେଖୁ ଦେଖୁ ଝଡିପଡେ ଫୁଲପରି
    ତଥାପି ଲଭନ୍ତି ତାଙ୍କ ଭକ୍ତଜନ
    ଅସୀମ କଣା ମଙ୍ଗଳଦାନ ।୩।

    ସୂଚୀମାଳାକୁ ଫେରନ୍ତୁ

  • He aakasha mandala suna

    ହେ ଆକାଶ ମଣ୍ଡଳ ଶୁଣ ଶୁଣ
    ଦିବାରାତ୍ର ଗାଅ ସଦାପ୍ରଭୁଙ୍କ ଗୁଣ
    ହେ ପୃଥିବୀ … ତୁମେ ନ ହୁଅ ଏଥିରୁ ବଞ୍ଚିତ (ଘୋଷା)
    କରନ୍ତି ଯେ ଅବସ୍ତୁର ଉପାସନା ଦିଅନ୍ତି ପିତାଙ୍କ ହୃଦୟ ବେଦନା
    ଅଗ୍ନି ତେଜରେ ରାଜା ଆସିବେ
    ମହାକ୍ରୋଧରେ ତାଙ୍କୁ ଗ୍ରାସିବେ …ହୋ .. ହୋ
    ହେ ପୃଥିବୀ .
    ଆସୁଛି ଅତି ଭୟଙ୍କର ଦିନ ||୧||


    ପ୍ରଭୁଙ୍କ ଦୃଷ୍ଟିରେ ଯାହା ଅଟେ ମନ୍ଦ କେବେ ତୁ ସେ କାର୍ଯ୍ୟ କରନା
    ପସନ୍ଦ ସେ ଅଟେ ଶୟତାନର ଫାନ୍ଦ
    ତା’ନୁହେଁ ସେ ଚିର ଆନନ୍ଦ … ହୋ … ହୋ
    ହେ ପୃଥିବୀ … ତୁମେ ହୁଅ ଚଞ୍ଚଳ ସାବଧାନ || ୨ ||

    ଯୀଶୁଙ୍କ ରକତେ କିଣା ଯେତେ ଜନ ରହିଛି ତାଙ୍କ ପାଇଁ ମହା ଗୁପ୍ତ ସ୍ଥାନ
    ସଂଗ୍ରହ କରିବେ ଦୂତ ଗଣ
    କରିବାକୁ ସରଗେ ଗ୍ରହଣ .. ହୋ … ହୋ
    ହେ ପୃଥ୍ବୀ … ତୁମେ ନ ହୁଅ ଏଥିରୁ ବଞ୍ଚିତ ।୩।

    ସୂଚୀମାଳାକୁ ଫେରନ୍ତୁ